Posted inଖେଳ

୨୬୫ ରନ୍‌ରେ ଅଟକିଲା ଟିମ୍‌ ଇଣ୍ଡିଆ

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାର ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ମ୍ୟାଚର ଶେଷ ଦିନିକିଆରେ ଭାରତ ୫୦ ଓଭରରେ ୨୬୫ ରନ୍‌ କରିଛି। ଫଳରେ ଓ୍ବେଷ୍ଟଇଣ୍ଡିଜକୁ ବିଜୟ ପାଇଁ ୨୬୬ ରନ୍‌ର ଟାର୍ଗେଟ ରହିଛି।

ଟସ୍‌ ଜିତି ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଓପନିଂ ଯୋଡି ଭାବେ ଓହ୍ଲାଇଥିଲେ ଶିଖର ଧାୱନ ଓ ଅଧିନାୟକ ରୋହିତ। ହେଲେ ଦଳ ମାତ୍ର ୪୨ ରନ୍‌ରେ ଟପ-୩ ବ୍ୟାଟ୍ସମ୍ୟାନଙ୍କୁ ହରାଇ ଅଡୁଆରେ ପଡିଯାଇଥିଲା। ହେଲେ ଶ୍ରେୟାସଙ୍କ ୮୦ ରନ୍‌ ଓ ରିଷଭଙ୍କ ୫୬ ରନ୍‌ର ଇଂନିସ ଫଳରେ ଦଳର ସ୍କୋର ଆଗକୁ ବଢିଥିଲା ।

ଶେଷ ଆଡକୁ ୱାସିଂଟନ ସୁନ୍ଦର ୩୩ ରନ୍‌ ଓ ଦୀପକ ଚହର ୩୮ ରନ୍‌ର ସହଯୋଗ ବଳରେ ଦଳ ୫୦ ଓଭରରେ ୨୬୫ ରନ୍‌ କରିଥିଲା। ୱେଷ୍ଟଇଣ୍ଡିଜ ପକ୍ଷରୁ ଜାସନ ହୋଲଡର ୪ଟି ଉଇକେଟ ନେଇଥିବା ବେଳେ ଜୋସେଫ ଓ ହେଡେନ ୨ଟି ଲେଖାଏ ସଫଳତା ପାଇଥିଲେ। ଓଡେନ ସ୍ମିଥ ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri