Odisha Elections 2024
Posted inଜାତୀୟ

ମହଙ୍ଗା ପଡ଼ିଲା ବିନା ଅନୁମତିରେ ଶୋଭାଯାତ୍ରା ବାହାର କରିବା: ଭିଏଚ୍‌ପି-ବଜରଙ୍ଗ ଦଳ ନାଁରେ ଏଫ୍‌ଆଇଆର ରୁଜୁ

ନୂଆଦିଲ୍ଲୀ,୧୮।୪:ହନୁମାନ ଜୟନ୍ତୀ ଅବସରରେ ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ମାମଲାରେ ଦିଲ୍ଲୀ ପୋଲିସ ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ବିରୋଧରେ ଏଫ୍‌ଆଇଆର ରୁଜୁ କରିଛି। ବିନା ଅନୁମତିରେ ଭିଏଚ୍‌ପି ଏବଂ ବଜରଙ୍ଗ ଦଳ ଶୋଭାଯାତ୍ରା ବାହାର କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଦିଲ୍ଲୀ ପୋଲିସ ବିଶ୍ୱ ହିନ୍ଦୁ ପରିଷଦର ଜିଲା ସେବା ମୁଖ୍ୟ ପ୍ରେମ ଶର୍ମାଙ୍କୁ ମଧ୍ୟ ଗିରଫ କରିଛି। ଭିଏଚ୍‌ପିର ଜିଲା ସେବା ମୁଖ୍ୟ ପ୍ରେମ ଶର୍ମା ବିନା ଅନୁମତିରେ ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଅବସରରେ ଏକ ଶୋଭାଯାତ୍ରା ବାହାର କରିଥିବା ଅଭିଯୋଗ ହୋଇଛି। ଏପ୍ରିଲ ୧୭ରେ ବଜରଙ୍ଗ ଦଳ ଓ ଭିଏଚ୍‌ପି ଆୟୋଜକମାନେ ବିନା ଅନୁମତିରେ ଏହି ଶୋଭାଯାତ୍ରା ବାହାର କରିଥିଲେ ବୋଲି ଡିସିପି ଏନଡବ୍ଲୁ ଉଷା ରଙ୍ଗନାନି କହିଛନ୍ତି। ଏହି ମାମଲାରେ ଉଭୟ ସଂଗଠନ ବିରୋଧରେ ଏଫ୍‌ଆଇଆର ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଜାହାଙ୍ଗୀରପୁରୀ ଅଞ୍ଚଳରେ ହନୁମାନଙ୍କ ଜନ୍ମ ବାର୍ଷିକୀରେ ଶନିବାର ସନ୍ଧ୍ୟାରେ ଶୋଭାଯାତ୍ରାରେ ପଥର ଫିଙ୍ଗିବା ପରେ ଦେଖାଦେଇଥିବା ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅନ୍‌ସାରଙ୍କ ସମେତ ପୋଲିସ ୨୪ଜଣଙ୍କୁ ଗିରଫ କରିଛି। ଏତଦ୍‌ ବ୍ୟତୀତ ୨ଜଣ ନାବାଳକ ମଧ୍ୟ ଗିରଫ ହୋଇଛନ୍ତି। ଅନ୍ୟପଟେ ଅନ୍‌ସାର ଓ ସଲିମ୍‌ଙ୍କୁ ୨ଦିନିଆ ରିମାଣ୍ଡରେ ନେଇ କ୍ରାଇମ ବ୍ରାଞ୍ଚ ପଚରାଉଚରା କରିବ। ଅନ୍ୟ ଅଭିଯୁକ୍ତମାନଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ତେବେ ଉକ୍ତ ଅଞ୍ଚଳରେ କୌଣସି ଅପ୍ରତିକର ପରିସ୍ଥିତି ନ ଉପୁଜିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘଟଣାସ୍ଥଳରେ ସିଆରପିଏଫ୍‌ ଓ ଆରଏଏଫ୍‌ର ୫ଟି ଅତିରିକ୍ତ କମ୍ପାନୀକୁ ନିୟୋଜିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ରାସ୍ତା କଡ଼ରୁ କଟାଯାଇ ପାରିବ ନାହିଁ ଗଛ

କୋଚି,୨୬।୫: କେବଳ ବ୍ୟବସାୟିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରୁଥିବାରୁ ରାସ୍ତା କଡ଼ରେ କୌଣସି ଗଛ କଟାଯିବ ନାହିଁ ବୋଲି କେରଳ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ...

ଇଚ୍ଛା ହେଉଛି ନରେନ୍ଦ୍ର ମୋଦି ହୁଅନ୍ତୁ ଦେଶର ମୁଖ୍ୟମନ୍ତ୍ରୀ, କହୁ କହୁ ଏମିତି କହିଲେ ନୀତୀଶ

ପାଟନା,୨୬।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ରମାଗତ ଭାବେ ନିର୍ବାଚନ ରାଲି କରୁଥିବା ଦେଖାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କ୍ରମାଗତ ଭାବରେ ବିହାର ଗସ୍ତ କରୁଛନ୍ତି...

୨୧ ବର୍ଷରୁ ବୟସରୁ କମ୍‌ ବୟସରେ ଲିଭ୍‌ଇନ୍‌ ରହିଲେ ପୋଲିସ-ଅଭିଭାବକଙ୍କୁ ଜଣାଇବେ ସରକାର!

ନୂଆଦିଲ୍ଲୀ,୨୬।୫: ଉତ୍ତରାଖଣ୍ଡ ସରକାର ଲିଭ୍‌ଇନ୍‌ ରିଲେଶନଶିପ୍‌କୁ ଔପଚାରିକ ମାନ୍ୟତା ଦେବାକୁ ଏବଂ ନିୟନ୍ତ୍ରଣ କରିବା ପାଇଁ ଏକ ଆଇନଗତ ଢାଞ୍ଚା ପ୍ରସ୍ତୁତ କରିଛନ୍ତି। ଏହାର ଉଦେଶ୍ୟ...

ମୁସଲମାନଙ୍କୁ ସଂରକ୍ଷଣ ଦେବାକୁ ସମ୍ବିଧାନ ବଦଳାଇ ଦେବେ ବିରୋଧୀ ମେଣ୍ଟ: ମୋଦି

ମିର୍ଜାପୁର,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ମିର୍ଜାପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏଥିରେ ସେ...

ଗଡକରୀଙ୍କୁ ହରାଇବାକୁ କାମ କରିଛନ୍ତି ମୋଦି-ଶାହା: ସଞ୍ଜୟ ରାଉତ

ମୁମ୍ବାଇ,୨୬।୫: ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ରବିବାର ଦାବି କରିଛନ୍ତି ଯେ ଲୋକ ସଭା ନିର୍ବାଚନରେ ନିତିନ ଗଡକରୀଙ୍କ ପରାଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ହାଇସ୍କୁଲ ପରୀକ୍ଷା ଫଳ ଦେଖିବା ପରେ କମଲ ନାଥ କହିଲେ, ରାଜ୍ୟରେ ଶିକ୍ଷା ମହତ୍ୱହୀନ ହେବାରେ ଲାଗିଛି

ଭୋପାଳ,୨୬।୫: ମଧ୍ୟପ୍ରଦେଶରେ ଲୋକ ସଭା ନିର୍ବାଚନ ପରେ ବର୍ତ୍ତମାନ ଶିକ୍ଷାକୁ ନେଇ ଭାଜପା ଓ କଂଗ୍ରେସ ମଧ୍ୟରେ ତୀବ୍ର ରାଜନୈତିକ କଥାକଟାକଟି ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ...

ପ୍ରଧାନମନ୍ତ୍ରୀ ଏକମାତ୍ର ବ୍ୟକ୍ତି, ଯାହାଙ୍କର ଡାଇରେକ୍ଟ ପରମାତ୍ମାଙ୍କ ସହ ଯୋଗାଯୋଗ ରହିଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୬।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟ ପାଇଁ ରବିବାର ହିମାଚଳ ପ୍ରଦେଶର ନାହାନରେ ପହଞ୍ଚିଛନ୍ତି। ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ...

ଏଏପି ଉପରେ ସଙ୍ଗିନ ଅଭିଯୋଗ ଲଗାଇଲେ ସ୍ବାତୀ, ବଳାତ୍କାର ସହ ମିଳୁଛି ହତ୍ୟା ଧମକ

ନୂଆଦିଲ୍ଲୀ,୨୬।୫: ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲ ରବିବାର କହିଛନ୍ତି ଯେ ଏଏପି ନେତା ତଥା ସେମାନଙ୍କ କର୍ମକର୍ତ୍ତାଙ୍କ ଦ୍ୱାରା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri