ଏସ୍‌ଏଲ୍‌ବିସି ବୈଠକରେ ଯୋଗଦେଲେ ସୋମା ଶଙ୍କର

ଭୁବନେଶ୍ୱର,୨୬।୨: ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୋମା ଶଙ୍କର ପ୍ରସାଦ ନିକଟରେ ପ୍ରଥମ ଥର ପାଇଁ ୨ଦିନିଆ ଭୁବନେଶ୍ୱର ଗସ୍ତରେ ଆସିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଡେଭେଲପମେଣ୍ଟ କମିଶନରଙ୍କୁ ମଧ୍ୟ ସେ ସାକ୍ଷାତ କରିଥିଲେ। ସେହିଭଳି ନିକଟରେ ଅନୁଷ୍ଠିତ ହୋଇଥିବା ଏସ୍‌ଏଲ୍‌ବିସିର ୧୬୫ ଏବଂ ୧୬୬ତମ ବୈଠକରେ ସେ ଅଧ୍ୟକ୍ଷତା କରିଥିଲେ। ଓଡ଼ିଶାର ଜନସାଧାରଣ ଏବଂ ବିଶେଷ ଭାବେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ନିଆଯାଇଥିବା ଟିକାକରଣ ପଦକ୍ଷେପ ନିମନ୍ତେ ସୋମା ଶଙ୍କର ଓଡ଼ିଶା ସରକାରଙ୍କୁ ଗଭୀର କୃତଜ୍ଞତା ଜଣାଇଥିଲେ। ସେହିପରି ବାର୍ଷିକ ଋଣ ଯୋଜନାରେ ସଫଳତା ହାସଲ କରିବାକୁ ସେ ବ୍ୟାଙ୍କ ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ। ଅପରପକ୍ଷରେ ଏନ୍‌ପିଏ ରିକଭରିରେ ସେ ବ୍ୟାଙ୍କ କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ଓଡ଼ିଶା ସରକାରଙ୍କ ଲାଇନ ଡିପାର୍ଟମେଣ୍ଟକୁ ନିର୍ଦ୍ଦେଶ ଦିଆଯାଉ ବୋଲି ସରକାରଙ୍କ ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ପୁରୀ ମୁଖ୍ୟ ଶାଖା, ଅଶୋକା ମାର୍କେଟ ଶାଖା, ସଚିବାଳୟ ଶାଖା, ରସୁଲଗଡ଼ ଶାଖା ଆଦି ପରିଦର୍ଶନ କରିଥିଲେ। ଏହି ଅବସରରେ ସେ କେତେଜଣ ଯୋଗ୍ୟ ଗ୍ରାହକଙ୍କର ବିଜ୍‌ନେସ୍‌ ୟୁନିଟ୍‌ଗୁଡ଼ିକୁ ପରିଦର୍ଶନ କରିଥିଲେ। ଆର୍ଥିକ ବର୍ଷ ୨୦୨୨-୨୩ ରେ ୟୁକୋ ବ୍ୟାଙ୍କ ପକ୍ଷରୁ ୨୦୦ ନୂତନ ଶାଖା ଖୋଲାଯିବାର ଯୋଜନା ରହିଛି ବୋଲି ସୋମା ଶଙ୍କର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ପରିଶେଷରେ ସେ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ପ୍ରତିନିଧି ଏବଂ ରାଜ୍ୟ ସଂଘ ପ୍ରତିନିଧିଙ୍କ ସହ ସାକ୍ଷାତ କରିଥିଲେ। ଭୁବନେଶ୍ୱର, ବାଲେଶ୍ୱର ଏବଂ ସମ୍ବଲପୁର ଅଞ୍ଚଳର ଆଞ୍ଚଳିକ ମୁଖ୍ୟଙ୍କ ଉପସ୍ଥିତିରେ ସେ ସହରର ଶାଖା ମୁଖ୍ୟମାନଙ୍କୁ ସମ୍ବୋଧିତ କରିଥିଲେ। ସେ ଉତ୍ତମ ଗ୍ରାହକ ସେବା, ଗୁଣାତ୍ମକ ବ୍ୟବସାୟିକ ଅଭିବୃଦ୍ଧି ଏବଂ ଲାଭଦାୟକତା ଉପରେ ଗୁରୁତ୍ୱାରୋପ କରିବା ସହ ଏସ୍‌ବିଆଇ ଜୀବନ ବୀମା ଉତ୍ପାଦରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ଶାଖା ମୁଖ୍ୟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri