ଶ୍ରମିକ ବଦଳରେ ମେଶିନ କରୁଛି କାର୍ଯ୍ୟ

ନାଉଗାଁ,୧।୬(ସ୍ବ.ପ୍ର.): ଗ୍ରାମାଞ୍ଚଳର ଆର୍ଥତ୍କ ଅନଗ୍ରସର ଲୋକଙ୍କୁ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇବା ପାଇଁ ଏମ୍‌ଜିଏନ୍‌ଆରଇଜିଏସ୍‌(ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା) କାର୍ଯ୍ୟକାରୀ କରାଯାଇଛି। କିନ୍ତୁ ନାଉଗାଁ ବ୍ଲକରେ ଏହି ଯୋଜନା ବାଟବଣା ହୋଇଥିବା ମନେ ହେଉଛି। ଏଠାରେ ଏହି ଯୋଜନାରେ ଶ୍ରମିକ ବଦଳରେ ମେଶିନକୁ କାମରେ ଲଗାଯାଉଛି। ମାତ୍ର ପ୍ରଶାସନ ପକ୍ଷରୁ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ପୋର୍ଟାଲ ତଥ୍ୟ ଅନୁସାରେ, ୨୦୨୨-୨୩ ଆର୍ଥତ୍କ ବର୍ଷରେ ନାଉଗାଁ ବ୍ଲକରେ ୧୫ ହଜାର ୭୧ ପରିବାର ଜବ୍‌କାର୍ଡ ପାଇଁ ଆବେଦନ କରିଥିଲେ। ସେଥିରୁ ୧୩ ହଜାର ୯୮୩ ପରିବାରଙ୍କୁ ଜବକାର୍ଡ ଯୋଗାଇ ଦିଆଯାଇଛି। ଏସବୁ ପରିବାର ମଧ୍ୟରେ ୩୪ ହଜାର ୧୩୬ ଜଣ ଶ୍ରମିକ ରହିଛନ୍ତି। ୬ ହଜାର ୫ ପରିବାରର ଆକ୍ଟିଭ ଜବ୍‌କାର୍ଡ ଥିବାବେଳେ ଉକ୍ତ କାର୍ଡରେ ୯ ହଜାର ୨ ଶହ ୨୮ଟି ଆକ୍ଟିଭ ଶ୍ରମିକ ରହିଛନ୍ତି। ଏହି ଯୋଜନାରେ ଶ୍ରମିକମାନେ କାର୍ଯ୍ୟ କରିବା ପାଇଁ ନିଜ ପଞ୍ଚାୟତରେ ଆବେଦନ କରିବେ। ପ୍ରଶାସନ ପକ୍ଷରୁ ଶ୍ରମିକମାନଙ୍କୁ କାର୍ଯ୍ୟ ଯୋଗାଇ ଦିଆଯିବ। କିନ୍ତୁ ଏହି ବ୍ଲକରେ କେତେଜଣ ଠିକାଦାର ଏହି ନିୟମକୁ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ସେମାନେ କେତେଜଣ ଜବକାର୍ଡଧାରୀ ଶ୍ରମିକଙ୍କୁ ହାତରେ ରଖି ବିଳମ୍ବିତ ରାତିରେ ମେଶିନ ଓ ଟ୍ରାକ୍ଟର ମାଧ୍ୟମରେ ମାଟି କାର୍ଯ୍ୟ କରୁଛନ୍ତି। ଓଷକଣା ଓ ତିରୁଣ ପଞ୍ଚାୟତରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ଓଷକଣା ପଞ୍ଚାୟତର ଚଚ୍ଚିକାଇ ଠାକୁରାଣୀ ମନ୍ଦିର ପରିସରରେ ମାଟି ଫିଲିଙ୍ଗ, ନୂଆ ପୋଖରୀ ପୁନରୁଦ୍ଧାର,ତିରୁଣା ପଞ୍ଚାୟତର କୁରିକି ଚନ୍ଦନ ପୋଖରୀର ପୁନରୁଦ୍ଧାର କାର୍ଯ୍ୟରେ ମେଶିନ ଓ ଟ୍ରାକ୍ଟର ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଫଳରେ ଅନେକ ଶ୍ରମିକ କାମ ନ ପାଇ ଘରେ ବସିବାକୁ ବାଧ୍ୟ ହେଉଛନ୍ତି। ରାତିରେ ମାଟି କାମ ହେଉଥିବାରୁ ଠିକାଦାର ମାନେ ମନଇଚ୍ଛା ସରକାରୀ ଓ ଗୋଚର ଜମିରୁ ମାଟି ଖୋଳିବାକୁ ପଛାଉ ନାହାନ୍ତି। ଏହି ସବୁ କାର୍ଯ୍ୟ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
ଏ ସମ୍ପର୍କରେ ବିଡିଓ ରଶ୍ମିରେଖା ମଲିକ କହିଛନ୍ତି, ପ୍ରାୟତଃ କାର୍ଯ୍ୟଗୁଡିକ ଜବକାର୍ଡ ମାଧ୍ୟମରେ ଶ୍ରମିକଙ୍କ ଦ୍ୱାରା କରାଯାଉଛି। ଯେଉଁ ପଞ୍ଚାୟତରେ ମେଶିନ ଦ୍ୱାରା କାର୍ଯ୍ୟ ହେଉଥିବା ଅଭିଯୋଗ ଆସୁଛି, ସେଠାରେ କାର୍ଯ୍ୟ ବନ୍ଦ ରଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri