ନିର୍ଦ୍ଦେଶନାମା କାଗଜକଲମରେ ସୀମିତ

ଖୋର୍ଦ୍ଧା ଅଫିସ,୧।୫: ଖୋର୍ଦ୍ଧା ସହରର ଦୈନିକ ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନେ କାମ କରିବେ ନାହିଁ ବୋଲି ଜିଲାପାଳଙ୍କ ନିର୍ଦ୍ଦେଶ ରହିଥିଲା। ତେବେ ଖରାରେ ଖୋଦ୍‌ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶ୍ରମିକମାନେ କାମ କରୁଥିବା ଦେଖିବାକୁ ମିଳିଛି। କାର୍ଯ୍ୟାଳୟ ପରିସରରେ ମାଟି ସମତୁଲ, ଅନାବନା ଗଛଲତା ଉପାଡିବା ଆଦି କାର୍ଯ୍ୟ ଶ୍ରମିକମାନେ କରୁଛନ୍ତି। ସେହିପରି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଜାରି ରହିଛି। ଏଠାରେ ମଧ୍ୟ ସମାନ ସ୍ଥିତି। ଜାତୀୟ ରାଜପଥରେ ଜଳ କିଓସ୍କି ଏବଂ ନିର୍ମାଣ ସ୍ଥଳରେ ପର୍ଯ୍ୟାପ୍ତ ମାତ୍ରାରେ ପାନୀୟଜଳ ବ୍ୟବସ୍ଥା ଲାଗି ନିର୍ଦ୍ଦେଶ ସତ୍ତ୍ୱେ ଏହା ପ୍ରହସନରେ ପରିଣତ ହୋଇଛି। ୧୬ ନମ୍ବର ଜାତୀୟ ରାଜପଥର ଜଟଣୀ ଗେଟ୍‌ଠାରୁ ଟାଙ୍ଗୀ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଜାରି ରହିଛି। କେଉଁଠି ହେଲେ ପ୍ରଶାସନ କିମ୍ବା ଶ୍ରମ ବିଭାଗ ପକ୍ଷରୁ କୌଣସି ଗାଇଡ୍‌ଲାଇନ ଜାରି କରାଯାଇ ନ ଥିବା ଜଣାପଡ଼ିଛି। କେବଳ ସରକାରୀ କାଗଜକଲମରେ ନିର୍ଦ୍ଦେଶନାମା ଜାରି କରି ପ୍ରଶାସନିକ ଅଧିକାରୀମାନେ ଚୁପ୍‌ ବସିଛନ୍ତି।
ସହରରେ ସବୁଠି କୋଠାବାଡ଼ି ନିର୍ମାଣ କାର୍ଯ୍ୟ ଜାରି ରହିଛି। ଶ୍ରମିକମାନେ ବିପଜ୍ଜନକ ଭାବେ କାମ କରୁଥିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ଗାଇଡ୍‌ଲାଇନ ପାଳନ କରାଯାଉନାହିଁ। ଠିକାସଂସ୍ଥା ପକ୍ଷରୁ ପାନୀୟଜଳ ବ୍ୟବସ୍ଥା କରାଯାଉ ନ ଥିବା ବହୁ ଶ୍ରମିକ କହିଛନ୍ତି। ଖୋର୍ଦ୍ଧା ସହରର ଟ୍ରାଫିକ ଛକଠାରୁ ନୂଆ ବସ୍‌ଷ୍ଟାଣ୍ଡ, ପୁରୁଣା ବସ୍‌ଷ୍ଟାଣ୍ଡ, ନୟାଗଡ ରାସ୍ତା, ମାରଓ୍ବାଡି ପଟି, ଗୋଡ଼ି ପୋଖରୀ, ମୁକୁନ୍ଦପ୍ରସାଦ ଜନଗହଳି ରହୁଥିଲେ ମଧ୍ୟ ପୌର ପ୍ରଶାସନ ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇନାହିଁ। ଡାକବଙ୍ଗଳା ଓ ନୂଆ ବସ୍‌ଷ୍ଟାଣ୍ଡରେ ଏକ ଟେଣ୍ଟ୍‌ହାଉସ ତଳେ ଦୁଇଟି ପାଣି ମାଠିଆ ରଖି ପ୍ରଶାସନ କାମ ସାରିଦେଇଛି। ପାଣି ସରିବା ପରେ ମାଠିଆ ଭରିବାକୁ କେହି ନାହାନ୍ତି। ସକାଳୁଆ ପାଣି ଭରିଦେବା ପରେ ଅପରାହ୍ନରେ କାହାରିକୁ ଦେଖିବାକୁ ମିଳୁନାହିଁ। ପ୍ରତି ସମୟରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗକାରୀ ଏବଂ ଭୁବନେଶ୍ୱର ଯିବା ଲାଗି ଯାତ୍ରୀ ମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି। ଏଠାରେ ଲୋକଙ୍କ ପାଇଁ କୌଣସି ପାନୀୟ ଜଳର ବ୍ୟବସ୍ଥା ନାହିଁ। କେବଳ ଜିଲାପାଳଙ୍କ କାର୍ଯ୍ୟାଳୟ ନୁହଁ, ବସ୍‌ଷ୍ଟାଣ୍ଡ ସମେତ କୌଣସି ସରକାରୀ କାର୍ଯ୍ୟାଳୟରେ ଲୋକଙ୍କ ଲାଗି ପାନୀୟ ଜଳର ବ୍ୟବସ୍ଥା କରାଯାଇନାହିଁ। ଏଠାକୁ ଆସୁଥିବା ଅଭିଯୋଗକାରୀ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଏ ନେଇ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri