Posted inଜାତୀୟ

ଚର୍ଚ୍ଚାରେ ଟିଏମ୍‌ସି ପୋଷ୍ଟର: ମମତା ‘ଦୁର୍ଗା’, ମୋଦି ‘ମହିଷାସୁର’

କୋଲକାତା,୧୮।୨: ରାଜ୍ୟରେ ଏକ ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେହି ପୋଷ୍ଟରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ଦୁର୍ଗା’ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ମହିଷାସୁର’ ଦର୍ଶାଇ ରାଜ୍ୟରେ ନୂତନ ବିବାଦ ସୃଷ୍ଟି ହୋଇଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଭାଜପାର ଜଣେ ନେତା ପ୍ରଧାନମନ୍ତ୍ରୀ ଏବଂ ସନାତନ ଧର୍ମ ପ୍ରତି ଅପମାନ ବୋଲି ଦର୍ଶାଇଛନ୍ତି। ଏହି ମାମଲାରେ ନିର୍ବାଚନ ଆୟୋଗଙ୍କ ଦାରସ୍ଥ ହେବ ବୋଲି ଭାଜପା ନେତା କହିଛନ୍ତି। ଏହି ପୋଷ୍ଟରଟି ପଶ୍ଚିମବଙ୍ଗ ଜିଲାର ମେଦିନାପୁରରେ ଲଗାଯାଇଥିଲା। ଟିଏମସି ନେତା ଅନିମା ଶାହ ଏହି ଜିଲାର ଓାର୍ଡ ନମ୍ବର ୧ରୁ ପାର୍ଟିର ପ୍ରାର୍ଥୀ ଅଛନ୍ତି।

ପୋଷ୍ଟରରେ ମମତା ବାନାର୍ଜୀଙ୍କୁ ଦେବୀ ଦୁର୍ଗା ଭାବେ ଦର୍ଶାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ମହିଷାସୁର ଭାବେ ଦର୍ଶାଯାଇଛି। ସେହିପରି ପୋଷ୍ଟରରେ ରାଜ୍ୟର ବିରୋଧୀ ଦଳକୁ ଛେଳି ଭାବେ ଦର୍ଶାଯାଇଛି। ଏଥିରେ ଲେଖା ଅଛିି, ଯଦି କେହି ବିରୋଧୀ ଦଳକୁ ଭୋଟ ଦେବ, ତାଙ୍କର ବଳି ପକାଯିବ।

ସ୍ଥାନୀୟ ଭାଜପା ନେତା ବିପୁଲ ଆଚାର୍ଯ୍ୟ କହିଛନ୍ତି, ନେତାଙ୍କୁ ଦେବତା ଭାବେ ଦର୍ଶାଇବା ସନାତନ ଧର୍ମର ଅପମାନ। ସେପଟେ ଟିଏମସି ନେତା ଅନିତା ଶାହ କହିଛନ୍ତି, ଏହି ପୋଷ୍ଟର କିଏ ଲଗାଇଛି ତାଙ୍କୁ ଜଣା ନାହିଁ। ଯଦି ମୋତେ ଏହି ବିଷୟରେ ସୂଚନା ମିଳିଥାନ୍ତା ତେବେ ମୁଁ ଅଞ୍ଚଳରେ ଏମିତି ପୋଷ୍ଟର ଲଗାଇବାକୁ ଦେଇ ନ ଥାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେଠି ପ୍ରାର୍ଥୀ କେ.ଏଲ ଶର୍ମାଙ୍କ ବିସ୍ପୋରକ ବୟାନ, ଗାନ୍ଧୀ ପରିବାର ପାଖରେ କରୁନି ଚାକିରି

ନୂଆଦିଲ୍ଲୀ,୫।୫: ଆମେଠିରୁ କଂଗ୍ରେସ କିଶୋରୀ ଲାଲ ଶର୍ମାଙ୍କୁ ଟିକେଟ୍‌ ଦେଇଛି। ତେବେ ଟିକେଟ୍‌ ମିଳିବା ପରେ ସେ ଏକ ବିସ୍ପୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି,...

ଆମେଠିରୁ ଟିକେଟ୍‌ ନ ମିଳିବାରୁ ଏମିତି ପୋଷ୍ଟ କଲେ ରର୍ବଟ ଭଦ୍ରା, କହିଲେ ରାଜନୀତିର କୌଣସି ଶକ୍ତି…

ନୂଆଦିଲ୍ଲୀ,୫।୫: କଂଗ୍ରେସ ଆମେଠି ଓ ରାଏବରେଲିରୁ ପ୍ରାର୍ଥୀ ଘୋଷଣା କରିଛି। ରାହୁଲ ଗାନ୍ଧୀ ରାଏବରେଲିରୁ ନାମାଙ୍କନ ଦାଖଲ କରିଥିବାବେଳେ କେ.ଏଲ ଶର୍ମା ଆମେଠି ଲୋକ ସଭା...

ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ

ନୂଆଦିଲ୍ଲୀ,୫।୫: ବଜାରରେ ଏବେ ପ୍ରାୟ ସବୁ କିଛି ଭେଜାଲ। ମସଲା ହେଉ କିମ୍ବା ଅନ୍ୟ କୌଣସି ଖାଦ୍ୟପଦାର୍ଥ ସବୁ ଥିରେ ମାତ୍ରାଧିକ କେମିକାଲ। ଏସବୁ ଖାଇବା...

ବଲିଉଡ୍‌ ପ୍ରଭାବରେ ଦେଶର ନିର୍ବାଚନ

ନୂଆଦିଲ୍ଲୀ,୫ା୫: ଭାରତୀୟ ହିନ୍ଦୀ ସିନେମା ଶିଳ୍ପ ନିକଟ ଅତୀତରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛି, ଯେଉଁଥିରେ ନିର୍ବାଚନକୁ ପ୍ରଭାବିତ କଲା ଭଳି ଜାତୀୟତାବାଦ, ଇସ୍‌ଲାମ ବିରୋଧୀ...

ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କ ବଳାତ୍କାର ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ,୫ା୫: ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଏକ ରାୟରେ କହିଛନ୍ତି। ଏପରିକି ସ୍ତ୍ରୀଙ୍କର ସହମତି ନ...

ଆଜି ଆସିବେ ମୋଦି, ନଡ୍ଡା

ଭୁବନେଶ୍ୱର, ୫।୫(ସୁନିତ୍‌ ମିଶ୍ର)ନିର୍ବାଚନ ପ୍ରଚାର ପାଇଁ ଭାଜପା କେନ୍ଦ୍ରୀୟ ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା...

ଏପଟେ ଧମକ, ସେପଟେ ଆକ୍ରମଣ

ପାଲାମ୍‌/ଭୁବନେଶ୍ୱର/ପୁଞ୍ଚ,୫ା୫ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ଶନିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏଥିରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଜଣେ ଯବାନ ଶହୀଦ ଓ ୪ ଆହତ...

ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri