Posted inଗଜପତି

ପ୍ରଶାସନର ହସ୍ତକ୍ଷେପରେ ହଟାଗଲା ବାଉଁଶ ବାଡ଼

ପାରଳାଖେମୁଣ୍ଡି,୧୯।୫(ଡି.ଏନ୍‌.ଏ.): ଗୋଷାଣୀ ବ୍ଲକ ଅନ୍ତର୍ଗତ ରଣଦେବୀ ଛକ ନିକଟ ମୁଖ୍ୟରାସ୍ତା ଉପରେ ଗତ କିଛି ଦିନ ହେଲା ଜଣେ ବ୍ୟକ୍ତି ନିଜ ଜାଗା ବୋଲି ଦର୍ଶାଇ ରାସ୍ତାକୁ ଲାଗି ବାଉଁଶ ବାଡ ବେଡି ଦେଇଥିଲେ। ବୁଧବାର ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କ ନେତୃତ୍ୱରେ ପୋଲିସ ଟିମ ସମେତ ବିଭିନ୍ନ ଅଧିକାରୀମାନଙ୍କ ଉପସ୍ଥିତିରେ ବାଉଁଶବାଡକୁ ଭାଙ୍ଗି ବାହାର କରିଦିଆଯାଇଛି । ପ୍ରକାଶ ଯେ, ଗତ କିଛି ଦିନ ପୂର୍ବେ ରଣଦେବୀ ଛକ ନିକଟରେ ଜଣେ ବ୍ୟକ୍ତି ଜାଗା ବିବାଦକୁ ନେଇ ସରକାରୀ ଜାଗା ତଥା ସର୍ବସାଧାରଣ ଗମନାଗମନ କରୁଥିବା ରାସ୍ତା ଉପରେ ବାଉଁଶବାଡ ପକାଇ ରାସ୍ତା ଅବରୋଧ କରିଥିଲେ। ଇତିମଧ୍ୟରେ ସ୍ଥାନୀୟ ଲୋକେ ଓ ଯାତାୟାତ କରୁଥିବା ସର୍ବସାଧାରଣ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏ ନେଇ ସମ୍ପୃକ୍ତ ନିଜ ଜାଗା ବୋଲି ଦର୍ଶାଉଥିବା ବ୍ୟକ୍ତିଜଣକଙ୍କୁ ଲୋକେ ଏସବୁକୁ ହଟାଇବାକୁ ନିବେଦନ କରିଥିଲେ ମଧ୍ୟ ସେ ଶୁଣି ନଥିଲେ। ଖବର ପାଇ ଜିଲାପ୍ରଶାସନ ପହଞ୍ଚତ୍ ପୋଲିସର ଉପସ୍ଥିତିରେ ଜେସିବି ଲଗାଇ ବାଉଁଶବାଡକୁ ହଟାଇ ଥିଲେ। ଏ ନେଇ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ କହିଛନ୍ତି ଯେ, ସର୍ବସାଧାରଣ ରାସ୍ତାରେ ବ୍ୟକ୍ତି ଜଣକ ଏପରି କରିବା ଉଚିତ ନ ଥିଲା। ସେ ଉକ୍ତ ମାମଲାକୁ ନେଇ ବିଭାଗୀୟ ନିକଟରେ ଅଭିଯୋଗ କରିପାରିଥାନ୍ତେ। ତେବେ ଏପରି ସର୍ବସାଧାରଣ ରାସ୍ତାରେ ବା ସମୂହ ଲୋକଙ୍କ କାମରେ ଆସୁଥିବା ସ୍ଥାନ ବା ଜାଗାକୁ କେହି ବି ଦାବି କରିପାରିବେ ନାହିଁ ବୋଲି କହିଛନ୍ତି।ଏ ନେଇ ଅଧିକା ତଦନ୍ତ ଜାରି ରହିବ ଏବଂ ପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଦାସ ପ୍ରମୁଖଙ୍କ ସହ ଗୁରାଣ୍ଡି ଥାନାଧିକାରୀ ରବୀନ୍ଦ୍ରନାଥ ପାତ୍ରଙ୍କ ନେତୃତ୍ୱରେ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ସମସ୍ୟା ପାଇଁ ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆର,ଉଦୟଗିରି, ୫।୫(ମନୋଜ କୁମାର ପାଢୀ): ପାଣି ପାଇଁ ରାସ୍ତା ରୋକେ କଲେ ଆର,ଉଦୟଗିରି ବ୍ଳକର ଛେଳିଗଡ ଗ୍ରାମବାସୀ। ଗ୍ରାମର ଖ୍ରୀଷ୍ଟିଆନ୍ ସାହି ଲୋକମାନଙ୍କୁ କିଛି ଦିନ...

ଭଲ ଲୋକଙ୍କୁ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, ୫।୫ (ଗିରିଧାରୀ ପରିଛା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ନିର୍ବାଚନ ପ୍ରଚାର କରିଛନ୍ତି।...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ବିଳମ୍ବରେ ମିଳୁଛି ଦରମା

ମୋହନା,୨୧ା୪(ମନ୍ମଥ ମିଶ୍ର)ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀଙ୍କ ଅଶାନ୍ତି ଦେଖାଦେଇଛି । ଦିନରାତି ପରିଶ୍ରମ କଲେ ବି କର୍ମଚାରୀଙ୍କୁ ମିଳୁନି ଠିକ...

ମନ୍ଦିର ପୂଜାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦିପୁଟ,୧୪ା୪(କେ. ପ୍ରମୋଦ କୁମାର ଦୋରା)- ଗଜପତି ଜିଲା ମୋହନା ଥାନା ଅଧୀନ ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ମନ୍ଦିର ପୂଜାରୀ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା...

ଓଡ଼ିଶାର କ୍ଷତି, ଆନ୍ଧ୍ର ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି, ୧୪ା୪ (ଗିରିଧାରୀ ପରିଛା):ଗଜପତି ଜିଲା କାଶୀନଗର ସହରର ଆଖପାଖ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ରର ମାଫିଆମାନେ କିଣି ସେଥିରେ ପ୍ଲଟିଂ କରି ବ୍ୟବସାୟ କରି...

ନିର୍ବାଚନ ପ୍ରଚାର ପାଇଁ ନ ଆସିବାକୁ ନିବେଦନ

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅଧୀନ ଚନ୍ଦନଖଳା ଗ୍ରାମକୁ ମାତ୍ର ପ୍ରାୟ ୭୦୦ ମିଟର ରାସ୍ତା ହୋଇପାରୁ ନ ଥିବାକୁ...

ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ମୂଲ୍ୟବାନ ସାମଗ୍ରୀ

ପାରଳାଖେମୁଣ୍ଡି,୧୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କିଛି ଦିନ ବ୍ୟବଧାନ ପରେ ପୁଣି ଚୋରି ଘଟଣା ସାମନାକୁ ଆସିଛି । ପାରଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri