ବଜରଙ୍ଗ-ଭୀମ ଆର୍ମି କର୍ମୀ ହାତାହାତି

ସରଣ୍ଡା/ଅତାବିରା,୧୪।୪(ଡି.ଏନ୍‌.ଏ): ଗୁରୁବାର ସବୁଠି ହନୁମାନ ଜୟନ୍ତୀ ଏବଂ ଆମ୍ବେଡ଼କର ଜୟନ୍ତୀ ଉତ୍ସାହ ଉଦ୍ଦୀପନା ସହ ପାଳନ କରାଯାଇଛି । ହେଲେ ବରଗଡ଼ ଜିଲା ଗୋଡ଼ଭଗା, ଅତାବିରାରେ ବଜରଙ୍ଗ ଦଳ ଏବଂ ଭୀମଆର୍ମି ଦଳର କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି । ବାଇକ୍‌ ଭଙ୍ଗାରୁଜା ସହିତ ମାଡ଼ପିଟ୍‌ ପର୍ଯ୍ୟନ୍ତ କଥା ଯାଇଛି । ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବା ଯୋଗୁ ଅତାବିରାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ପ୍ରକାଶ ଯେ, ଅତାବିରା ଥାନା ଗୋଡ଼ଭଗା ଛକରେ ବଜରଙ୍ଗ ଦଳ କର୍ମୀମାନେ ଶୋଭାଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲେ । ସେତିକିବେଳେ ଭୀମ ଆର୍ମି ଦଳର କର୍ମୀମାନେ ଶୋଭାଯାତ୍ରା ସାରି ଫେରୁଥିଲେ । ଉଭୟ ଦଳ ମଧ୍ୟରେ ଠେଲାପେଲା, ମାଡ଼ପିଟ୍‌ ଏବଂ ଗାଡ଼ି ଭଙ୍ଗାରୁଜା ହୋଇଥିଲା । ପୋଲିସ ୩ଟି ଟ୍ରାକ୍ଟର ଏବଂ ବହୁସଂଖ୍ୟକ ବାଇକ୍‌ ଜବତ କରି ଅତାବିରା ଥାନାକୁ ଆଣିଥିଲା । ଅନ୍ୟପଟେ ଭଙ୍ଗା ଯାଇଥିବା ବାଇକ୍‌ର କ୍ଷତିପୂରଣ ଦାବି କରି ଭୀମଆର୍ମି ଦଳର କର୍ମୀମାନେ ଅତାବିରାରେ ପହଞ୍ଚିଥିଲେ। ସେଠାରେ ରାଜପଥରେ ବସି ବଜରଙ୍ଗ ଦଳର ଶୋଭାଯାତ୍ରାକୁ ଅଟକାଇଥିଲେ । ଫଳରେ ଅତାବିରା ବସ୍ତି ସମ୍ମୁଖରେ ବଜରଙ୍ଗ ଦଳର ଶୋଭାଯାତ୍ରା ଅଟକି ରହିଛି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ଉପଜିଲାପାଳ ଶୁଭେନ୍ଦ୍ର କୁମାର ସାମଲ, ଏସଡ଼ିପିଓ ଦୀପକ କୁମାର ଗୋଚ୍ଛାୟତ ପ୍ରମୁଖ ପହଞ୍ଚି ଆଲୋଚନା କରିଛନ୍ତି । ହେଲେ ଉତ୍ତେଜନା ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ...

ଭୁବନେଶ୍ୱରରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

ଭୁବନେଶ୍ୱର,୪।୫: ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଶନିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଜୟଶଙ୍କର ଦୁଇ ଦିନ ଓଡ଼ିଶାରେ ରହିବେ। ମିଳିଥିବା ସୂଚନାନୁଯାୟୀ, ଆଜି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

ଟିକେଟ୍‌ ଫେରାଇଲେ ପୁରୀ ଏମ୍‌ପି ପ୍ରାର୍ଥୀ ସୁଚରିତା ମହାନ୍ତି, ଜାଣନ୍ତୁ କାରଣ…

ଭୁବନେଶ୍ୱର,୪।୫: କଂଗ୍ରେସ ଟିକେଟ୍‌ ଫେରାଇଲେ ପୁରୀ ଏମ୍‌ପି ପ୍ରାର୍ଥୀ ସୁଚରିତା ମହାନ୍ତି।ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍‌ ସୁଚରିତା ଫେରାଇଥିବା ନେଇ ଆଇସିସିକୁ ଜଣାଇଛନ୍ତି। ବିନା...

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ଧର୍ମଶାଳା, ବରୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର

ରସୁଲପୁର,୪ା୫(ରଂଜିତ ରାଉତ):  ଯାଜପୁର ସଂସଦୀୟ କ୍ଷେତ୍ର(ସଂ) ଅଧୀନ ବରୀ ଓ ଧର୍ମଶାଳା ବିଧାନସଭା ନିବର୍ର୍ାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ଚର୍ଚ୍ଚା ହେଉଛିି।...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri