ଭାଜପା ପାଇଁ ଭୋଟ ମାଗିଲେ କଙ୍ଗନା!

ଲକ୍ଷ୍ନୌ,୧୯ ।୨: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ସେତିକି ଚର୍ଚ୍ଚିତ ତାଙ୍କ ବେକାବୁ ବୟାନକୁ ନେଇ । ଅନେକ ସମୟରେ ରାଜନୀତିକୁ ନେଇ କିଛି ନା କିଛି ବୟାନ ଦେଇ ଚର୍ଚ୍ଚାରେ ଥିବା କଙ୍ଗନା ଏଥର ଖୋଲା ଖୋଲି ଭାବେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ସପୋର୍ଟ କରିଥିବା ଦେଖାଯାଇଛି । ନିକଟରେ ସେ ଏକ ଭିଡିଓ ଜାରି କରି ଭାଜପା ସପକ୍ଷରେ କହୁଥିବା ଦେଖାଯାଇଛି । ଏହି ଭିଡିଓ ଶେୟାର ହେବା ପରେ ପରେ ଭାଇରାଲ ହେବାରେ ଲାଗିଛି । ୟୁଜର୍ସ ଏହାକୁ ନେଇ ଖୁବ୍ କମେଣ୍ଟ କରୁଛନ୍ତି ।
ଭିଡିଓଟିକୁ କଙ୍ଗନା ନିଜ ଅଫିସିୟାଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି । ଉକ୍ତ ଭିଡିଓରେ କଙ୍ଗନା କହୁଛନ୍ତି ଆପଣମାନେ ଜାଣିଛନ୍ତି ଏବେ ଉତ୍ତର ପ୍ରଦେଶରେ ନିର୍ବାଚନ ହେଉଛି । ଏହି କୁରୁକ୍ଷେତ୍ର ଭୋଟ ଆମର ଏକମାତ୍ର ଅସ୍ତ୍ର । ମନେ ରଖନ୍ତୁ ଆମକୁ ଆମ ପସନ୍ଦର ଯୋଗୀ ସରକାରଙ୍କୁ ବିଜୟୀ କରିବାର ଅଛି । ଆପଣ ଭୋଟ ଦେବାକୁ ଯାଆନ୍ତୁ ଓ ସାଙ୍ଗରେ ଆଉ ୨-୩ ଜଣଙ୍କୁ ନେଇକରି ଯାଆନ୍ତୁ । ଗୋଟିଏ ବି ଭୋଟ ଛାଡି ନ ଯାଆନ୍ତି, ଜୟ ଶ୍ରୀରାମ । କଙ୍ଗନାଙ୍କ ଏହି ପୋଷ୍ଟକୁ ଲୋକେ ଲାଇକ କରିବା ସହ କମେଣ୍ଟ ବି କରୁଛନ୍ତି । କେହି କେହି ଜୟ ଶ୍ରୀରାମ ଲେଖିଛନ୍ତି ତ ପୁଣି କିଏ ଜୟ ଯୋଗୀ ବୋଲି ଲେଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

“ପାକିସ୍ତାନ ଚୁଡ଼ି ପିନ୍ଧି ନାହିଁ”: ଫାରୁକ୍ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୬।୫: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମନ୍ତବ୍ୟକୁ ଜବାବ ଦେଇ ଜମ୍ମୁ କଶ୍ମୀରର ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ରବିବାର କହିଛନ୍ତି ଯେ...

ଦିଲ୍ଲୀରେ ବସିଥିବା ପ୍ରଭୁ ଜଗନ୍ନାଥଙ୍କ ପୁଅ ହିଁ ଏହି କାମ କରିବେ: ମୋଦି

ନୂଆଦିଲ୍ଲୀ/ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଓଡ଼ିଶାର ବ୍ରହ୍ମପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ବିରୋଧୀଙ୍କୁ କଡ଼ା ଆକ୍ଷେପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର...

ବାହୁବଳି ନେତା ଧନଞ୍ଜୟଙ୍କ ସ୍ତ୍ରୀ ଶ୍ରୀକଳାଙ୍କ କଟିଲା ଟିକେଟ

ଜୈନପୁର,୬।୫: ଲୋକ ସଭା ନିର୍ବାଚନ ମଧ୍ୟରେ ଉତ୍ତରପ୍ରଦେଶରୁ ବଡ ଖବର ଆସିଛି। ବହୁଜନ ସମାଜବାଦୀ ପାର୍ଟି ଜୈନପୁର ଆସନରୁ ପ୍ରାର୍ଥୀ ହୋଇଥିବା ବାହୁବଳି ନେତା ଧନଞ୍ଜୟ...

ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ,୬।୫:କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ୍ସ (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ ଆଜି ସିଆଇଏସ୍‌ସିଇ...

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର: ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

ବ୍ରହ୍ମପୁରରେ ପହଞ୍ଚିଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏଠାରେ କନିଷି ନିର୍ବାଚନୀ ସଭାରେ ଯୋଗ...

ଥମୁନି ଜଙ୍ଗଲ ନିଆଁ: ୫ ମୃତ, ୧୦୦୦ରୁ ଅଧିକ ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ

ଡେରାଡୁନ୍‌,୬ା୫: ଉତ୍ତରାଖଣ୍ଡର ଜଙ୍ଗଲରେ ନିଆଁ ଲାଗିବା ଘଟଣା ବନ୍ଦ ହେଉନାହିଁ। ଆଲମୋରା ଏବଂ ବାଗେଶ୍ୱର ସମେତ ଅନେକ ଜିଲାରେ ଜଙ୍ଗଲ ଜଳୁଛି। ଏହି ପରିପ୍ରେକ୍ଷୀରେ, ଆଲମୋରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri