ପୋଲିଂ ପାର୍ଟିକୁ ଡଙ୍ଗାରୁ ମୁକ୍ତି

ସମ୍ବଲପୁର,୨୩ା୨(ବ୍ୟୁରୋ): ସମ୍ବଲପୁର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଶେଷ ହୋଇଛି। ଏହି ନିର୍ବାଚନ ଧନକଉଡ଼ା ବ୍ଲକ କୁଦଗୁଣ୍ଡେରପୁରବାସୀଙ୍କ ପାଇଁ ନିଆରା ଅନୁଭୂତି ଆଣିଦେଇଛି। ସ୍ବାଧୀନତାର ୭୫ବର୍ଷ ପରେ ନିର୍ବାଚନ ସମୟରେ ମହାନଦୀରେ ଡଙ୍ଗା ବ୍ୟବହାର ହୋଇନାହିଁ। ପୋଲ ନିର୍ମାଣ ହୋଇଥିବାରୁ ନଦୀ ଆରପାରି ଭୋଟକେନ୍ଦ୍ରକୁ ପୋଲିଂ ପାର୍ଟି, ପୋଲିସ, ପରିଚାଳନା ଅଧିକାରୀ ଓ ଭୋଟରମାନେ ଗାଡ଼ି ବ୍ୟବହାର କରି ଯାଇ ପାରିଥିଲେ। ପ୍ରଥମଥର ଏଭଳି ହୋଇଥିବାରୁ ଭୋଟର ଓ ଅଧିକାରୀ ବେଶ୍‌ ଖୁସି ଥିବା ପ୍ରକାଶ କରିଛନ୍ତି।  ଭୋଟରଙ୍କ କହିବା କଥା ମହାନଦୀ ଯୋଗୁ କୁଦଗୁଣ୍ଡେରପୁର ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହୁଥିଲା। ଯେକୌଣସି କାମରେ ସହରକୁ ଗଲେ ଡଙ୍ଗାରେ ପାରି ହେବାକୁ ପଡୁଥିଲା। ନିର୍ବାଚନ ସମୟରେ ଅଧିକାରୀ ଓ ପୋଲିସ ଆସିବାକୁ ଭୟ କରୁଥିଲେ। ଏପରି କି ସହରରେ ରହୁଥିବା ଭୋଟରମାନେ ମଧ୍ୟ ଭୟରେ ମତଦାନ କରିବାକୁ ଆସୁ ନ ଥିଲେ। ପୋଲ ନିର୍ମାଣ ହେବା ଫଳରେ ଗମନାଗମନ ସୁବିଧା ହୋଇଛି। ଧନକଉଡ଼ା ବିଡିଓ ବସନ୍ତ ହାତୀ କହିଛନ୍ତି, ସହରଠାରୁ ପ୍ରାୟ ୩୫ କି.ମି. ଦୂରରେ ରହିଛି କୁଦଗୁଣ୍ଡେରପୁର ପଞ୍ଚାୟତ। ପୂର୍ବରୁ ନିର୍ବାଚନ ସମୟରେ ମହାନଦୀ ପାର ହେବା ପାଇଁ ପ୍ରଶାସନ ପକ୍ଷରୁ ଡଙ୍ଗା ବ୍ୟବସ୍ଥା କରାଯାଉଥିଲା। ହେଲେ ପୋଲ ନିର୍ମାଣ ହୋଇଯାଇଥିବାରୁ ସୁବିଧାରେ ପୋଲିଂ ପାର୍ଟି ପହଞ୍ଚତ୍ ପାରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri