ଅର୍ଥକାରୀ ଫସଲ ହିଁ ଚାଷୀଙ୍କୁ ସ୍ୱାବଲମ୍ବୀ କରିବ

କେନ୍ଦ୍ରାପଡା ଅଫିସ, ୨୩।୩: ଖାଦ୍ୟ ପାଇଁ ଶସ୍ୟ ଉତ୍ପାଦନ କରିବାକୁ ପଡ଼ିବ। ଏଥିପାଇଁ ଜଳ ପରିଚାଳନାର ଯଥେଷ୍ଟ ଗୁରୁତ୍ୱ ଅଛି। ସେହିପରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କୃଷିକୁ ଆଗକୁ ନେବ। ତେବେ କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡ଼ା ଜିଲାର ଅଧିବାସୀଙ୍କୁ ବାହାର ଜିଲା ଓ ରାଜ୍ୟର ଉତ୍ପାଦକୁ ଅପେକ୍ଷା କରିବାକୁ ପଡୁଛି। କୃଷକଙ୍କ ମେକ୍‌ ଇନ୍‌ ରୁରାଲ କେନ୍ଦ୍ରାପଡ଼ାର ସ୍ବପ୍ନ ସରକାରୀ ଅସହଯୋଗ ପାଇଁ ପୂରଣ ହୋଇପାରୁନାହିଁ। ୨୦୧୫ରୁ ପରମ୍ପରାଗତ କୃଷି ବିକାଶ ଯୋଜନା କେନ୍ଦ୍ର ସରକାର ଆରମ୍ଭ କରିଥିବା ବେଳେ ଜିଲାକୁ ଅଦ୍ୟାବଧି ସାମିଲ କରାଯାଇ ପାରିନାହିଁ। ଜିଲାର ୭ ନଦୀର ଜଳ ସହିତ ଉପଯୁକ୍ତ ବର୍ଷା ଅର୍ଥକାରୀ ଫସଲ ପାଇଁ ଉପଯୋଗୀ। ପର୍ଯ୍ୟାପ୍ତ ଚାଷ ଜମି, ମାନବ ସମ୍ବଳ ସତ୍ତ୍ୱେ କୃଷି ଏବେ ସନ୍ତୋଷଜନକ ଉପାର୍ଜନ ଦେଇପାରୁନାହିଁ। କୃଷି ବିଶେଷଜ୍ଞଙ୍କ ଦ୍ୱାରା ଅନୁଧ୍ୟାନ କରି ସାମୂହିକ ଫସଲ ପାଇଁ ୫ ବର୍ଷିୟା ଖସଡା ପ୍ରସ୍ତୁତ ହୋଇପାରିଲେ ଚାଷୀ ସ୍ବାବଲମ୍ବୀ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ଜିଲା ଜନ ଅଧିକାର ମଞ୍ଚର ସଭାପତି ଭୁବନାନନ୍ଦ ଜେନା, ଜିଲା ଜନ ସୁରକ୍ଷା ମଞ୍ଚ ସଭାପତି ଗଣେଶ ଚନ୍ଦ୍ର ସାମଲ, ସାମାଜିକ କର୍ମୀ ସଞ୍ଜୟ କୁମାର ବେହେରା, କ୍ଷୀତିଶ କୁମାର ସିଂହ ପ୍ରମୁଖ କହିଛନ୍ତି, ଜିଲାକୁ କୃଷି ଅର୍ଥ ଦେଉଥିବା ବେଳେ ଏହାର ପରିଚାଳନାରେ ଘୋର ଅଭାବ ଦେଖାଦେଇଛି। ମେକ୍‌ ଇନ୍‌ ଇଣ୍ଡିଆ, ମେକ୍‌ ଇନ୍‌ ଓଡ଼ିଶା ପରି ଜିଲା ଅର୍ଥନୀତିକୁ ସୁଦୃଢ଼ ପାଇଁ କୃଷି କ୍ଷେତ୍ରରେ ମେକ୍‌ ଇନ୍‌ ରୁରାଲ କେନ୍ଦ୍ରାପଡ଼ା ଆହ୍ବାନ କାର୍ଯ୍ୟକାରୀ ହେବା କଥା। ଅଦ୍ୟାବଧି ସ୍ଥାନୀୟ ରାଜନେତା ଓ ପ୍ରଶାସକ ଏଥିପ୍ରତି ଧ୍ୟାନ ଦେଇନାହାନ୍ତି। ସାମ୍ପ୍ରତିକ ସମୟରେ ଜୈବିକ ଖାଦ୍ୟ ପ୍ରତି ଲୋକଙ୍କ ରୁଚି ବଢ଼ୁଛି। କେନ୍ଦ୍ର ସରକାର ମଧ୍ୟ ଗତ ୨୦୧୫ରେ ଜୈବିକ ଚାଷକୁ ଗୁରୁତ୍ୱ ଦେଇ ନ୍ୟାଶନାଲ ମିଶନ ଅନ୍‌ ସଷ୍ଟେନେବଲ ଏଗ୍ରିକଲଚର (ଏନ୍‌ଏମ୍‌ଏସ୍‌ଏ) ଅଧୀନରେ ପରମ୍ପରାଗତ କୃଷି ବିକାଶ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା ଓଡ଼ିଶାର ଅନ୍ୟ ଜିଲାରେ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ କେନ୍ଦ୍ରାପଡ଼ାକୁ ସାମିଲ କରାଯାଇନାହିଁ। ଜିଲାରେ ୭ ନଦୀ ଓ ୨୭ ଶାଖା ନାଳ ଅଛି। ପ୍ରତିବର୍ଷ ପ୍ରାୟ ୧୪୦୦ ମିଲିମିଟର ବର୍ଷା ହେଉଛି। ତେବେ ବର୍ଷା ଜଳ ସଂରକ୍ଷଣ ଓ ନଦୀ ନାଳ ଜଳର ପରିଚାଳନା ଚାଷୀଙ୍କ ପାଇଁ ଆତଙ୍କ ସୃଷ୍ଟି କରୁଛି। ବର୍ଷାଦିନେ ଜଳ ନିଷ୍କାସନ ଏକ ସମସ୍ୟା ହୋଇଥିବା ବେଳେ ଜଳ ସେଚନ ପାଇଁ ଜିଲାର ପ୍ରାୟ ୪୦ ହଜାର ହେକ୍ଟର ଜମି ପଡିଆ ପଡୁଛି। ଏହାବ୍ୟତୀତ ଜିଲାର ଚାଷୀ ଧାନ ଫସଲ ମଧ୍ୟରେ ସୀମିତ ରହୁଛନ୍ତି। ଫଳରେ ଆୟ କମୁଛି। ସାମୂହିକ ଭାବେ ଏକ ୫ ବର୍ଷିୟା ଅର୍ଥକରୀ ଫସଲ ପାଇଁ କୃଷି ଗବେଷକଙ୍କ ଏକ କମିଟି ଆବଶ୍ୟକ। ଜିଲାରେ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ, ଜଳସେଚନ ବ୍ୟବସ୍ଥା, ତାଲିମ ସହ ଅର୍ଥକରୀ ଫସଲର ଉତ୍ପାଦନ ଓ ବିକ୍ରିକୁ ନେଇ ସ୍ପଷ୍ଟ ମତ ପ୍ରକାଶ ପାଇଲେ ଜିଲାର କୃଷି ଶିଳ୍ପକୁ ଆଗେଇ ନେଇ ହେବ। ସାମ୍ପ୍ରତିକ ସମୟରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦରମା ସହ ୮ ଏକର ଚାଷ କରୁଥିବା ଚାଷୀର ଆୟ ସମାନ ହେଉ ନ ଥିବାରୁ କୃଷି ପ୍ରତି ଆଗ୍ରହ ପ୍ରକାଶ ପାଉନାହିଁ। ଯୁବବର୍ଗ କୃଷି ଅପେକ୍ଷା କର୍ମନିଯୁକ୍ତି ପାଇଁ ଜିଲା ବାହାରକୁ ଯାଉଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ଦୁର୍ଗାଚରଣ ମହାରଣା କହିଛନ୍ତି ଯେ, ଜିଲା କୃଷି ବିଭାଗ ବୈଠକରେ ପାରମ୍ପରିକ ଭାବେ ଆଲୋଚନା ନ ହୋଇ ଆଗାମୀ ଦିନରେ କୃଷି ପ୍ରକଳ୍ପକୁ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri