ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଯାନବାହନ ବେଗ ଉପରେ ଅଙ୍କୁଶ ଲଗାଯାଇଛି। ଘଣ୍ଟା ପ୍ରତି ୫୦ କିମି ବେଗରେ ଗାଡ଼ି ଚଲାଇଲେ ଲାଗୁ ହେବ ୭ ହଜାର ଜରିମାନା । ଏଥିସହ ଗାଡ଼ି ଚାଳକଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବ । ଏପରି ଯଦି ୩ ଥର ରଦ୍ଦ ହୁଏ, ତେବେ ସବୁଦିନ ପାଇଁ ଲାଇସେନ୍ସ ବାତିଲ ହୋଇଯିବ । ସହରରେ ଟ୍ରାଫିକ୍ ସମସ୍ୟାରେ ସୁଧାର ଆଣିବା ପାଇଁ ଟ୍ରାଫିକ୍ ପୋଲିସ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ।
ଗତି ଓ ମୋବାଇଲ ଫୋନରେ କଥା ହେବା କାରଣରୁ ଗାଡ଼ି ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଏହା ଚାଳକଙ୍କ ପାଇଁ ବିପଦ ସୃଷ୍ଟି କରୁଥିବାରୁ ଏଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି ।
ଏ ନେଇ ରାଜଧାନୀର ୧୩ଟି ଛକରେ ଅତ୍ୟାଧୁନିକ ଏଏନ୍ପିଆର/ ଟିଭିଡିଏସ୍ ସିସିଟିଭି କ୍ୟାମେରା ଲଗାଯାଇଛି । ସେହି ଛକଗୁଡ଼ିକ ହେଲା ପଟିଆ, ପାୱାର ହାଉସ୍, କଳିଙ୍ଗ ଷ୍ଟାଡିୟମ, କ୍ୟାପିଟାଲ ହସ୍ପିଟାଲ, କିଟ୍ ଛକ, କିଟ୍ କ୍ୟାମ୍ପସ ନମ୍ବର-୩, ଶିଶୁଭବନ ଛକ, ବାଣୀବିହାରଠାରୁ ଶିଶୁଭବନ, କ୍ୟାପିଟାଲ ଛକ, ଶାସ୍ତ୍ରୀନଗର ଛକ, ରାଜମହଲ ଛକ, ଟ୍ରାଇଡେଣ୍ଟ ହୋଟେଲ ଓ ନାକାଗେଟ୍ ।
ଯଦି ଉକ୍ତ ଛକଗୁଡିକରେ ଗାଡ଼ିର ବେଗ ୫୦ କି.ମି.ରୁ ଅଧିକ ହେବ, ତେବେ ସିଟିସିଭିରେ ଚାଳକଙ୍କ ମୋବାଇଲକୁ ଏସ୍ଏମ୍ଏସ୍ ମାଧ୍ୟମରେ ଚାଲାଣ ପଠାଯିବ । ଯଦି ଉକ୍ତ ଗାଡ଼ିଚାଳକ ଡ୍ରାଇଭିଂ ଲାଇସେନ୍ସ ଦେଖାଇବେ, ତେବେ ତାଙ୍କର ଜରିମାନା ରାଶି ୨ ହଜାର ଟଙ୍କାକୁ ହ୍ରାସ କରାଯିବ ।
ଏଭଳି ଘଟଣା ୩ ଥର ହେଲେ ଚତୁର୍ଥ ଥର ବେଳକୁ ଡ୍ରାଇଭିଂ ଲାଇସେନ୍ସ ସବୁଦିନ ପାଇଁ ବାତିଲ କରାଯିବ ବୋଲି କୁହାଯାଇଛି ।
ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ
ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...
ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ…
ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...
ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ
ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...
୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା
ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...
ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା
ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...
ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…
ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...
ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…
ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...
ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!
ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...
Archives


