ମଷ୍ଟର ରୋଲ୍‌ରେ ଦାଦନଙ୍କ ନାଁ

କାମାକ୍ଷାନଗର, ୧୪।୫ (ଡି.ଏନ୍‌.ଏ.) ତେଲଙ୍ଗାନାରେ ଖଟୁଛନ୍ତି ଦାଦନ। ଦୀର୍ଘଦିନ ହେଲା ଗଁାରେ ନାହାନ୍ତି। ଅଥଚ ଗ୍ରାମରେ ଚାଲିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ମଷ୍ଟର ରୋଲ୍‌ରେ ତାଲିକାଭୁକ୍ତ ହୋଇଛି ନଁା। କେବଳ ଏତିକି ନୁହେଁ, ଏହି ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଦର୍ଶାଇ ଜମାଖାତାକୁ ଟଙ୍କା ମଧ୍ୟ ଛଡ଼ାଯାଉଛି। ଏହାକୁ ବାଦ୍‌ଦେଲେ ଯୁକ୍ତ ୨ ପଢୁଥିବା ଛାତ୍ରଙ୍କୁ ଶ୍ରମଜୀବୀ ବୋଲି ଦର୍ଶାଇ ଅର୍ଥ ହଡ଼ପ କରାଯାଉଥିବା ଭଳି ସାଂଘାତିକ ଅଭିଯୋଗ ମଧ୍ୟ ଉଠିଛି। ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତରେ ଶ୍ରମିକ କଲ୍ୟାଣ ନିମନ୍ତେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନାରେ ମୂଳରୁ ଚୂଳ ଯାଏ ଏଭଳି କେଳେଙ୍କାରୀ ବିଭାଗୀୟ ଅଧିକାରୀଙ୍କ ସମ୍ପୃକ୍ତିଙ୍କୁ ସ୍ପଷ୍ଟ କରିଥିବାବେଳେ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।
ଦଶୀପୁର ପଞ୍ଚାୟତ ଅନ୍ତର୍ଗତ ଗୁରୁଜାଙ୍ଗୁଲି ଗ୍ରାମରେ ସାନବନ୍ଧ (କୋଡ୍‌ ନମ୍ବର ୨୪୦୭୦୦୫୦୦୭/ ଡବ୍ଲ୍ୟଏଚ୍‌/୧୦୩୮୬୧୨୮) ପୁନରୁଦ୍ଧାର ପାଇଁ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ତେବେ ଓ୍ବେବ୍‌ ସାଇଟ୍‌ରୁ ଯେଉଁ ଚିତ୍ର ଆସିଛି, ତାହା ଦୁର୍ନୀତିକୁ ପଦାରେ ପକାଇ ଦେଇଛି। ଏହି ଯୋଜନାରେ ମହାବିରୋଡ କଲେଜରେ ପଢୁଥିବା ଯୁକ୍ତ ୨ ପ୍ରଥମ ବର୍ଷର ଜଣେ ଛାତ୍ରଙ୍କ ନାମ ଶ୍ରମିକ ତାଲିକାରେ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସମ୍ପୃକ୍ତ ଛାତ୍ରଙ୍କ ବୟସ ମାତ୍ର ୧୬ବର୍ଷ। ସେହିପରି ତେଲଙ୍ଗାନା ରାଜ୍ୟର ଏକ ବେସରକାରୀ ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ନାମ ମଷ୍ଟର ରୋଲ୍‌ରେ ଚଢ଼ାଯାଇଛି। ମଷ୍ଟରରୋଲ୍‌ ନମ୍ବର ୨୦୪୫ରେ ୧୩ ହଜାର ୩୨୦ ଟଙ୍କା ଛଡ଼ାଯାଇଛି। ଅନୁରୂପ ଭାବେ ମଷ୍ଟରରୋଲ୍‌ ନଂ. ୨୦୪୬ରେ ୫ ହଜାର ୩୨୮ ଟଙ୍କା ପୈଠ ହୋଇଛି। ପଞ୍ଚାୟତରେ ଚାଲିଥିବା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଶ୍ରମିକଙ୍କ ଜବ୍‌କାର୍ଡକୁ ମାଧ୍ୟମ କରି ଟଙ୍କା ହଡ଼ପ କରାଯାଉଥିବା ଅଭିଯୋଗ ଆସୁଥିବାବେଳେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା ସ୍ପଷ୍ଟ ହୋଇଛି।
ଦଣ୍ଡାବନ୍ଧ ପୁନରୁଦ୍ଧାର ସମୟରେ ଅନୁରୂପ ଦୁର୍ନୀତି ପଦାକୁ ଆସିଥିଲା। ରାଜ୍ୟ ବାହାରେ ରହି କାମ କରୁଥିବା ସ୍ଥାନୀୟ ହିତାଧିକାରୀଙ୍କ ଜବ୍‌କାର୍ଡରେ ଟଙ୍କା ଛଡ଼ାଯାଇଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଚଞ୍ଚକତା ପୂର୍ବକ ୱେବସାଇଟ୍‌ରୁ ମଷ୍ଟର ରୋଲ୍‌କୁ ଡିଲିଟ୍‌ କରିଦିଆଯାଇଥିଲା। ଠିକାଦାର ଏବଂ ସରକାରୀ କର୍ମଚାରୀଙ୍କ ସଲାସୁତୁରାରେ ଏଭଳି ଦୁର୍ନୀତି ଚାଲିଥିବାବେଳେ ଜିଲା ପ୍ରଶାସନ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
ଏ ସମ୍ପର୍କରେ ଗ୍ରାମ ରୋଜଗାର ସେବକ ଦୀପୁନ ନାଏକଙ୍କ ସହିତ ଯୋଗାଯୋଗ କରାଯାଇଥିବାବେଳେ କୌଣସି ଉତ୍ତର ମିଳି ନ ଥିଲା। କନିଷ୍ଠ ଯନ୍ତ୍ରୀ ପ୍ରଦୀପ ମଲ୍ଲିକ କୁହନ୍ତି, ଏମିତି ହେବା କଥା ନୁହେଁ। ଏ ସମସ୍ତ କାମ ଗ୍ରାମ ରୋଜଗାର ସେବକଙ୍କର। ସେ ସମସ୍ତ ଗାଇଡ୍‌ଲାଇନ ଦେଖି କାର୍ଯ୍ୟ କରିବା କଥା। ବିଡିଓ ବୁଲ୍‌ବୁଲ୍‌ ବେହେରା କୁହନ୍ତି, ଅଭିଯୋଗ ସତ୍ୟ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri