Posted inଜାତୀୟ

ଜି-୨୦ରେ ଅଧ୍ୟକ୍ଷତା କରିବ ଭାରତ

ନୂଆଦିଲ୍ଲୀ ୧୬ା୨: ୨୦୨୩ ନଭେମ୍ବରରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରିବ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସ୍ବତନ୍ତ୍ର ସଚିବାଳୟ ଗଠନ କରାଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ସଚିବାଳୟର ପରିଚାଳନା ଦାୟିତ୍ୱରେ ରହିବେ ସ୍ବରାଷ୍ଟ୍ର ଏବଂ ଅର୍ଥ ବିଭାଗ ସଚିବ। ଏହି ସଚିବାଳୟ ୨୦୨୪ ଫେବୃୟାରୀ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ସଚିବାଳୟ ସଂଚାଳନ ଦାୟିତ୍ୱ ଆପେକ୍ସ କିମିଟି ନିକଟରେ ରହିବ। ଏହି କମିଟିର ଅଧ୍ୟକ୍ଷତା ପ୍ରଧାନମନ୍ତ୍ରୀ କରିବାକୁ ଥିବାବେଳେ ଏଥିରେ ଅର୍ଥମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ, ବହିର୍ବ୍ୟାପାର ମନ୍ତ୍ରୀ ପ୍ରମୁଖ ସାମିଲ ହେବେ । ବିଶ୍ୱ ଅର୍ଥନୀତି ଉପରେ ଜି-୨୦ର ବଡ଼ ଭୂମିକା ରହିଛି। ୧୯ଟି ଦେଶ ଏବଂ ୟୁରୋପିଆନ ୟୁନିୟନକୁ ନେଇ ଗଠନ ହୋଇଛି ଜି-୨୦। ବିଶ୍ୱ ଅର୍ଥନୀତିରେ ଦେଖାଯାଉଥିବା ସଙ୍କଟର ସମାଧାନ ପାଇଁ ୧୯୯୯ରେ ଜି-୨୦ ଗଠନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶ୍ରୀମୟୀଙ୍କ ପୋଷ୍ଟକୁ ନେଇ କଡ଼ା କାଉଣ୍ଟର କଲେ ସ୍ନେହାଙ୍ଗିନୀ: ରାଜ୍ୟ ରାଜନୀତିରେ ହଇଚଇ 

ଭୁବନେଶ୍ୱର,୨୩।୧୨: ଶଙ୍ଖ ଭବନରେ ମହିଳା ନେତ୍ରୀଙ୍କ ବୈଠକ ପରେ ବିଜେଡିରେ ସୁଜାତା ଏଣ୍ଟ୍ରି କଲେ କି ପ୍ରଶ୍ନରେ ଉତ୍ତର ରଖିଲେ ସ୍ନେହାଙ୍ଗିନୀଙ୍କ ଛୁରିଆ। ସେ କହିଛନ୍ତି,ନବୀନ...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ବୁଧଙ୍କ ବିରଳ ଗୋଚର; ବର୍ଷ ଶେଷରେ ମାଲାମାଲ ହୋଇଯିବେ ଏହି ରାଶି…

ଆସନ୍ତା ୨୯ ତାରିଖରେ ବୁଦ୍ଧିର ଦାତା ବୁଧ ଗୁରୁ ରାଶି ଧନୁରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ଏହି ଗୋଚର ୨୦୨୫ ବର୍ଷ ଶେଷରେ...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଶେଷ: ଖୁବଶୀଘ୍ର ହେବ ଅଳଙ୍କାର ଗଣତି ମଣତି

କଟକ,୨୩।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ରତ୍ନ ଅଳଙ୍କାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଭାରତୀୟ ପ୍ରତ୍ନତତ୍ତ୍ୱ...

ଚାଲିଗଲା ମା’ ଛେଉଣ୍ଡ ଛୁଆହାତୀ ଶମ୍ଭୁର ଜୀବନ

ବାରଙ୍ଗ,୨୩।୧୨(ଲିଙ୍ଗରାଜ ରାଉତ): ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରହୁଥିବା ୬ମାସର ମା’ଛେଉଣ୍ଡ ହାତୀ ଛୁଆ ଶମ୍ଭୁ ମଙ୍ଗଳବାର ମୃତ୍ୟୁବରଣ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri