ପକ୍ଷୀଙ୍କ ଶୋଷ ମେଣ୍ଟାଉଛି ଚୁଆ ପାଣି

ମହାକାଳପଡ଼ା, ୬ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ କେତେ ସପ୍ତାହ ହେଲା ବୈଶାଖ ମାସର ଖରା ଓ ଭୀଷଣ ଗୁଳିଗୁଳି ସହ ଗରମ ଅନୁଭୂତ ହେଉଛି। ସ୍ଥାନୀୟ ଅଞ୍ଚଳରେ ନଦୀଗୁଡିକର ପାଣି ଲୁଣିଆ ହୋଇଥିବାରୁ ଖାଲ, ପାଟିଆ, ଯୋର, ଗଡିଆ, ପୋଖରୀ, ଗଭୀର କୂପ ଆଦିର ଜଳସ୍ତର ନିମ୍ନଗାମୀ ଯୋଗୁ ଶୁଖିଲା ପଡ଼ିଛି। ଜଙ୍ଗଲୀ ଜନ୍ତୁ, ପଶୁ ପକ୍ଷୀ ଆଦି ପିଇବା ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି। ଯେଉଁ ଅଞ୍ଚଳରେ ଗଡିଆ, ପୋଖରୀ, ଚୁଆ ଆଦିରେ ମଧୁର ପାଣି ମୁନ୍ଦେ ଅଛି ସେଠାରେ ପକ୍ଷୀମାନେ ଚାତକ ପରି ଚାହିଁ ବସିଛନ୍ତି। ନିଜ ନିଜ ମଧ୍ୟରେ ପାଣି ପିଇବାକୁ ପ୍ରତିଯୋଗିତା ଚାଲିଥିବା ଦେଖିବାକୁ ମିଳୁଛି। ପକ୍ଷୀମାନଙ୍କ ମଧ୍ୟରେ ଗେଣ୍ଡାଳିଆ, ବଗ, ପାଣିକୁଆ, କାମ ଚଢ଼େଇ, ମାଛରଙ୍କା, ଦା ବେଣ୍ଟିଆ, ଟେଇଁ ଟେଇଁ ଟେଇଁଆ, ଅନ୍ଧାରୁଆ ବଗ, ପାଣି ହଂସ ଆଦି ପକ୍ଷୀଗୁଡ଼ିକ ଏବେ ଚୁଆପାଣିକୁ ଭରସା କରିଛନ୍ତି। ବନ ବିଭାଗ ପକ୍ଷରୁ ଜଙ୍ଗଲୀ ଜନ୍ତୁ ଓ ପଶୁ ପକ୍ଷୀମାନଙ୍କ ପାଇଁ ଜଙ୍ଗଲ ମଧ୍ୟରେ ଛୋଟ ଛୋଟ ଚୁଆ ଆଦି ଖନନ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ତାହା ଏଯାବତ ଖନନ ହୋଇ ନ ଥିବା ଅଭିଯୋଗ ହେଉଛି। ଫଳରେ ନଦୀରୁ ମାଛ, କୀଟ ପତଙ୍ଗ ଓ ଜଙ୍ଗଲ ଚୁଆରୁ ପାଣି ପିଇ ଜଙ୍ଗଲ ମଧ୍ୟରେ ବସବାସ କରୁଥିଲେ। ଜଙ୍ଗଲ ମଧ୍ୟରେ ପାଣି ପିଇବାକୁ କୌଣସି ବ୍ୟବସ୍ଥା ନ ଥିବାରୁ ପକ୍ଷୀ ଓ ଜୀବଜନ୍ତୁମାନେ ଗଁା ମୁହାଁ ହୋଇ ଖାଲ ଓ ଚୁଆରୁ ଶୋଷ ମେଣ୍ଟାଇବାକୁ ଭିଡ଼ ଜମାଉଛନ୍ତି। ଯେହେତୁ ଗ୍ରାମାଞ୍ଚଳଗୁଡ଼ିକରେ ପକ୍ଷୀମାନଙ୍କ ଭିଡ଼ ଜମୁଛି ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଶିକାରୀମାନଙ୍କ ଲୋଲୁପ ଦୃଷ୍ଟି ଏବେ ପକ୍ଷୀମାନଙ୍କ ଉପରେ ପଡିଛି। କେବେ କେବେ ଏହି ନିରୀହ ପକ୍ଷୀମାନଙ୍କ ମଧ୍ୟରେ ଶିକାରୀମାନେ ଫାଶ ଓ ବିଷ ଦେଇ ଶିକାର କରୁଥିବା ଅଭିଯୋଗ ହେଉଛି। ବ୍ଲକର କଣ୍ଟିଲୋ ସଂରକ୍ଷିତ ଜଙ୍ଗଲ ନିକଟ ଭାଟେଣୀ ଗ୍ରାମସ୍ଥିତ ଗହୀରପାଟର ଚୁଆ ନିକଟରେ ପକ୍ଷୀମାନଙ୍କ କୋଳାହଳ ଦେଖିବାକୁ ମିଳିଛି। ସେହିପରି ବତୀଘର, କଂସାରଡିଆ, ଶଙ୍ଖଚିଲ, ଶାସନପେଟା, କଣ୍ଡରାପାଟିଆ ଆଦି ସ୍ଥାନର ଚୁଆଗୁଡ଼ିକରେ ପାଣି ପିଇବାକୁ ପକ୍ଷୀମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଏ ସମ୍ପର୍କରେ ମହାକାଳପଡ଼ା ବନାଞ୍ଚଳ ଅଧିକାରୀ ସାହାଜୀ ଚରଣ ବିଶ୍ୱାଳଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଲୋକ ସଭା ଆସନ ପାଇଁ ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର,୪ା୫: କଂଗ୍ରେସ ଜୟ ନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ପାର୍ଟି ପାଣ୍ଠି ନ ମିଳିବାରୁ ହେତୁ ସୁଚରିତା...

ଟିକେଟ୍ କଟିବା ପରେ ବିଧାୟକ ବିଜୟ ଶଙ୍କରଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୪ା୫(ଅନିଲଦାସ): ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ବିଭିନ୍ନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି। କୁଳମଣି ସାମଲଙ୍କୁ ବିଜୁ ଜନତା ଜଳର...

ଘରେ ରହି ମତଦାନ ସାବ୍ୟସ୍ତ କଲେ ୩୧ ଭୋଟର୍‌

ପଟ୍ଟାଙ୍ଗି,୪ା୫(ଶରତ ଧଳ)-ଲୋକ ସଭା ଏବଂ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ କିଛି ଦିନ ବାକି ରହିଛି। ଏହା ପୂର୍ବରୁ ଯେଉଁ ଭୋଟର୍‌ମାନେ ମତଦାନ କେନ୍ଦ୍ରରେ ପହଞ୍ଚି...

ରାଜ୍ୟ ସରକାରଙ୍କ ସଫଳତା ବିରୋଧୀ ଗ୍ରହଣ କରିପାରୁନାହାନ୍ତି: ନବୀନ

କୋରାପୁଟ,୪ା୫(ଅମିତାଭ ବେହେରା)-କୋରାପୁଟରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥାନ ନିର୍ବାଚନ ପ୍ରଚାର କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ବିରୋଧୀମାନେ ଗ୍ରହଣ କରି ନପାରି...

ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ, ଦମ ଅଛି ତ…

ପାରଳାଖେମୁଣ୍ଡି,୪ା୫: ପାରାଳାଖେମୁଣ୍ଡିରେ ନବୀନଙ୍କ ପ୍ରଚାର ସଭାରେ ଧର୍ମେନ୍ଦ୍ରଙ୍କ ନାଁ ନନେଇ ଖୋଲା ଚ୍ୟାଲେଞ୍ଜ ଦେଲେ କାର୍ତ୍ତିକ ପାଣ୍ଡିଆନ। ଦମ ଅଛି ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ମୁଖ୍ଯମନ୍ତ୍ରୀ...

ସମୀର ଦାଶଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ, ସମୂହ ଇସ୍ତଫା ଦେଲେ ସମର୍ଥକ!

ପୁରୀ,୪ା୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ଶେଷ ପର୍ଯ୍ୟାୟ ତାଲିକା ଘୋଷଣା କରି ସାରିଥିଲେ ମଧ୍ୟ ଆଶା...

ଓଡିଶାର ସବୁଠାରୁ ଗରିବ ଏମପି ପ୍ରାର୍ଥୀ , ପାଖରେ ମାତ୍ର ଏତିକି ଟଙ୍କା

ଭୁବନେଶ୍ୱର,୪।୫: କୁହାଯାଏ ପାଖରେ ଟଙ୍କା ନ ଥିଲେ ରାଜନୀତି କରି ହୁଏନି। ପ୍ରଚାର ଠାରୁ ଆରମ୍ଭ କରି ପୋଷ୍ଟର ଛାପିବା ଯାଏଁ ବିଡା ବିଡା ଟଙ୍କା...

ସ୍କୁଲ ମାଟି ମାଡି ନ ଥିବା ଓଡିଶାର ବିଧାୟକ ପ୍ରାର୍ଥୀ, ଜାଣନ୍ତୁ ରୋଚକ ତଥ୍ୟ

ଭୁବନେଶ୍ୱର,୪।୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସରିଛି। ୪ ଲୋକ ସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ନାମାଙ୍କନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri