ଭୁବନେଶ୍ୱରରେ ଲାଗିବ ଆଉ ୧ହଜାର ଲାଇଟ୍‌

ଭୁବନେଶ୍ୱର,୮।୫(ବ୍ୟୁରୋ): ଭୁବନେଶ୍ୱରରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ବିଏମ୍‌ସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରୁଛି। ସହରକୁ ଆଲୋକୀକରଣ କରିବା ପାଇଁ ମୋଟ ୭୬ହଜାର ୨୬୭ଟି ଷ୍ଟ୍ରିଟ୍‌ଲାଇଟ୍‌ ଲଗାଯାଇଛି। ସେଥିମଧ୍ୟରୁ ୯୦ ପ୍ରତିଶତ ଏଲ୍‌ଇଡି ଲାଇଟ୍‌ ରହିଛି। ଜାଗା ମିଶନ ଅନ୍ତର୍ଗତ ୩୧୯ଟି ବସ୍ତିରେ ୧୪ଶହରୁ ଊର୍ଦ୍ଧ୍ୱ ଷ୍ଟ୍ରିଟ୍‌ଲାଇଟ୍‌ ଲଗାଯାଇଛି। ତଥାପି ସହରର ଏକାଧିକ ଅଞ୍ଚଳ ଏବେ ବି ଅନ୍ଧାରରେ ରହୁଛି। ଏଥିପାଇଁ ବିଏମ୍‌ସି ପକ୍ଷରୁ ଷ୍ଟ୍ରିଟ୍‌ ଲାଇଟ୍‌ ନ ଥିବା ଅଞ୍ଚଳର ସର୍ଭେ କରାଯାଇ ଚିହ୍ନଟ ହୋଇଥିବା ସ୍ଥାନରେ ୧ହଜାର ଏଲ୍‌ଇଡି ଲାଇଟ୍‌ ସହିତ ୧୦୦ଟି ପୋଲ୍‌, ହାଇମାଷ୍ଟ ଲାଇଟ୍‌, ୩୦ଟି ମିନିମାଷ୍ଟ ଲାଇଟ୍‌ ଏବଂ ୧୦୦ଟି ଫୋର୍‌ ଆର୍ମ ଲାଇଟ୍‌ ଲଗାଯିବ। ଏନେଇ ଟେଣ୍ଡର ପ୍ରକ୍ରିୟା ସରିଥିବାବେଳେ ୨ମାସ ମଧ୍ୟରେ କାମ ସରିବ। ୨୦୨୧-୨୨ରେ ୯ହଜାର ୩୯୦ଟି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଥିବାବେଳେ ୨ହଜାର ୪୩୦ଟି ପୋଲ୍‌ ପୋତାଯାଇଥିବା ସୂଚନା ମିଳିଛି। ଅପରପକ୍ଷେ ସହରର ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍‌ ଲାଇଟ୍‌ ରହିଥିବାବେଳେ ମେଣ୍ଟେନାନ୍ସ ଅଭାବରୁ ଲାଇଟ୍‌ ଜଳୁନାହିଁ। ଏହାର ରକ୍ଷଣାବେକ୍ଷଣର ଦାୟିତ୍ୱ ଦୁଇଟି କମ୍ପାନୀ ଯଥା ଇ-ସ୍ମାର୍ଟ ଏବଂ ନିଭ୍‌ ଏନର୍ଜିକୁ ଦିଆଯାଇଛି। କୌଣସି ଅଞ୍ଚଳରେ ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟା ପାଇଁ ଟୋଲ୍‌ ଫ୍ରି ନମ୍ବର ୧୮୦୦୩୪୫୭୧୧୬/ ୦୬୭୪୨୪୩୦୦୫୧ ଏବଂ ୭୬୮୨୮୮୯୮୯୮ ଜାରି କରାଯାଇଛି। ତେବେ ବିଏମ୍‌ସି ପକ୍ଷରୁ ଏଗୁଡ଼ିକର ଯାଞ୍ଚ କରିବା ପାଇଁ ଏକ ୧୦ଜଣିଆ ଆଇଟିଆଇ ଟିମ୍‌ ଓ ୬ଜଣ ଜମାଦାର ରହିଛନ୍ତି। ତେବେ ୬୭ଟି ଓ୍ବାର୍ଡର ଗଳିକନ୍ଦିଠାରୁ ଆରମ୍ଭ କରି ମୁଖ୍ୟରାସ୍ତା ପର୍ଯ୍ୟନ୍ତ ହଜାର ହଜାର ଲାଇଟ୍‌ ଲଗାଯାଇଥିବାବେଳେ ଏହାର ମରାମତି ପାଇଁ ମାତ୍ର ୬ଜଣ ଜମାଦାର ରହିବା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଲଗାଉଛି। ଏ ସମ୍ପର୍କରେ ବିଏମ୍‌ସିର ଇଲେକ୍ଟ୍ରି ବିଭାଗର ଜଣେ ଅଧିକାରୀ କହିଛନ୍ତି, ଅଳ୍ପ କର୍ମଚାରୀଙ୍କୁ ନେଇ କାମ କରିବାକୁ ପଡୁଛି। ଏ ନେଇ ଆମେ ମେୟର ଏବଂ କମିଶନରଙ୍କୁ ଅବଗତ କରାଇଛୁ। ଜମାଦାରଙ୍କ ବ୍ୟତୀତ ଯେଉଁ ଅଞ୍ଚଳରେ ଷ୍ଟ୍ରିଟ ଲାଇଟ୍‌ ସମସ୍ୟା ହେଉଛି, ସେଠାକାର ସ୍ଥାନୀୟ ଲୋକ ଏବଂ କର୍ପୋରେଟରମାନେ ଟୋଲ୍‌ ଫ୍ରି ନମ୍ବରରେ ସୂଚନା ଦେଉଛନ୍ତି। ଏହାପରେ ତୁରନ୍ତ ସେଠାକାର ଲାଇଟ୍‌କୁ ସଜଡ଼ା ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri