ଖୁସି ଆଣିଲା ବିରଳ ତାରିଖ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ମଙ୍ଗଳବାର ଥିଲା ବର୍ଷର ପ୍ରଥମ ସିମେଟ୍ରିକାଲ ବା ପଲିଣ୍ଡ୍ରୋମ୍‌। ଅର୍ଥାତ୍‌ କ୍ୟାଲେଣ୍ଡରର ଏପରି ଏକ ତାରିଖ ଯାହାକି ସାଂଖିକ ଦୃଷ୍ଟିରୁ ବିରଳ। ମଙ୍ଗଳବାର ଥିଲା ୨୨.୦୨.୨୦୨୨ ତାରିଖ। ଅର୍ଥାତ ୨ ତାରିଖ ଦ୍ବିତୀୟ ମାସ ଏବଂ ୨୦୨୨ ବର୍ଷ। ଆମେ ଏଭଳି ସଂଖ୍ୟା କ୍ରମକୁ ଦ୍ବିତୀୟ ଥର ଦେଖିପାରିବା ନାହିଁ। ଏଭଳି ଦିନ ଖୁବ କ୍ୱଚିତ୍‌ ଦେଖିବାକୁ ମିଳିଥାଏ, ଯେଉଁଥିରେ ଦିନ, ମାସ ଓ ବର୍ଷର ସଂଖ୍ୟା ସମାନ ରହେ। କୌତୁହଳର ବିଷୟ ହେଉଛି, ଏହି ତାରିଖ ଉଭୟ ପଲିଣ୍ଡ୍ରୋମ୍‌ ଏବଂ ଆମ୍ବିଗ୍ରାମ୍‌। ଆମ୍ବିଗ୍ରାମ୍‌ର ଅର୍ଥ ଶବ୍ଦଟିକୁ ସିଧାରୁ ପଢିଲେ ଯାହା ତାକୁ ଓଲଟା ପଢିଲେ ମଧ୍ୟ ସମାନ। ୨୨.୦୨.୨୦୨୨ ସଂଖ୍ୟାକୁ ଆଗରୁ ପଢିଲେ ବାଇଶି ଶୂନ ଦୁଇ ଦୁଇ ଶୂନ ବାଇଶି ଏବଂ ପଛଆଡୁ ପଢିଲେ ମଧ୍ୟ ତାହା ବାଇଶି ଶୂନ ଦୁଇ ଦୁଇ ଶୂନ ବାଈଶି। ଏହି ଦିନଟିକୁ ସୋସିଆଲ ମିଡିଆରେ ୟୁଜର୍ସ ଟୁଜ୍‌ ଡେ’ର ଆଖ୍ୟା ଦେଇଛନ୍ତି। ଐତିହାସିକ ଦୃଷ୍ଟିରୁ ଏହା କୌଣସି ଗୁରୁତ୍ୱ ବହନ କରୁ ନ ଥିଲେ ବି ଜ୍ୟୋତିର୍ବିଦ୍‌ଙ୍କ ମତରେ, ଦୁଇଜଣ ବ୍ୟକ୍ତି କିମ୍ବା ଦୁଇଟି ଚିନ୍ତାଧାରାର ମିଳନକୁ ସଂଖ୍ୟା ୨ ସୂଚିତ କରିଥାଏ। ତେଣୁ ଏହାକୁ ଅମୃତ ବେଳା ବୋଲି କୁହାଯାଏ। ଏହି ବିରଳ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ହସ୍ପିଟାଲରେ ୩ ଏବଂ କଟକ ଏସ୍‌ସିବି ହସ୍ପିଟାଲରେ ୨୫ଜଣ ଶିଶୁ ଜନ୍ମ ହୋଇଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି। ଫଳରେ ଉକ୍ତ ତାରିଖ ସମ୍ପୃକ୍ତ ପରିବାର ଲୋକଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ହୋଇଥିବାବେଳେ ସେମାନଙ୍କ ମୁହଁରେ ହସ ଫୁଟିଛି। ସେହିପରି କେତେଜଣ ବ୍ୟକ୍ତି ନୂଆ ଗାଡ଼ି, ଗହଣା ଓ ଘର କିଣି ଖୁସି ମନାଇଛନ୍ତି। ସୂଚନାଯୋଗ୍ୟ, ୨୦୧୧ ମସିହାରେ ଏଭଳି ସଂଖ୍ୟାକ୍ରମ ୧୧.୧.୨୦୧୧ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri