ଗୃହ ବିଭାଗର ଅନୁମତିକୁ ଅପେକ୍ଷା: ଅଟକିଛି ସିନ୍ଥେଟିକ୍‌ ଟର୍ଫ ହକି ସେଣ୍ଟର

ଛତ୍ରପୁର,୧୪ା୨(ଡି.ଏନ.ଏ) ଛତ୍ରପୁର ଠାରେ ପ୍ରସ୍ତାବିତ ସିନ୍ଥେଟିକ୍‌ ଟର୍ଫ ହକି ସେଣ୍ଟର ପାଇଁ ଚିହ୍ନଟ ଜମିରେ ଥିବା ପୁରୁଣା କୋଠା ଭଙ୍ଗିବାକୁ ଅନୁମତି ମିଳୁ ନ ଥିବାରୁ କାର୍ଯ୍ୟ ଆରମ୍ଭ ହୋଇପାରୁନି। ଚିହ୍ନଟ ଜମିରେ ଗୃହ ବିଭାଗ ଅଧିନ ଗଞ୍ଜାମ ପୋଲିସର ଏକ ପୁରୁଣା କୋଠା ରହିଛି ା ଯାହାକି ଟର୍ଫ ହକି ସେଣ୍ଟର ନିର୍ମାଣ ପାଇଁ ଏହି କୋଠା ଅବରୋଧ କରୁଛି। ତେଣୁ ତାହାକୁ ଭାଙ୍ଗିବା ଆବଶ୍ୟକ ପଡ଼ୁଛି। ଟର୍ଫ ହକି ସେଂଟର ପାଇଁ ଚିହ୍ନଟ ୩.୧ ଏକର ଜମି ଛତ୍ରପୁର ତହସିଲ ଅଧିକ ସୀତାରାମପୁର ମୌଜା ଖାତା ନଂ-୪୭୫ ରେ ରହିଛି ା ଏ ନେଇ ପୁଣି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେକୁ ବ୍ରହ୍ମପୁର ଇଡକୋ ଡିଭିଜନାଲ ମୁଖ୍ୟ ଇଂ ଅଶୋକ କୁମାର ମିଶ୍ର ଚିଠି ଲେଖିଛନ୍ତି। ଉକ୍ତ ଜମିରେ ଥିବା ପୁରୁଣା କୋଠା ଭାଙ୍ଗିବା ପାଇଁ ସ୍ବତନ୍ତ୍ର ଅନୁମତି ଗୃହ ବିଭାଗ ରୁ ଆଣିବା ଲାଗି ଏଥିରେ ହସ୍ତକ୍ଷେପ କରିବାକୁ ଇଡକୋ ଡିଭିଜନାଲ ମୁଖ୍ୟଙ୍କ ପକ୍ଷରୁ ଉକ୍ତ ଚିଠି ଦ୍ୱାରା ଜିଲାପାଳଙ୍କୁ ଅନୁରୋଧ କରାଯାଇଛି ା ଏହି ପୁରୁଣା କୋଠା ଭଙ୍ଗା ଗଲେ ଟର୍ଫ ହକି ସେଂଟର ନିର୍ମାଣ କାମ ଆରମ୍ଭ ହେବ ଏବଂ ଏହାଦ୍ୱାରା ଓଡିଶା ସରକାରଙ୍କ କ୍ରୀଡା ବିଭାଗ ସଚିବଙ୍କ ପକ୍ଷରୁ ନିର୍ଦ୍ଧାରିତ ଡେଟ୍‌ଲାଇନ୍‌ କାର୍ଯ୍ୟକାରୀ ହୋଇପାରିବ ବୋଲି ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ା ସୂଚନା ଯୋଗ୍ୟ, ଟର୍ଫ ହକି ସେଂଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ ା ଏହି ଟର୍ଫ ହକି ସେଂଟର ନିର୍ମାଣ ପାଇଁ ଇଡକୋକୁ ଦାୟିତ୍ୱ ଦିଆଯାଇଛି ା ଇଡକୋ ମଧ୍ୟ ଏହାର ଟେଣ୍ଡର କରି ନିର୍ମାଣ ପାଇଁ ଠିକାଦାର ଚୟନ କରିସାରିଛି। ହକି ଟର୍ଫ ସେଂଟର ପାଇଁ ଚିହ୍ନଟ ଜମିରେ ମଧ୍ୟ କେତେକ ଗଛ ରହିଛି ା ସେଗୁଡିକୁ ମଧ୍ୟ ଗଣାଯାଇ ତାକୁ କାଟିବାକୁ ଡିଏଫଓଙ୍କ ଠାରୁ ଅନୁମତି ନେବାକୁ ପଡିବ ା


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ: ଦେଲା ଚେତାବନୀ, ଦାବି ପୂରଣ ନ ହେଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ସୋମବାର ଭଞ୍ଜନଗର ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରାଯାଇଛି। ଦାବି ଗୁଡ଼ିକ ହେଲା ଅତିରିକ୍ତ ସୁରକ୍ଷା...

ଜାତୀୟସ୍ତରରେ ଓଡ଼ିଶୀ ନୃତ୍ୟ ପଦର୍ଶନ କରିବେ ଛତ୍ରପୁର ଜୟ ଗଣେଶ କଳା ବିକାଶ କେନ୍ଦ୍ରର ଛାତ୍ରୀ

ଛତ୍ରପୁର,୨୯।୧୨(ଦିଲ୍ଲୀପ ସାମଲ): ଭାରତ ସରକାର ଅଧୀନସ୍ଥ ସାଂସ୍କୃତିକ ବିକାଶ ପ୍ରତିଷ୍ଠାନ ଏବଂ ସ୍ମୃତି ସାଂସ୍କୃତିକ ସଂଘ ପକ୍ଷରୁ ପୁରୀଠାରେ ଅନ୍ତର୍ଜାତୟ ମେଗା ନୃତ୍ୟ ଏବଂ ସଙ୍ଗୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri