ଜଗନ୍ନାଥଙ୍କ ଫଟୋ ଛୁଆଁଇ ଶପଥ କରାଇଲେ

ଚାନ୍ଦବାଲି, ୨୨।୨ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ନାଲଗୁଣ୍ଡା ପଞ୍ଚାୟତ ଇଟୁଆ ୧୨ନଂ. ୱାର୍ଡରେ ବୁଥ୍‌ କ୍ୟାପଚରିଂ ଯୋଗୁ ଆସନ୍ତା ୨୩ ତାରିଖରେ ପୁନଃ ନିର୍ବାଚନ ଅନୁଷ୍ଠିତ ହେବ। ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ପ୍ରତିଭା ବିଶ୍ୱାଳ ଓ ଦଳର ବ୍ଲକ ମହିଳା ସଭାପତି ମାନସୀ ପାଢ଼ୀ ଇଟୁଆ ଗଁାରେ ପହଞ୍ଚି ଜଗନ୍ନାଥଙ୍କ ଫଟୋ ଛୁଆଁଇ ଭୋଟ ଦେବା ପାଇଁ ଭୋଟରଙ୍କୁ ଶପଥ କରାଉଛନ୍ତି। ଏନେଇ ଏକ ଭିଡିଓ ଭାଇରାଲ ହୋଇଛି। ଉକ୍ତ ଗାଁର ପୁରୁଷ ଓ ମହିଳାଙ୍କୁ ଜବରଦସ୍ତି ନିୟମ କରାଇ ଭୋଟ୍‌ ଦେବାକୁ ବାଧ୍ୟ କରାଯାଉଥିବା ଭାଜପା ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାରତୀ ବିଶ୍ୱାଳ ଅଭିଯୋଗ ଆଣିଛନ୍ତି। ଜଗନ୍ନାଥଙ୍କ ଫଟୋ ଧରି ଭୋଟରଙ୍କୁ ଶପଥ କରାଉଥିବା ମହିଳା ଜଣଙ୍କ ବିଜେଡିର ବ୍ଲକ ମହିଳା ସଭାପତି ହୋଇଥିବା ବେଳେ ପାଖରେ ବସିଛନ୍ତି ସରପଞ୍ଚ ପ୍ରାର୍ଥିନୀ।
ଏ ସମ୍ପର୍କରେ ସରପଞ୍ଚ ପ୍ରାର୍ଥତ୍ନୀ ପ୍ରତିଭା କହିଛନ୍ତି, ମୁଁ ସେ ଜାଗାରେ ଥିଲି। ହେଲେ ଏଭଳି ଶପଥପାଠ ନେଇ କୌଣସି ସତ୍ୟତା ନାହିଁ। ଏପଟେ ବିଜେଡି ବ୍ଲକ ମହିଳା ସଭାପତି ପାଢ଼ୀ ଏହି ଘଟଣା ମିଛ ଏବଂ ମହିଳା ସଭାପତି ହିସାବରେ ସେ ପ୍ରଚାରରେ ଯାଇଥିଲେ ବୋଲି କହିଛନ୍ତି। ପ୍ରକାଶ ଥାଉକି, ଏଠାରେ ୨ୟ ପର୍ଯ୍ୟାୟ ନିର୍ବାଚନ ବେଳେ କେତେଜଣ ଲୋକ ଜବରଦସ୍ତି ଏକ ନିର୍ଦ୍ଦିଷ୍ଟ ଦଳ ସମର୍ଥତ୍ତ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ଏନେଇ ପ୍ରିଜାଇଡିଂ ଅଫିସରଙ୍କ ଲିଖିତ ଅଭିଯୋଗ ପରେ ସାନି ମତଦାନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri