୬ଦିନ ପରେ ମୁଁ ପୁଣି ଆସିବି…

ଇସଲାମାବାଦ,୨୬ ।୫: ଶେଷ ହୋଇଛି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଆଜାଦୀ ମାର୍ଚ୍ଚ । ସଂସଦ ବାହାରେ ପୋଲିସ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ପରେ ଏହା ଶେଷ ହୋଇଛି । ଏହାରି ଭିତରେ ଇମ୍ରାନ ବିଧାନସଭା ଭଙ୍ଗ କରିବା ଓ ପୁଣିଥରେ ନିର୍ବାଚନ ଘୋଷଣା କରିବାକୁ ଶେହବାଜ ଶରିଫ ସରକାରଙ୍କୁ ୬ ଦିନ ସମୟ ଦେଇଛନ୍ତି । ସେ କହିଛନ୍ତି ଯଦି ଏହା କରିବାରେ ସରକାର ବିଫଳ ହୁଅନ୍ତି ତେବେ ସେ ସମ୍ପୂର୍ଣ୍ଣ ଦେଶ ସହ ରାଜଧାନୀକୁ ଫେରିବେ ।
ଇମ୍ରାନ ଆହୁରି ମଧ୍ୟ କହିଛନ୍ତି ଅନାସ୍ଥା ପ୍ରସ୍ତାବ ଜରିଆରେ ତାଙ୍କ ସରକାରଙ୍କୁ ଭାଙ୍ଗିବା ଓ ଶେହବାଜ ଶରିଫଙ୍କ ନେତୃତ୍ୱରେ ସରକାର ଗଠନ କରିବା ଆମେରିକା ଷଡଯନ୍ତ୍ରର ଫଳାଫଳ । ହେଲେ ତାଙ୍କ ସହ ଦେଶର ସମର୍ଥନ ରହିଛି ବୋଲି ଦର୍ଶାଇବାକୁ ସେ ପୁଣିଥରେ ନିର୍ବାଚନ ଘୋଷଣା କରିବାକୁ ଦାବି କରିଛନ୍ତି । ଯଦି ଏହା ନ ହେଲା ତେବେ ସେ ପୁଣି ୬ ଦିନ ପରେ ଫେରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇଦେଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ପିଇଦେଲେ ଯୁବକ । ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନୂଆମୌଳାଭଞ୍ଜା ଗ୍ରାମରୁ ସାମ୍ନାକୁ...

ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ, ଦେବାଶିଷ ଓ ଦେବୀଙ୍କ ସହ ଥିବା ନେତାଙ୍କୁ ତାଲିକାରୁ ବାଦ୍

କଟକ: ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ମତଭେଦ ଦେଖାଯାଉଥିବା ବେଳେ ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ ଦେଖାଯାଇଛି । BYJD(ବିଜୁ ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri