ମୁଣ୍ଡପିଛା ଋଣ ୨୨,୮୨୭ ଟଙ୍କା

ଭୁବନେଶ୍ୱର,୨୯ା୩(ବ୍ୟୁରୋ):ରାଜ୍ୟରେ ଋଣଭାର ୧ ଲକ୍ଷ ୪ ହଜାର ୩୧୨ କୋଟି ରହିଛି। ୨୦୨୧-୨୨ରେ ମୁଣ୍ଡପିଛା ଋଣଭାର ୨୨ ହଜାର ୮୨୭ ଟଙ୍କା ୫୪ ପଇସା। ରାଜ୍ୟ ସରକାର ୨୦୧୦-୧୧ରେ ୩୪୯୦.୪୬ କୋଟି ଟଙ୍କା ଋଣ କରିଥିବାବେଳେ ୨୦୧୧-୧୨ରେ ୧୭୮୦.୨୩ କୋଟି, ୨୦୧୨-୧୩ରେ ୨୫୭୦.୬୨ କୋଟି, ୨୦୧୩-୧୪ରେ ୨୯୭୯.୩୨ କୋଟି, ୨୦୧୪-୧୫ରେ ୭୬୩୬.୫୩ କୋଟି, ୨୦୧୫-୧୬ରେ ୧୧,୬୨୫.୩୨ କୋଟି, ୨୦୧୬-୧୭ରେ ୧୩,୦୮୦.୧୭ କୋଟି, ୨୦୧୭-୧୮ରେ ୧୪,୪୧୯.୪୧ କୋଟି, ୨୦୧୮-୧୯ରେ ୧୧,୭୫୦.୩୫ କୋଟି, ୨୦୧୯-୨୦ରେ ୧୫,୫୯୩.୬୨ କୋଟି, ୨୦୨୦-୨୧ରେ ୨୧,୩୧୭.୬୪ କୋଟି ଏବଂ ୨୦୨୧-୨୨ ଜାନୁୟାରୀ ସୁଦ୍ଧା ରାଜ୍ୟ ସରକାର ୧୦,୮୩୪.୨୯ କୋଟି ଟଙ୍କା ଋଣ କରିଛନ୍ତି। କର୍ନାଟକ ପରେ ଓଡ଼ିଶା ଦେଶରେ କମ୍‌ ଋଣ କରିବାରେ ଦ୍ୱିତୀୟ ରାଜ୍ୟ। ଆସନ୍ତା ବର୍ଷ ଓଡ଼ିଶା ସବୁଠାରୁ କମ୍‌ ଋଣ କରିବା ରାଜ୍ୟରେ ପରିଣତ ହେବ ବୋଲି ସୋମବାର ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।
ରାଜ୍ୟରେ ବଢ଼ୁଥିବା ଋଣଭାରକୁ ନେଇ ବିଧାନସଭାରେ ବିରୋଧୀ ସଦସ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୋମବାର ପ୍ରଶ୍ନୋତ୍ତର ବେଳେ ୩୨ ନମ୍ବର ପ୍ରଶ୍ନରେ କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ଜାଣିବାକୁ ଚାହିଁଥିଲେ ଯେ, ୨୦୧୦ରୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କେଉଁ ଆର୍ଥିକ ବର୍ଷରେ କେତେ ଋଣ କରିଛନ୍ତି। କେତେ ଋଣ ଓ ସୁଧ ଶୁଝିଛନ୍ତି। ରାଜ୍ୟ ଦିନକୁଦିନ ଋଣଭାରରେ ବୁଡ଼ିବା କାରଣ କ’ଣ। ରାଜ୍ୟ ସରକାର ଋଣ କରି ସରକାରୀ କର୍ମଚାରୀଙ୍କୁ ଦରମା ଦେଉଛନ୍ତି। କାଳିଆ, ବଳିଆ, ଛତା, ଜୋତା ଭଳି କେତେ କ’ଣ ଯୋଜନା କରାଯାଉଛି। ରାଜ୍ୟ ଋଣଭାରରେ ବୁଡ଼ିଲାଣି। ରାଜ୍ୟ ସରକାର କେତେ ଋଣ ଶୁଝିଛନ୍ତି। ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ଋଣ କରି କର୍ମଚାରୀଙ୍କୁ ଦରମା ଦେଉନାହାନ୍ତି। ୨୦୨୧-୨୨ରେ ଅଣଟିକସ ଓ ନିଜସ୍ବ ଟିକସ ୨% ବୃଦ୍ଧି ପାଇଛି। ୨୦୦୪-୫ରୁ ରାଜ୍ୟ ସରକାର ଯାହା ଋଣ କରିଥିଲେ, ତାହା ବିକାଶମୂଳକ କାର୍ଯ୍ୟରେ ଲାଗିଛି। ଘରୋଇ ଉତ୍ପାଦନର ୨୫% ଯାଏ ଋଣ କରିବାକୁ ଏଫ୍‌ଆରବିଏମ୍‌ ଅନୁମତି ଦେଇଛି। ରାଜ୍ୟରେ ଋଣହାର ଏହାଠାରୁ କମ୍‌ ରହିଛି। କର୍ନାଟକକୁ ଛାଡ଼ିଦେଲେ ଓଡ଼ିଶା ସମସ୍ତ ରାଜ୍ୟଠାରୁ କମ୍‌ ଋଣ କରିଛି। ଆଗାମୀ ଦିନରେ କମ୍‌ ଋଣ କରିବାରେ ଆମ ରାଜ୍ୟ ସମସ୍ତଙ୍କ ଆଗରେ ରହିବ।
ବିଜେଡି ସଭ୍ୟ ପ୍ରଦୀପ ଅମାତ ପଚାରିଥିଲେ ଯେ, ରାଜ୍ୟ ସରକାର କେଉଁ ବର୍ଷ କେତେ ଋଣ କରିଛନ୍ତି। ସେଥିରୁ କେତେ ଶୁଝିଛନ୍ତି। ଖୋଲା ବଜାରରୁ କେତେ ଋଣ କରାଯାଇଛି। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ଚଳିତବର୍ଷ ଖୋଲା ବଜାରରୁ କୌଣସି ଋଣ କରିନାହାନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ରାଜ୍ୟ ସରକାର ସଞ୍ଜୀବ ହୋତା କମିଶନ ସୁପାରିସକୁ କାହିଁକି ଲାଗୁ କରିନାହାନ୍ତି। ମନ୍ତ୍ରୀ କହିଛନ୍ତି ଯେ, ସଞ୍ଜୀବ ହୋତା କମିଶନଙ୍କ ରିପୋର୍ଟକୁ ରାଜ୍ୟ ସରକାର ତର୍ଜମା କରୁଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଅଣରାଜସ୍ବ ଟିକସ ବାବଦରେ ୨୦ ହଜାର କୋଟି ଟଙ୍କା ରାଜସ୍ବ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ୨୦୨୨ ଜାନୁୟାରୀ ସୁଦ୍ଧା ୩୮,୭୭୨ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଛି। ଏଥିସହିତ ନିଜସ୍ବ ଟିକସ ଓ ଅଣଟିକସ ମଧ୍ୟ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ କହିଛନ୍ତି। ବିଜେଡି ସଭ୍ୟ ଅମର ଶତପଥୀ ରାଜ୍ୟ ସରକାର କେତେ ଋଣ ଶୁଝିଛନ୍ତି ବୋଲି ପଚାରିଥିଲେ। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ୧୯୯୯-୨୦୦୦ରୁ ୨୦୨୧-୨୨ ସୁଦ୍ଧା ରାଜ୍ୟର ଋଣଭାର କେତେ ଅଛି। କେତେ ସୁଧ ଓ ଋଣ ଶୁଝାଯାଇଛି। ମୁଣ୍ଡ ପିଛା ଋଣ କେତେ ବୋଲି ପଚାରିଥିଲେ। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମୋଟ ଋଣ ୧ ଲକ୍ଷ ୪ ହଜାର ୩୧୨ କୋଟି ଟଙ୍କା ରହିଛି। ଠିକ୍‌ ସମୟରେ ଋଣ ଶୁଝାଯାଉଥିବାରୁ ଇନ୍‌ସେନ୍‌ଟିଭ ମିଳୁଛି। ୨୦୧୧-୧୨ରୁ ୨୦୨୦-୨୧ ମଧ୍ୟରେ ୧୩୯.୨୫ କୋଟି ଟଙ୍କା ଇନ୍‌ସେନ୍‌ଟିଭ ମିଳିଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri