ସବାଙ୍କ ସହ ରିଲେସନଶିପକୁ ସ୍ୱୀକାର କଲେ ହ୍ରିତିକ!

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଆଜିକାଲି ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାକୁ ଆସୁ ନାହାନ୍ତି ତା’ଠାରୁ ଅଧିକ ଚର୍ଚ୍ଚାକୁ ଆସୁଛନ୍ତି ତାଙ୍କ ପର୍ସନାଲ ଲାଇଫକୁ ନେଇ । ହ୍ରିତିକ କୁଆଡେ ଏବେ ପ୍ରେମରେ ପଡିଛନ୍ତି ବୋଲି ଆଲୋଚନା ହେଉଛି । ହ୍ରିତିକ ଏବେ ଅଭିନେତ୍ରୀ ସବା ଆଜାଦଙ୍କ ସହ ରିଲେସନଶିପରେ ଥିବା କୁହାଯାଉଛି । ଆଉ ସେ ଖୁବଶୀଘ୍ର ସବାଙ୍କୁ ବିବାହ ବି କରି ପାରନ୍ତି । ହେଲେ ଏ ନେଇ ଉଭୟ ଅଫିସିୟାଲି କିଛି ଘୋଷଣା କରି ନାହାନ୍ତି ।
ନିକଟରେ ହ୍ରିତିକ ସୋସସିଆଲ ମିଡିଆରେ ଏମିତି ଏକ ପୋଷ୍ଟ ଶେୟାର କରିଛନ୍ତି ଯାହାକୁ ଦେଖି ପ୍ରଶଂସକମାନେ ଅନୁମାନ ଲଗାଉଛନ୍ତି କି ହ୍ରିତିକ ନିଶ୍ଚିତ ଭାବେ ସବାଙ୍କୁ ବିବାହ କରିବେ । ଏଥର ହ୍ରିତିକ ସବାଙ୍କ ଉଦ୍ଦେଶ୍ୟରେ ଏକ ଖାସ ପୋଷ୍ଟ ଶେୟାର କରିଛନ୍ତି । ଏଥିରେ ସବା ଅଭିନେତା ନସିରୁଦ୍ଦ ଶାହଙ୍କ ପୁଅ ଇମାଦ ଶାହଙ୍କ ସହ ନଜର ଆସିଛନ୍ତି । ଏହି ପୋଷ୍ଟର କ୍ୟାପଶନରେ ହ୍ରିତିକ ଲେଖିଛନ୍ତି ‘କିଲ ଇଟ ୟୁ ଗାୟଜ’ । ସୂଚନାଯୋଗ୍ୟ, ଏହି ପୋଷ୍ଟ ତାଙ୍କ ଇଲେକ୍ଟ୍ରୋ-ଫଙ୍କ ବ୍ୟାଣ୍ଡ ମ୍ୟାଡବୟ/ମିଙ୍କର ହୋଇଥିବା ବେଳେ ଏହା ତା’ର କନସର୍ଟ ଥିଲା । ଏଥିରେ ସବା ପରଫର୍ମ କରିଥିଲେ । କିଛିଦିନ ତଳେ ସବା ହ୍ରିତିକଙ୍କ ପରିବାର ସଦସ୍ୟଙ୍କ ସହ ଲଞ୍ଚ କରୁଥିବା ଦେଖାଯାଇଥିଲା । ତେବେ ସୁଜୈନଙ୍କଠାରୁ ଅଲଗା ହେବା ପରେ ଯଦି ହ୍ରିତକି ସବାଙ୍କୁ ବିବାହ କରନ୍ତି ତେବେ ଏହା ତାଙ୍କର ଦ୍ୱିତୀୟ ବିବାହ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri