ମାଲିକଙ୍କ ବିଶ୍ୱାସରେ ବିଷ: ‘ଫୋନ୍‌ ପେ’ରେ ଲୁଟିନେଲେ ୯ ଲକ୍ଷ ୯୫ ହଜାର

ଭୁବନେଶ୍ୱର,୭।୩(ବ୍ୟୁରୋ): ମାଲିକର ବିଶ୍ୱାସରେ ବିଷ ଦେଲେ ଡ୍ରାଇଭର। ମାଲିକଙ୍କ ପାଖେ ପାଖେ ରହି ଏମିତି ଲୁଟୁଥିଲେ ଯେ, ସବୁ ଜାଣିଲା ବେଳକୁ ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହୋଇଯାଇଥିଲା ୯ ଲକ୍ଷ ୯୫ ହଜାର ଟଙ୍କା। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ।
ଅଭିଯୁକ୍ତ ହେଲେ ମନୋଜ ମାହାନା (୩୫)। ତାଙ୍କ ଘର ଡମଣାର ଗୋପୀନାଥ ସାହିରେ। ସେ ଡ. ଗୌରୀ ଦାସଙ୍କ ଘରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ।
ଅଭିଯୋଗ ଅନୁଯାୟୀ, ମଝିରେ ଗୌରୀ ଦାସ ଅସୁସ୍ଥ ଥିଲେ। ସେଥିପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ ଡାକ୍ତରଖାନାରେ ଥିବା ସମୟରେ ତାଙ୍କ ଆକ୍ସିସ ବ୍ୟାଙ୍କ ଆକାଉଣ୍ଟରୁ ଅଜଣା ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିଲା। ବ୍ୟାଙ୍କ ପାସ୍‌ବୁକ୍‌ ଅପ୍‌ଡେଟ୍‌ ପରେ ଏକଥା ତାଙ୍କ ନଜରକୁ ଆସିଥିଲା। ତାଙ୍କ ମୋବାଇଲ ‘ଫୋନ୍‌ ପେ’ ମାଧ୍ୟରେ ଏହି ସବୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ଖୋଳତାଡ଼ କରିଥିଲା। ତଦନ୍ତ ବେଳେ ଏ କାମ ଡ୍ରାଇଭର ମନୋଜଙ୍କର ବୋଲି ଜଣାପଡ଼ିଥିଲା। ଗୌରୀଙ୍କ ମୋବାଇଲରେ ମନୋଜ ‘ଫୋନ୍‌ ପେ’ ଆପ ଡାଉନ୍‌ଲୋଡ୍‌ କରି ପର୍ଯ୍ୟାୟ କ୍ରମେ ଟଙ୍କା ଟ୍ରାନ୍ସଫର କରିଥିଲେ। ମନୋଜ ତାଙ୍କ’ ସ୍ତ୍ରୀ ଓ ମା’ଙ୍କ ଆକାଉଣ୍ଟକୁ ଏହି ଟଙ୍କା ଟ୍ରାନ୍ସଫର କରିଥିଲେ। ଏହା ସହିତ ନିଜ ଆକାଉଣ୍ଟକୁ ମଧ୍ୟ ଟଙ୍କା ପଠାଇଥିଲେ। ମନୋଜଙ୍କଠାରୁ ପୋଲିସ ଦୁଇଟି ମୋବାଇଲ ଫୋନ, ୩ଟି ସିମ, ୪ଟି ବ୍ୟାଙ୍କ ପାସ୍‌ ବୁକ, ୩ଟି ଏଟିଏମ କାର୍ଡ ଓ ଗୋଟିଏ ଆଧାରକାର୍ଡ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri