ତରଭୁଜର ଉପକାରିତା

ଖରାଦିନ ପାଇଁ ସବୁଠି ସ୍ବାଦିଷ୍ଟ ଆଉ ସ୍ବାସ୍ଥ୍ୟପଯୋଗୀ ଫଳ ହେଉଛି ତରଭୁଜ। କାରଣ ଏହାକୁ ଖାଇଲେ ଶୋଷ ମେଣ୍ଟିବା ସହ ପେଟର ଭୋକ ବି ନିମିଷକେ ଦୂରେଇଯାଏ। ଏଥିରେ ବହୁ ଜରୁରୀ ପୋଷକ ତତ୍ତ୍ୱ ଥିବାରୁ ଏହା ଅନେକ ରୋଗରୁ ମଧ୍ୟ ଆମ ଶରୀରକୁ ସୁରକ୍ଷା ଦେଇଥାଏ। କୁହାଯାଏ, ତରଭୁଜରେ ପୋଟାସିୟମ୍‌ ଓ ମାଗ୍‌ନେସିୟମ୍‌ର କିଛି ମାତ୍ରା ରହୁଥିବାରୁ, ଏହା ଶରୀରର ରକ୍ତଚାପକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ। ସେହିପରି ଏଥିରେ ଲାଇକୋପିନ୍‌ ନାମକ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହା ହୃଦ୍‌ଜନିତ ରୋଗରୁ ମଧ୍ୟ ଆମକୁ ସୁରକ୍ଷା ପ୍ରଦାନ କରିଥାଏ। ତା’ଛଡ଼ା ଏଥିରେ ଥିବା କାରୋଟେନୋଏଡ୍‌ ନାମକ ଏକ ଗୁଣକାରୀ ତତ୍ତ୍ୱ ଯୋଗୁ, ଏହାକୁ ସେବନ କଲେ ହାର୍ଟ ଆଟାକ୍‌ ଓ ବ୍ଲଡ୍‌ କ୍ଲଟ୍‌ ହେବାର ଆଶଙ୍କା ମଧ୍ୟ କମ୍‌ ଦେଖାଯାଇଥାଏ। ଅନ୍ୟପକ୍ଷେ ତରଭୁଜରେ କୁଆଡ଼େ ପ୍ରଚୁର ପାଣି ରହିଥାଏ, ତେଣୁ ଖରାଦିନେ ଏହାକୁ ଖାଇଲେ ଶରୀରରେ ଜଳୀୟଅଂଶ ଠିକ୍‌ଠାକ୍‌ ରହିବା ସହ ପେଟ ଥଣ୍ଡା ରହିଥାଏ। ତା’ଛଡ଼ା ଏଥିରେ କ୍ୟାଲୋରୀର ମାତ୍ରା କମ୍‌ ରହୁଥିବାରୁ, ଏହାକୁ ଡାଏଟ୍‌ରେ ସାମିଲ କରି ଶରୀରର ଓଜନକୁ ମଧ୍ୟ ସହଜରେ କମାଇ ହୁଏ। ସେହିପରି ଏଥିରେ ଭିଟାମିନ୍‌ ଏ ଓ ଭିଟାମିନ୍‌ ସି ରହୁଥିବାରୁ, ଏହାର ସେବନ ତ୍ୱଚା ଏବଂ କେଶ ପାଇଁ ବି ଖୁବ୍‌ ଉପକାରୀ ହୋଇଥାଏ। ଅନ୍ୟପକ୍ଷେ ଏଥିରେ କିଛିଟା ଫାଇବର୍‌ର ମାତ୍ରା ରହୁଥିବାରୁ ଏହା ପାଚନତନ୍ତ୍ରକୁ ମଧ୍ୟ ସକ୍ରିୟ ରଖିବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜ୍‌ମା ଆଶଙ୍କା କମାଏ ସନ୍ତୁଳିତ ଓଜନ

ଆଜ୍‌ମା ଏଭଳି ଏକ ସସମ୍ୟା, ଯାହାକୁ ଔଷଧ ଖାଇବା ସହ ଆଉ କେତୋଟି ବିଷୟ ପ୍ରତି ଧ୍ୟାନ ଦେଲେ ତାହା ନିୟନ୍ତ୍ରଣରେ ରହିଥାଏ। ତେବେ ଏଥିରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

୫୦ ବର୍ଷ ପରେ ଡିସେମ୍ବରରେ ଘଟୁଛି ଏମିତି ଯୋଗ, ଏହି ୫ ରାଶିର ଲାଗିବ ଲଟେରୀ, ହେବ ଧନ ଲାଭ

ଡିସେମ୍ବର ମାସ ଗ୍ରହ ଏବଂ ନକ୍ଷତ୍ର ଦୃଷ୍ଟିକୋଣରୁ ବହୁତ ବିଶେଷ ହେବାକୁ ଯାଉଛି। ବୈଦିକ ଜ୍ୟୋତିଷ ଅନୁସାରେ, ୫୦ ବର୍ଷ ପରେ ଧନୁ ରାଶିରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri