ଏଇ ଭାରତରେ

ଫାର୍ମ ହାଉସ ପାଲଟିଯାଇଛି ପ୍ରଣୀମାନଙ୍କ ପାଇଁ ସ୍ବର୍ଗ ଓ ସେମାନଙ୍କ ପାଇଁ ଦେବଦୂତ ଭାବେ ଉଭା ହୋଇଛନ୍ତି ଟେକ୍‌ନିସାନ କୁଲଦୀପ ଖତ୍ରି। ୩୦ ବର୍ଷୀୟ କୁଲଦୀପ ପ୍ରାଣୀମାନଙ୍କୁ ମାଗଣା ଚିକିତ୍ସା ଓ ରହିବା ଲାଗି ଯୋଧପୁରସ୍ଥିତ ତାଙ୍କ ଫାର୍ମ ହାଉସକୁ ଖୋଲି ଦେଇଛନ୍ତି। ୨୦୨୦ କରୋନା ମହାମାରୀ ସମୟରେ ‘ଡଗ୍‌ ହୋମ ଫାଉଣ୍ଡେଶନ’ ଗଠନ କରି ଯୋଧପୁର ଓ ଏହା ଆଖପାଖରୁ କୁକୁରୁମାନଙ୍କୁ ଉଦ୍ଧାର କରି ସେମାନଙ୍କ ଯନତ୍ ନେଉଛନ୍ତି। ଏହି କାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ୪୦ ଜଣିଆ ଟିମ୍‌ ନିଯୁକ୍ତ କରିଛନ୍ତି । ସେମାନେ ଦିନରାତି କ୍ଲିନିକ ଓ ଆମ୍ବୁଲାନ୍ସ ସେବା ସହ ବିଭିନ୍ନ ଚିକିତ୍ସା ଯୋଗାଇ ଦେଉଛନ୍ତି। ଏଯାବତ୍‌ କୁଲଦୀପ ପ୍ରାୟ ୪୮,୩୦୦ ବୁଲାପ୍ରାଣୀଙ୍କୁ ଚିକିତ୍ସା କରିସାରିଲେଣି। ସେଠାରେ ଏକ୍ସ-ରେ, ଅଲଟ୍ରାସୋନୋଗ୍ରାଫି ଇମେଜେସ୍‌, ବ୍ଲଡ୍‌ ଟେଷ୍ଟ, ଫିଜିଓ ଥେରାପି ଏବଂ ହାଇଡ୍ରୋଥେରାପି ଆଦି ଚିକିତ୍ସା କରାଯାଉଛି। ଏଥିପାଇଁ ୬ ଜଣ ଲାଇଭ୍‌ଷ୍ଟକ ଆସିଷ୍ଟାଣ୍ଟ ଏବଂ ୨ ଜଣ ପ୍ରାଣୀ ଚିକିତ୍ସକ ନିଯୁକ୍ତ ହୋଇଛନ୍ତି। କୁକୁରମାନଙ୍କୁ ସକାଳ ୮ ଓ ଦିନ ୨ଟାରେ ଖାଦ୍ୟ, ଅପରାହ୍ନ ୫ଟାରେ ବିସ୍କୁଟ ଏବଂ ରାତି ୮ଟାରେ କ୍ଷୀର ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri