ତିରିଶ ଓ ଦୁଇଟଙ୍କିଆ ଚାଉଳର ଖେଳ

ତୁଷାରକାନ୍ତ

୧୮୯୯ ଜାନୁୟାରୀ ୨୬ରେ ତତ୍କାଳୀନ କଟକ ତଥା ଅଧୁନା ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ବାଗଲପୁରର ଏକ ସ୍ବଚ୍ଛଳ ପରିବାରରେ ଜନ୍ମଗ୍ରହଣ କରିଥିବା ଗୌରାଙ୍ଗ ଚରଣ ଦାସ, ସ୍ବାଧୀନତା ଜରିଆରେ ଦେଶର ସମସ୍ତେ ସ୍ବଚ୍ଛଳରେ ଚଳିବାକୁ ସୁଯୋଗ ପାଇବା ଲକ୍ଷ୍ୟରେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ, ଗ୍ରାମର ଆଉ ସତରଜଣ ଯୁବକ ତଥା ଆଖପାଖର ଆଉ ଅନେକଙ୍କୁ ସେଥିପ୍ରତି ଆକୃଷ୍ଟ କରିପାରିଥିଲେ। ରାଜାମାନଙ୍କ ଦ୍ବାରା ଶୋଷଣ ଓ କଷଣରୁ ପ୍ରଜାମାନଙ୍କୁ ଉଦ୍ଧାର କରିବାକୁ ଗଠିତ ‘ପ୍ରଜାମଣ୍ଡଳ ଆନ୍ଦୋଳନ’ରେ ସେ ଯୋଗଦେଇଥିଲେ। ସେହି ଶୋଷଣ ଓ କଷଣର ସ୍ବରୂପ, ବିପ୍ଳବୀ କବି ରବି ସିଂଙ୍କ ‘ମଣିଷ’ କବିତାର ଗୋଟିଏ ପଦରେ ଅତି ଚମତ୍କାର ଭାବେ ବର୍ଣ୍ଣିତ ଅଛି, ଯାହା ହେଉଛି;
‘ରକତେ ଗୋଳାଇ ଚୂନବାଲି ,
ମୁଣ୍ଡର ଝାଳକୁ ତୁଣ୍ଡେ ମାରି,
ମୁଠାଏ ତ ଚୁଡ଼ା- ପିଠିରେ କୋରଡ଼ା(ଚାବୁକମାଡ଼)
ଯତନନଗର କେତେ ବଡ଼,
ମଣିଷକୁ ଥରେ ପଢ଼ ପଢ଼।’
(ଯତନନଗର- ଢେଙ୍କାନାଳ ରାଜାଙ୍କର ଅନ୍ୟତମ ରାଜପ୍ରାସାଦ ଯାହା ଅଳ୍ପେବହୁତେ ସବୁ ରାଜଶାସନରେ ଅନୁସୃତ ହେଉଥିଲା)।
ଏପରି ଶୋଷଣ ଓ କଷଣ ବିରୋଧରେ ‘ପ୍ରଜାମଣ୍ଡଳ ଆନ୍ଦୋଳନ’ରେ ଯୋଗଦେଇ ଦାସ ଢେଙ୍କାନାଳ ରାଜାଙ୍କ ପୋଲିସଙ୍କଠାରୁ ନିର୍ଘାତ ମାଡ଼ ଖାଇ ମୃତବତ ପଡି ରୁହନ୍ତେ, ପୋଲିସ ସେ ମରି ଯାଇଛନ୍ତି ଭାବି ପଳେଇଥିଲେ। ପାହାନ୍ତିଆ ଥଣ୍ଡା ପବନରେ ତାଙ୍କ ଚେତା ଫେରିଥିଲା ଓ ସେ ଆସି ପୁଣି ସେହି ତଥା ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ବୟସ ବଢ଼ିବା ପରେ ସେହି ମାଡ଼ର ପ୍ରଭାବ ତାଙ୍କ ଉପରେ ପଡିଥିଲା ଓ ଥମ୍ବୋସିସ୍‌ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ୧୯ ଫେବୃୟାରୀ ୧୯୭୨ରେ ମୃତ୍ୟୁ ହୋଇଥିଲା ।
ଗାନ୍ଧିଜୀଙ୍କଠାରୁ ଆରମ୍ଭ କରି ଦାସଙ୍କ ସମେତ ଦେଶର ଯେଉଁ ଲକ୍ଷ ଲକ୍ଷ ଲୋକ ସ୍ବାଧୀନତା ପାଇଁ ଅନେକ କଷ୍ଟ ଓ ତ୍ୟାଗ ସ୍ବୀକାର କରିଥିଲେ,ସ୍ବାଧୀନତା ପ୍ରାପ୍ତି ଯେ ସେମାନଙ୍କ ଈପ୍‌ସିତ ତଥା ଗାନ୍ଧିଜୀଙ୍କ ବର୍ଣ୍ଣିତ ‘ରାମରାଜ୍ୟ’ଟିଏ ସୃଷ୍ଟି କରିପାରିଲା ନାହିଁ, ତାହା ହିଁ ଇତିହାସର ସବୁଠାରୁ ବଡ଼ ବିଡ଼ମ୍ବନା।
ଏଇଠି ମନେପଡୁଛି ହିନ୍ଦୀଭାଷାର କବି ସୁଦାମା ପାଣ୍ଡେ ‘ଧୁମିଲ’ଙ୍କ କବିତ’ରୁଟି ଓ ସଂସଦ’ରୁ ପଦଟିଏ, ଯାହା ଆମ ଓଡ଼ିଆ ଭାଷାରେ ହେଉଛି;
‘ଜଣେ ବ୍ୟକ୍ତି ରୁଟି ବେଲୁଛନ୍ତି,
ଜଣେ ବ୍ୟକ୍ତି ରୁଟି ଖାଉଛନ୍ତି,
ଜଣେ ତୃତୀୟ ବ୍ୟକ୍ତି ଅଛନ୍ତି,
ଯିଏ ନା ରୁଟି ବେଲୁଛନ୍ତି,
ନା ରୁଟି ଖାଉଛନ୍ତି,
ସେ କେବଳ ରୁଟି ସହ ଖେଳୁଛନ୍ତି,
ମୁଁ ଯେତେ ‘ସେ ତୃତୀୟ ବ୍ୟକ୍ତି କିଏ’ ବୋଲି ପଚାରିଲେ ବି, ମୋ ଦେଶର ସଂସଦ ଚୁପ ରହୁଛି’,
ଯାହା ଦେଶର ସଂସଦ ଓ ରାଜ୍ୟ ବିଧାନସଭା କାର୍ଯ୍ୟକ୍ରମରେ ଶତକଡ଼ା ଶହେ ପ୍ରତିଫଳିତ ହେଉଛି।
ଗାନ୍ଧିଜୀଙ୍କ ‘ପ୍ରକୃତି ସମସ୍ତଙ୍କ ଚଳିବା ପାଇଁ ଯଥେଷ୍ଟ ଦେଇଛି, ଲୋଭର ପରିପୂରଣ ପାଇଁ ନୁହେଁ’କୁ ଗ୍ରହଣ କରା ନ ଯାଇ ତଥା ନିର୍ବାଚନକୁ ଅତ୍ୟନ୍ତ ଖର୍ଚ୍ଚବହୁଳ କରେଇ ଦିଆଯାଇଥିବା ପରିପ୍ରେକ୍ଷୀରେ, ପ୍ରବଳ ଚାନ୍ଦାଦାତାମାନଙ୍କର ଋଣ ଓ ସୁଧ ପରିଶୋଧ କରିବା ପରେ ଆଉ ଆପାତତଃ କିଛି ବଳୁ ନ ଥିବାରୁ, ସେମାନେ ସଂସଦ ଓ ବିଧାନସଭାଗୁଡିକରେ କ’ଣ ବା ଉତ୍ତର ଦିଅନ୍ତେ!
ପୁଣି ମନେପଡୁଛି, ଉର୍ଦ୍ଦୁ ସାୟରୀ ରଚନାର କିମ୍ବଦନ୍ତୀ ପୁରୁଷ ମିର୍ଜା ଘାଲିବଙ୍କ ରଚିତ ସାୟରୀଟିଏ, ଯାହା ଆମ ଓଡ଼ିଆ ଭାଷାରେ ହେଉଛି;
‘ଯଦି ତୁମେ ଭାବୁଛ ଯେ , ମୁଁ ତୁମ ପ୍ରତିଶ୍ରୁତି ଉପରେ ଭରସା କରି ବଞ୍ଚତ୍ ରହିଛି,
ତେବେ ତୁମେ ଭ୍ରମରେ ଅଛ, କାରଣ ସେପରି ହୋଇଥିଲେ ତ ମୁଁ କେବେଠାରୁ ଖୁସିରେ ମରି ସାରନ୍ତିଣି’
ଯାହା ଏବେ ବି କାମ ଦେଉଛି ଓ ନେତାମାନଙ୍କ ପ୍ରତିଶ୍ରୁତିରେ ଜନତା ମସ୍‌ଗୁଲ। ଗାନ୍ଧିଜୀ/ ଜୟପ୍ରକାଶଜୀଙ୍କ ଅନୁଗତମାନେ ବାରମ୍ବାର ନିଜ କର୍ମ ଦ୍ବାରା ଜନତାଙ୍କ ବିଶ୍ବାସଭଙ୍ଗ କରାଇଥିବାରୁ (ଯାହାକୁ Crisis of Confidence ବୋଲି କୁହାଯାଏ), ‘ସମସ୍ତେ ସେଇଆ ଓ ନିଜ ସ୍ବାର୍ଥ ପାଇଁ ବ୍ୟସ୍ତ’କୁ ଏକମାତ୍ର ସତ୍ୟ ରୂପେ ଜନତା ଗ୍ରହଣ କରି ସାରିଛନ୍ତି। ତେଣୁ ସେମାନେ ‘ତିରିଶ ଟଙ୍କା ଦେଇ କିଲେ ଚାଉଳ କିଣିବାକୁ ସକ୍ଷମ ହେବାକୁ ସରକାରଙ୍କୁ ବାଧ୍ୟ ନ କରି’, ସରକାରଙ୍କ ସୃଷ୍ଟ ‘ଦୁଇଟଙ୍କିଆ ଚାଉଳ ବିକ୍ରୟ କେନ୍ଦ୍ର’ ଆଗରେ ଲାଗୁଥିବା ଧାଡିରେ ମିଶିବାକୁ ବାଡିଆପିଟା ଓ ଗାନ୍ଧିଜୀଙ୍କ ‘ନ୍ୟାସ ସମ୍ପତ୍ତି ତତ୍ତ୍ୱ’ର ପରିଣତି ହୋଇଛି ଦେଶର ସମୁଦାୟ ସମ୍ପତ୍ତିର ବିରାଟ ଭାଗ କତିପୟଙ୍କ ହାତରେ ଠୁଳ ହେବା।
ମୋ- ୮୮୯୫୮୫୭୩୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri