ସଂରକ୍ଷଣ, ବେକାରି କାର୍ଡ ଖେଳିବ କଂଗ୍ରେସ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ସରିଛି। ଏଥିସହ ପୌର ନିର୍ବାଚନ ପାଇଁ ତାରିଖ ବି ଘୋଷଣା ହୋଇସାରିଛି। ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ହେବ। ସମୁଦାୟ ୩ଟି ମହାନଗର ନିଗମ, ୪୭ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ବାଚନ କରାଯିବ। ହେଲେ ଏଥର କାଉନସିଲର, କର୍ପୋରେଟରଙ୍କ ଭଳି ପୌରାଧ୍ୟକ୍ଷ ଓ ମେୟରଙ୍କୁ ମଧ୍ୟ ଭୋଟର ସିଧାସଳଖ ବାଛିବେ। ତେଣୁ ଚଳିତ ବର୍ଷର ପୌର ନିର୍ବାଚନ ସବୁ ରାଜନୈତିକ ଦଳ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ବିଶେଷକରି ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ଲଢ଼େଇ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ କଂଗ୍ରେସ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ରହିଥିବାବେଳେ ସଂରକ୍ଷଣ, ବେକାରି, ପିିସି କାରବାର କାର୍ଡ ଖେଳିବ ବୋଲି ଜଣାପଡିଛି।
ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ନିଜର ଗଡ଼ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲା। ପ୍ରଚାରରେ ଦୁଇ ଶାସକ ଦଳକୁ ବି କେତେକ ସ୍ଥାନରେ ଚେକ୍‌ମେଟ୍‌ ଦେଇଥିବା ନଜରକୁ ଆସିଥିଲା। ରାୟଗଡାରେ ତାରକା ପ୍ରଚାରକ ଛତିଶଗଡ଼ର ମନ୍ତ୍ରୀ କାୱାସି ଲକ୍ଷ୍ମା ଓ ଏମ୍‌ପି ସପ୍ତଗିରି ଉଲାକା ପ୍ରଚାର କରିଥିଲେ। ସେହିଭଳି ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ଜାତିଗତ ପ୍ରସଙ୍ଗ ଯଥାକ୍ରମେ ଆଦିବାସୀଙ୍କ ଅଧିକାର ଓ ପଛୁଆ ବର୍ଗ ସଂରକ୍ଷଣକୁ ନେଇ ପ୍ରଚାର କରିଥିବାବେଳେ ଦାଦନ ଶ୍ରମିକ କଥା ମଧ୍ୟ ଉଠାଇଥିଲା। ଉପକୂଳ ଓ ଉତ୍ତର ଓଡିଶାରେ ବେକାରି ସମସ୍ୟା, ପଛୁଆ ବର୍ଗ ସଂରକ୍ଷଣ, ପିସି କାରବାର, ସରକାରୀ ଶିଳ୍ପ ଘରୋଇକରଣ ଓ ଚିଟ୍‌ଫଣ୍ଡ୍‌ ସ୍କାମ ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସ ପ୍ରଚାରକୁ ଜୋର୍‌ଦାର କରିଥିଲା। ପୌର ନିର୍ବାଚନ ପ୍ରଚାରରେ ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ଭୋଟରଙ୍କୁ ଆକୃଷ୍ଟ କରିବ ଦଳ।
କଂଗ୍ରେସର ନିର୍ବାଚନ ଗଣମାଧ୍ୟମ ମୁଖ୍ୟ ମନୋଜ ମହାପାତ୍ର କହିଛନ୍ତି, ଦୁଇ ଶାସକ ଦଳର ସ୍ଥତି ଦୁର୍ବଳ ହେଉଛି। ଲୋକେ ସ୍ବତଃପ୍ରବୃତ୍ତ ଭାବେ କଂଗ୍ରେସମୁହାଁ ହେଉଛନ୍ତି। ବେକାରି, ଦରଦାମ୍‌ ବୃଦ୍ଧି, ଆଦିବାସୀ ଓ ପଛୁଆ ବର୍ଗଙ୍କ ଅଧିକାର ନେଇ ଲୋକଙ୍କ ନିକଟକୁ ପଞ୍ଚାୟତ ନିର୍ବାଚନରେ ଯାଇଛୁ। ଆଗାମୀ ପୌର ନିର୍ବାଚନରେ କଂଗ୍ରେସ ଏଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକଙ୍କ ନିକଟକୁ ଯିବ ବୋଲି ମହାପାତ୍ର କହିଛନ୍ତି। ସାମାଜିକ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ କହିଛନ୍ତି, ପୌର ନିର୍ବାଚନରେ ଯୁବ ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ମଇଦାନକୁ ଓହ୍ଲାଇବ। ଯୁବ ପ୍ରାର୍ଥୀମାନେ ପରିବର୍ତ୍ତନର ନୂଆ ଧାରା ନେଇ ଆସିବେ। ସେହିପରି ଡିଜିଟାଲ ପ୍ରଚାର କ୍ଷେତ୍ରରେ ଆମେ ପ୍ରାର୍ଥୀଙ୍କୁ ନେଇ ଛୋଟ ଛୋଟ ପ୍ରୋଫାଇଲ ଭିଡିଓ ଶୁଟ୍‌ କରି ସାମାଜିକ ଗଣମାଧ୍ୟମରେ ଅନ୍ୟ ପ୍ରାର୍ଥୀଙ୍କଠାରୁ ଆମ ପ୍ରାର୍ଥୀ କିପରି ଭିନ୍ନ ସେ କଥା ଭୋଟରଙ୍କ ନିକଟକୁ ନେଇ ଯିବୁ। ଏଥିସହ ଜାରି ହୋଇଥିବା ନମ୍ବରରେ ଲୋକେ ଯୋଗାଯୋଗ କରି ସମସ୍ୟା ଓ ଅଭିଯୋଗ ପଠାଉଛନ୍ତି। ତାହାକୁ ମଧ୍ୟ ପ୍ରସାର କରୁଛୁ ବୋଲି ମହାନନ୍ଦ କହିଛନ୍ତି। ସେହିପରି ପିସିସି ମିଡିଆ ସେଲ୍‌ ସଭାପତି ଗଣେଶ୍ୱର ବେହେରା କହିଛନ୍ତି, ବିଜେଡି ୪୦ ପ୍ରତିଶତ ପଛୁଆ ବର୍ଗ ସଂରକ୍ଷଣ କହିଥିଲା, କିନ୍ତୁ ପାଳନ କଲା ନାହିଁ। କିନ୍ତୁ କଂଗ୍ରେସ ପଞ୍ଚାୟତ ନିର୍ବାଚନରେ ୪୪.୭୮ ପ୍ରତିଶତ ପଛୁଆ ବର୍ଗରୁ ପ୍ରାର୍ଥୀ ଦେଇଛି। ପୌର ନିର୍ବାଚନ ଲାଗି ପ୍ରାର୍ଥୀ ଚୟନ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ଉପଯୁକ୍ତ ପ୍ରାର୍ଥୀଙ୍କ ସହ ଲୋକଙ୍କ ନିକଟରେ କଂଗ୍ରେସର ବାର୍ତ୍ତା ପହଞ୍ଚାଇବୁ। ଗତ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ଭଲ କରିବୁ ବୋଲି ଆଶା ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri