Posted inଖେଳ

ବଦଳିଲା ଆଇପିଏଲ୍‌ ଫର୍ମାଟ୍‌: ପ୍ରଥମ ଥର ପାଇଁ ଏଭଳି ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୨୫।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୫ଶ ସଂସ୍କରଣ ସମ୍ପୂର୍ଣ୍ଣ ଅଲଗା ହେବ। କାରଣ ଏହା ନୂଆ ଫର୍ମାଟରେ ଖେଳାଯିବ। ଏହି ଆଇପିଏଲ୍‌ରେ ୧୦ଟି ଟିମ ଭାଗ ନେବାକୁ ଥିବା ବେଳେ ସେଗୁଡ଼ିକୁ ଦୁଇ ଗ୍ରୁପ୍‌ରେ ଭାଗ କରାଯାଇଛି। ଏହାସତ୍ତ୍ୱେ ପ୍ରତ୍ୟେକ ଟିମ୍‌ ୧୪ ଲେଖାଏ ମ୍ୟାଚ ଖେଳିବ। ସେଥିମଧ୍ୟରୁ ପ୍ରତି ଟିମ୍‌ ଘରେ ୭ଟି ଓ ବାହାରେ ୭ଟି ମ୍ୟାଚ ଖେଳିବେ। ଶୁକ୍ରବାର ଏନେଇ ଘୋଷଣା କରାଯାଇଥିବା ବେଳେ ପ୍ଲେଅଫ୍‌ ଓ ଫାଇନାଲ ଭେନ୍ୟୁ ବିଷୟରେ ବିସିସିଆଇ ପରେ ଘୋଷଣା କରିବ।

୨୦୨୨ରେ ୧୦ଟି ଟିମ୍‌କୁ ୨ଟି ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପରେ ୫ଟି ଲେଖାଏ ଟିମ ରହିବେ। ଗ୍ରୁପ-ଏ’ରେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର୍‌ ଜିଆଣ୍ଟସ୍‌କୁ ରଖାଯାଇଛି। ସେହିପରି ଗ୍ରୁପ-ବି’ରେ ଚେନ୍ନାଇ ସୁପର୍‌ କିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗ୍‌ସ ଓ ଗୁଜରାଟ ଟାଇଟନ୍ସକୁ ସ୍ଥାନ ମିଳିଛି। ନୂଆ ଘୋଷଣା ଅନୁଯାୟୀ ପ୍ରତ୍ୟେକ ଦଳ ନିଜ ଗ୍ରୁପ୍‌ର ପ୍ରତ୍ୟେକ ଟିମ୍‌ ସହ ୮ ମ୍ୟାଚ୍‌ ଖେଳିବେ। ଅବଶିଷ୍ଟ ୬ଟି ମ୍ୟାଚ୍‌ ସେ ଅନ୍ୟ ଗ୍ରୁପ୍‌ର ଟିମ୍‌ ସହ ଖେଳିବେ।

ପୂର୍ବ ସଂସ୍କରଣରେ ୮ ଟିମ୍‌ ଭାଗ ନେଇଥିଲେ। କରୋନା କାରଣରୁ ଗତ ଦୁଇବର୍ଷ ଧରି ଲିଗର ସମସ୍ତ ମ୍ୟାଚ୍‌ ଭାରତରେ ଖେଳାଯାଇ ନ ଥିଲା। ହେଲେ ବିସିସିଆଇ ଏହି ଲିଗ୍‌କୁ ଭାରତରେ କରିବାକୁ ପୂରା ପ୍ରସ୍ତୁତି କରିଛି। ଏଥର ଆଇପିଏଲ୍‌ରେ ମୋଟ ୭୪ଟି ମ୍ୟାଚ ଖେଳାଯିବ। ସେଥିମଧ୍ୟରୁ ୭୦ଟି ଲିଗ୍‌ ପର୍ଯ୍ୟାୟ ସହ ୪ଟି ପ୍ଲେଅଫ୍‌ ମ୍ୟାଚ ରହିଛି।

ଏଥର ଆଇପିଏଲ ପାଇଁ ଷ୍ଟାଡିୟମ ଭିତରକୁ ଦର୍ଶକଙ୍କୁ ଅନୁମତି ମିଳିପାରେ। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ସ ମୁତାବକ ଟୁର୍ନାମେଣ୍ଟ ଆରମ୍ଭରୁ ୪୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିପାରେ। ଏବେ କୋଭିଡ-୧୯ ସ୍ଥିତିରେ ନିୟନ୍ତ୍ରଣରେ ରହିଥିବା ବେଳେ ଆଗକୁ ଯଦି ସ୍ଥିତି ଆହୁରି ଭଲ ରୁହେ ତେବେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି କରାଯାଇପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଲକାତାର ଏକପାଖିଆ ବିଜୟ ପରେ ପଏଣ୍ଟ ଟେବୁଲରେ ହେଲା ପରିବର୍ତ୍ତନ: କିଏ କେଉଁ ସ୍ଥାନରେ ରହିଛି ଜାଣନ୍ତୁ

କୋଲକାତା,୩୦।୪: ଆଇପିଏଲ ୨୦୨୪ର ୪୭ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ମ୍ୟାଚରେ କୋଲକାତା ୭ ଉଇକେଟରେ...

ପ୍ରତ୍ୟେକ ଦିନ ଆମର ନୁହେଁ…କାହିଁକି ଏମିତି କହିଲେ ପନ୍ତ

କୋଲକାତା,୩୦।୪: ଆଇପିଏଲ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଷଷ୍ଠ ପରାଜୟର ସମ୍ମୁଖୀନ ହୋଇଛି। ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୪୭ତମ ମ୍ୟାଚରେ...

ସାଥୀ କ୍ରିକେଟର୍‌ଙ୍କ ଭଉଣୀଙ୍କୁ ମନ ଦେଇ ବସିଥିଲେ ହିଟ୍‌ମ୍ୟାନ୍‌

ଭାରତୀୟ କ୍ରିକେଟ ଦଳର ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ମୁମ୍ବାଇର ଏହି ବିସ୍ଫୋରକ ବ୍ୟାଟମ୍ୟାନ୍‌ ଅନେକ ରେକର୍ଡ ହାସଲ କରିଚନ୍ତି।...

କେକେଆର ବୋଲର ପ୍ରଭାବୀ

କୋଲକାତା,୩୦ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବୋଲର ପ୍ରଭାବୀ ବୋଲିଂ କରିଛନ୍ତି। ବରୁନ ଚକ୍ରବର୍ତ୍ତୀଙ୍କ ୩/୧୬...

ଇଂଲଣ୍ଡକୁ ହରାଇ କ୍ୱାର୍ଟରରେ ଭାରତ

ଚେଙ୍ଗଡୁ,୩୦ା୪(ପି.ଟି.): ଥୋମାସ୍‌ କପ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡକୁ ଏକପାଖିଆ ୫-୦ରେ ପରାସ୍ତ କରିବା ସହ ଗ୍ରୁପ୍‌...

୨୨ ଜଣିଆ ଓଡ଼ିଶା ମହିଳା ଦଳ ଘୋଷଣା

ଭୁବନେଶ୍ୱର,୩୦ା୪, (ସରୋଜ ଜେନା): ରାଜମାତା ଜିଜାବାଈ ଫୁଟବଲ ଟୁର୍ନାମେଣ୍ଟ ପାଇଁ ୨୨ ଜଣିଆ ଓଡ଼ିଶା ମହିଳା ଫୁଟବଲ ଦଳ ସୋମବାର ଘୋଷଣା କରାଯାଇଛି। ମେ ୧ରୁ...

କ୍ରିକେଟର ହେବେ ଅବରାମ! ଦେଖାଇଲେ ପ୍ରଥମ ଝଲକ

ନୂଆଦିଲ୍ଲୀ,୨୯।୪: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ ର ୪୭ ତମ ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମ୍ୟାଚ କୋଲକାତାର ଇଡେନ...

ଆଇପିଏଲ୍‌ ମଝିରେ ଆମେରିକା ଯିବ ଭାରତୀୟ ଟିମ୍‌!

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଆଇପିଏଲର ଫାଇନାଲ ମେ ୨୬ ଖେଳାଯିବ। ଏହାର ୫ ଦିନ ପରେ ଅର୍ଥାତ୍‌ ଜୁନ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri