Posted inଜାତୀୟ

ୟୁକ୍ରେନ୍‌ ସଙ୍କଟ: ଦୋଛକିରେ ଭାରତ

ନୂଆଦିଲ୍ଲୀ,୨୩ା୨: ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ(ନାଟୋ)ରେ ୟୁକ୍ରେନ୍‌ ସାମିଲ ହେଲେ ପାଶ୍ଚାତ୍ୟର ସୈନ୍ୟ ରୁଷିଆ ସୀମାରେ ମୁତୟନ ହେବେ। ଏହାକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଗ୍ରହଣ କରିପାରି ନ ଥିଲେ। ତେଣୁ ସେ ବିଚ୍ଛିନ୍ନତାବାଦୀଙ୍କ କଥା ମାନି ପୂର୍ବ ୟୁକ୍ରେନ୍‌ରୁ ଡୋନ୍‌ବାସକୁ ବିଚ୍ଛିନ୍ନ କରି ଡୋନେସ୍କ ଓ ଲୁହାନସ୍କ ନାମରେ ଦୁଇଭାଗ କରିଦେଇଛନ୍ତି। ପୁଟିନ୍‌ଙ୍କ ବିସ୍ତାରବାଦୀ ମହତ୍ତ୍ୱାକାଂକ୍ଷା ବିଶ୍ୱ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଥିବାବେଳେ ଭାରତ ଏବେ ଦୋଛକିରେ ପଡ଼ିଯାଇଛି। ଗୋଟିଏ ପଟେ ପ୍ରତିରକ୍ଷା କ୍ଷେତ୍ରରେ ରୁଷିଆ ଉପରେ ନିର୍ଭରଶୀଳତା ଓ ଅନ୍ୟପକ୍ଷେ ଆମେରିକାର ଚାପ। ଭାରତ କାହା ସପକ୍ଷରେ ଯିବ ତାହା ଏବେ ବଡ଼ ପ୍ରଶ୍ନ।
ୟୁକ୍ରେନ୍‌ ସଙ୍କଟକୁ ନେଇ ଆଲୋଚନା ନିମନ୍ତେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ଅନୁରୋଧ କ୍ରମେ ସୋମବାର ବିଳମ୍ବିତ ରାତିରେ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ବସିଥିଲା। ଉକ୍ତ ବୈଠକରେ ଭାରତ ମାପିଚୁପି ମନ୍ତବ୍ୟ ରଖିଛି। ଏଭଳି ସମ୍ପୃକ୍ତ କ୍ଷେତ୍ରରେ ସ୍ଥିତି ଶାନ୍ତି ଓ ନିରାପତ୍ତାକୁ ବିପନ୍ନ କରିବା ଆଶଙ୍କା ଥିବାରୁ ଉତ୍ତେଜନା ହ୍ରାସ ପାଇଁ ଉଦ୍ୟମ ହେଉ ବୋଲି ଭାରତ କହିଛି। ସେହିପରି ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ରୁଷିଆ ବିରୋଧରେ ମନ୍ତବ୍ୟ ଦେବାରୁ ଦୂରତା ଅବଲମ୍ବନ କରିଛନ୍ତି। ୟୁପିର ବାଲିଆରେ ଭାଜପା ପକ୍ଷରୁ ନିର୍ବାଚନୀ ସଭା ବେଳେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ ରାଜନାଥ କହିଛନ୍ତି, ୟୁକ୍ରେନ୍‌ ସଙ୍କଟର କୂଟନୈତିକ ସମାଧାନ ହେବା ଉଚିତ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷିଆ ପ୍ରତିପକ୍ଷଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ବାଇଡେନ୍‌ ନିଜ ପକ୍ଷରୁ ପଦକ୍ଷେପ ନେଇଛନ୍ତି। ଭାରତ କୌଣସି ପ୍ରକାରେ ଶାନ୍ତି ଚାହେଁ। ଆଲୋଚନା ହେଲେ ବାଟ ବାହାରିବ ବୋଲି ରାଜନାଥ କହିଛନ୍ତି। ଭାରତ କାହା ସପକ୍ଷରେ ଯିବ ବୋଲି ପ୍ରଶ୍ନ ହେବାରୁ ରାଜନଥ କହିଥିଲେ, ଆମେ ଶାନ୍ତି ଚାହୁଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri