Posted inଜାତୀୟ

ଭାରତ-ରୁଷିଆ ଭାଗିଦାରୀ ଉପରେ କୌଣସି ଚାପର ପ୍ରଭାବ ପଡ଼ିବ ନାହିଁ: ଲାଭ୍ରୋଭ୍‌

ନୂଆଦିଲ୍ଲୀ, ୧।୪: ୟୁକ୍ରେନ୍‌ ସହ ରୁଷିଆର ଯୁଦ୍ଧକୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ନିନ୍ଦା କରିଆସୁଛନ୍ତି। ଏପରିକି ଦେଶ ଉପରେ ଚାପ ବଢ଼ାଇବା ଲାଗି ବିଭିନ୍ନ କଟକଣା ଲଗାଉଛନ୍ତି। ଏଭଳି ସମୟରେ ଭାରତ ଗସ୍ତରେ ଆସିଛନ୍ତି ରୁଷିଆର ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ। ଏହାକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଭାରତ। ଗୋଟିଏ ପଟେ ଆମେରିକା ଭାରତକୁ ଚେତାବନୀ ଦେଇଥିବା ବେଳେ ରୁଷିଆ ଭାରତର ନିରପେକ୍ଷ ତଥା ସ୍ବାଧୀନ ବୈଦେଶିକ ନୀତିକୁ ପ୍ରଶଂସା କରିଛି।

ଲାର୍ଭୋଭ କହିଛନ୍ତି, ରୁଷିଆ ସର୍ବଦା ଭାରତ ସହ ରହିଛି। ଭାରତ ସରକାର ରୁଷିଆଠାରୁ ଯାହା କିଣିବାକୁ ଚାହାନ୍ତି, ସେ ବିଷୟରେ ଆଲୋଚନା କରିବାକୁ ମସ୍କୋ ରାଜି। ଆମେରିକା ଅନ୍ୟମାନଙ୍କୁ ନିଜ ରାଜନୀତିକୁ ଅନୁସରଣ କରିବାକୁ ବାଧ୍ୟ କରୁଛି। କିନ୍ତୁ ଭାରତର ବୈଦେଶିକ ନୀତି ସ୍ବତନ୍ତ୍ର। ଏହାଛଡ଼ା କୌଣସି ଚାପ ଉଭୟ ଦେଶର ଭାଗିଦାରୀ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ସେ ସର୍ବସମ୍ମୁଖରେ ଘୋଷଣା କରିଛନ୍ତି।

ଏହାଛଡ଼ା ୟୁକ୍ରେନ ସହ ବିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟସ୍ଥି ଭୂମିକା ଗ୍ରହଣ ନେଇ ସେ କହିଛନ୍ତି, ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଦେଶ। ଯଦି ଭାରତ ଅନ୍ତର୍ଜାତୀୟ ସମସ୍ୟାର ନ୍ୟାୟସଂଗତ ଏବଂ ଯୁକ୍ତିଯୁକ୍ତ ଆଭିମୁଖ୍ୟ ଗ୍ରହଣ କରେ ତେବେ ଏହି ପ୍ରକ୍ରିୟାକୁ ସମର୍ଥନ କରିପାରିବ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ରୁଷିଆ ଉପରେ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ମସ୍କୋ ଉପରେ କଟକଣା ଜାରି କରିଥିବା ବେଳେ ଲାଭ୍ରୋଭ ସମର୍ଥନ ଆଶାରେ ନୂଆଦିଲ୍ଲୀ ଆସିଛନ୍ତି। ତେବେ ମସ୍କୋର ପ୍ରସ୍ତାବ ଉପରେ ଭାରତ ବିଚାର କରୁଥିବା ନେଇ ଆମେରିକା ଏବଂ ଅଷ୍ଟ୍ରେଲିଆ ନୂଆଦିଲ୍ଲୀକୁ ସମାଲୋଚନା କରିଛନ୍ତି। ଏପରିକି ଭାରତ ସମେତ କୌଣସି ଦେଶ ରୁଷିଆର କେନ୍ଦ୍ରୀୟ ବ୍ୟାଙ୍କ ଜରିଆରେ ମସ୍କୋଠାରୁ ରୁବଲ ବିନିମୟରେ କାରବାର କଲେ କିମ୍ବା ଆମେରିକାର କଟକଣାକୁ ନ୍ୟୁନ କଲା ଭଳି ନିଜସ୍ବ ଦେୟ ବ୍ୟବସ୍ଥା ଆପଣାଇଲେ ପରିଣାମ ଭଲ ହେବ ନାହିଁ ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା(ଡେପୁଟି ଏନ୍‌ଏସ୍‌ଏ) ଦଲୀପ ସିଂ ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ସ୍ପିକର ହଲାଇଲେ ଟଙ୍କା! ଏକ ଡଜନରୁ ଅଧିକ ସାଂସଦ କହିଲେ …

ଇସଲାମାବାଦ,୧୧।୧୨: ପାକିସ୍ତାନରେ ରାଜନେତାମାନେ ପ୍ରାୟତଃ ନିଜ ଭାଷଣରେ ସଚ୍ଚୋଟତା ଏବଂ ନ୍ୟାୟର କଥା କୁହନ୍ତି, କିନ୍ତୁ ଯେତେବେଳେ ପ୍ରକୃତ ପରୀକ୍ଷାର କଥା ଆସେ, ସାଂସଦମାନଙ୍କ କାର୍ଯ୍ୟ...

ରୋଷେଇ ଘରେ ଅସ୍ତ୍ର ଅଛି, ଭାଜପାକୁ…ମହିଳାଙ୍କୁ ଉସ୍‌କାଇଲେ ଦିଦି

କୋଲକାତା,୧୧।୧୨: ପଶ୍ଚିମବଙ୍ଗରେ SIRକୁ ନେଇ ରାଜନୀତି ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ମହିଳାମାନଙ୍କୁ ଭୋଟର ତାଲିକା ସମୀକ୍ଷା ସମୟରେ ଯଦି ସେମାନଙ୍କ ନାମ...

IPL Auctionରେ ଏହି ୩ ଖେଳାଳିଙ୍କୁ କିଣିବା ପାଇଁ କୌଣସି ସୀମା ପର୍ଯ୍ୟନ୍ତ ଯାଇପାରେ CSK

ନୂଆଦିଲ୍ଲୀ,୧୧।୧୨: IPL ୨୦୨୬ ପାଇଁ ମିନି ନିଲାମ ଡିସେମ୍ବର ୧୬ରେ ଆବୁଧାବିରେ ଅନୁଷ୍ଠିତ ହେବ। ଚେନ୍ନାଇ ସୁପର କିଙ୍ଗ୍ସ ନିଲାମରେ ୪୩.୪କୋଟି ଟଙ୍କା ଉପଲବ୍ଧ ଅଛି,...

ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର, ସର୍ଜରୀରେ ରୋଗ ଭଲ ହେବା ନେଇ ଏମ୍ସ ଡାକ୍ତରଙ୍କ ଘୋଷଣା

ନୂଆଦିଲ୍ଲୀ,୧୧।୧୨: ପୂର୍ବରୁ ଏକ କଥା ଥିଲା ଯେ, ଯେଉଁ ବ୍ୟକ୍ତିଙ୍କୁ ଥରେ ଡାଇବେଟିସ ହୁଏ ତାହା ଜୀବନସାରା ରହିଯାଇଥାଏ । ଆଜି ପର୍ଯ୍ୟନ୍ତ ଡାଇବେଟିସର କୌଣସି...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

କିଏ ଜିତିବ ଦ୍ୱିତୀୟ ଟି-୨୦ ମ୍ୟାଚ? ଅଙ୍କରେ କିଏ ପଡ଼ିଲା ଭାରି ଭାରତ ନା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ,୧୧।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି, ଗୁରୁବାର, ଡିସେମ୍ବର ୧୧, ମୁଲାନପୁରର ନୂତନ ଚଣ୍ଡିଗଡ଼ସ୍ଥିତ ମହାରାଜା ଯାଦବୀନ୍ଦ୍ର ସିଂହ...

ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ଚେତାବନୀ: ସମୟ ଅଛି ଜମି ଫେରାଅ ନଚେତ୍‌…

ଭୁବନେଶ୍ୱର,୧୧ା୧୨: ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସମୟ ଅଛି ଜମି ଫେରାଅ, ନ ହେଲେ...

ନାସାକୁ ବଡ଼ ଝଟକା, ମଙ୍ଗଳ ଗ୍ରହରୁ ଗାୟବ ହେଲା MAVEN!

ନୂଆଦିଲ୍ଲୀ,୧୧ା୧୨: ଆମେରିକାର ଅନ୍ତରୀକ୍ଷ ସଂସ୍ଥା ନାସା ମଙ୍ଗଳ ଗ୍ରହରୁ କିଛି ବିଚଳିତକର ଖବର ସାମ୍ନାକୁ ଆସିଛି । ଗତ 11 ବର୍ଷ ଧରି ଲାଲ ଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri