ଟାଟାଷ୍ଟିଲ୍‌ ପକ୍ଷରୁ ଓ୍ବାକାଥନ୍‌

ଢେଙ୍କାନାଳ ଅଫିସ, ୯।୪ ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ପକ୍ଷରୁ ଗୁରୁବାର ବିଶ୍ୱ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ଓ୍ବାକାଥନ୍‌ ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ‘ଆମ ପୃଥିବୀ ଆମ ସ୍ବାସ୍ଥ୍ୟ’ ଶୀର୍ଷକ ବିଷୟକୁ ନେଇ ଏହାର ଆୟୋଜନ କରାଯାଇଥିଲା। ଦୀର୍ଘ ୨ କିମି ବ୍ୟାପୀ ଆୟୋଜିତ ଏହି ସଚେତନତା ପଦଯାତ୍ରାରେ କାରଖାନାର ଆବାସିକ କଲୋନୀରେ କର୍ମଚାରୀ, ଛାତ୍ରୀଛାତ୍ର ସାମିଲ ହୋଇଥିଲେ। ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ଖାଦ୍ୟ ପ୍ରସ୍ତୁତି, ପୋଷ୍ଟର ଏବଂ ଅନୁଚ୍ଛେଦ ଲିଖନ ଆଦି ବିଭାଗରେ ପ୍ରତିଯୋଗିତା କରାଯାଇଥିଲା। ଚର୍ମରୋଗ, ଦନ୍ତରୋଗ, ରକ୍ତହୀନତା ଉପରେ ସ୍ବତନ୍ତ୍ର ସ୍କ୍ରିନିଂ ଶିବିର ଅନୁଷ୍ଠିତ ହୋଇଥିଲା।
ମାନବ ସମ୍ବଳ ( ବିଜ୍‌ନେସ୍‌ ପାର୍ଟନର) ମୁଖ୍ୟ ସନ୍ଦୀପ ଧୀର, ନିରାପତ୍ତା ବିଭାଗ ମୁଖ୍ୟ ଅଗମ କୁମାର, ଆଇରନ୍‌ ମେକିଂ ବିଭାଗ ମୁଖ୍ୟ ଅମିତ କୁମାର, କୋକ୍‌ ଓଭେନ ମୁଖ୍ୟ ଅମର ବାଉ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ପଦଯାତ୍ରାକୁ ଉଦ୍‌ଘାଟନ କରିଥିଲେ। ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଟାଟାଷ୍ଟିଲ୍‌ ମେରାମଣ୍ଡଳୀ ମେଡିକାଲ୍‌ ସର୍ଭିସେସ୍‌ ଆନୁକୂଲ୍ୟରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି କଥା କହି ଭାବପ୍ରବଣ ହୋଇଗଲେ ପାଣ୍ଡିଆନ୍‌

ଭୁବନେଶ୍ୱର,୮।୫: ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବୁଧବାର ଭୋରରୁ ଏକ ପ୍ରେସ୍‌ମିଟ୍‌ ଡକାଇଛନ୍ତି। ଏହି ପ୍ରେସ୍‌ମିଟ୍‌ରେ ସେ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି।...

ରାତି ନ ପାହୁଣୁ ପ୍ରେସ୍‌ମିଟ୍‌ ଡକାଇଲେ କାର୍ତ୍ତିକ ପାଣ୍ଡିଆନ୍‌: କହିଲେ ଏସବୁ କଥା…

ଭୁବନେଶ୍ୱର,୮।୫: ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ଭାଜପାର ହେଭିଓ୍ବେଟ୍‌ ନେତା ଓଡ଼ିଶାରେ ଘନ ଘନ ପ୍ରଚାର କରୁଥିବାବେଳେ ବିଜେଡି...

ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ, ଛତିଶଗଡ ମୁଖ୍ୟମନ୍ତ୍ରୀ, ଏହି ସବୁ ଜିଲାରେ କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୮।୫: ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଭବାନୀପାଟଣା ଏବଂ ତା’ ପରେ ରାୟଗଡା ଭାଜପା...

‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’

ଭୁବନେଶ୍ୱର, ୭।୫(ସୁନିତ୍‌ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା...

Featured Video Play Icon

ଏମ୍ସର ସଫଳତା,ଖପୁରୀରୁ ବାହାରିଲା ୭କେଜି ଟ୍ୟୁମର

ଭୁବନେଶ୍ୱର,୭।୫(ଅସମାପିକା ସାହୁ)- ଏମ୍ସ ଭୁବନେଶ୍ୱରରେ ଏକ ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୧ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ...

ବୁଧବାର ଏହି ୭ ଜିଲାରେ ପ୍ରବଳ ବର୍ଷିବ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୭।୫(ଅସମାପିକା ସାହୁ)- ତାତିରୁ ମିଳିଛି ଆଶ୍ୱସ୍ତି। ରାଜ୍ୟର ଅଧିକାଂଶ ସହରରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡରୁ ଏକ...

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri