ଜଣେ ରାଜକୁମାରଙ୍କ ପ୍ରେମରେ ପଡ଼ିଥିଲେ ଲତା, ଗୋଟିଏ କାରଣ ପାଇଁ ସାରା ଜୀବନ ରହିଗଲେ ଅବିବାହିତା

ମୁମ୍ବାଇ: ଭରତରତ୍ନ ପୁରସ୍କାରପ୍ରାପ୍ତ ଲତା ମଙ୍ଗେସକର ଆଉ ଆମ ସହିତ ନାହାନ୍ତି। ଲତା ୩୦ରୁ ଅଧିକ ଭାଷାରେ ଗୀତ ଗାଇଥିଲେ। ଏହା ସହିତ ସେ ଏକମାତ୍ର ଜୀବନ୍ତ ବ୍ୟକ୍ତି, ଯାହାଙ୍କ ନାମରେ ପୁରସ୍କାର ଦିଆଯାଇଥିଲା। ୯୨ ବର୍ଷ ବୟସରେ ମଧ୍ୟ ତାଙ୍କ ସ୍ବର ଜଣେ ଯୁବତୀଙ୍କଠାରୁ କମ୍‌ ନ ଥିଲା।

୨୮ ସେପ୍ଟେମ୍ବର ୧୯୨୯ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିବା ଲତା ମଞ୍ଚ ଗାୟକ ଦୀନନାଥ ମଙ୍ଗେସକର ଏବଂ ସୁଧାମତୀଙ୍କ ଝିଅ।  ଭଉଣୀଭାଇଙ୍କ ମଧ୍ୟରେ ବଡ଼ ଥିଲେ ଲତା। ମାତ୍ର ୫ ବର୍ଷ ବୟସରେ ପିତା ସଙ୍ଗୀତରେ ତାଙ୍କୁ ତାଲିମ ଦେଇଥିଲେ। ଭଉଣୀ ଆଶା, ଉଷା ଏବଂ ମୀନାଙ୍କ ସହ ସଙ୍ଗୀତ ଶିକ୍ଷା ଗ୍ରହଣ କରିବା ବ୍ୟତୀତ ଲତା ପିଲାଦିନରୁ ଥିଏଟର କ୍ଷେତ୍ରରେ ମଧ୍ୟ ସକ୍ରିୟ ଥିଲେ। ଯେତେବେଳେ ଲତାଙ୍କୁ ୭ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ପରିବାର ମୁମ୍ବାଇ ଯାଇଥିଲେ। ସେହିଦିନଠାରୁ ସେଠାରେ ରହିଥିଲେ।

ଲତା ବି ଯୁବତୀ ବୟସରେ ଡଙ୍ଗରପୁର ରାଜ ପରିବାରର ମହାରାଜା ରାଜ୍‌ ସିଂଙ୍କୁ ପ୍ରେମ କରୁଥିଲେ ବୋଲି ସେତେବେଳେ ଚର୍ଚ୍ଚା ହେଉଥିଲା। ଲତାଙ୍କ ଭାଇ ହୃଦୟନାଥ ମଙ୍ଗେସକର ଏବଂ ରାଜ୍‌ ସିଂ ଭଲ ବନ୍ଧୁ ଥିଲେ। ଦୁହେଁ ଏକାଠି କ୍ରିକେଟ ଖେଳୁଥିଲେ। ଏହି ସମୟରେ ଲତାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ପରେ ଉଭୟେ ପ୍ରେମରେ ପଡ଼ିବା ସହ ଧୀରେ ଧୀରେ ନିକଟତର ହୋଇଥିଲେ।

ଲତା ଏକ ସାଧାରଣ ପରିବାରର ହୋଇଥିବାବେଳେ ଡଙ୍ଗରପୁର ରାଜ ପରିବାରର ମହାରାଜା ରାଜ୍‌ ସମ୍ଭ୍ରାନ୍ତ ପରିବାରର ଥିଲେ। ତେଣୁ ଏହି ବିବାହ କଷ୍ଟସାଧ୍ୟ ଥିଲା। ରାଜ୍‌ ତାଙ୍କ ଜୀବନରେ ଅନ୍ୟ କାହାକୁ ବିବାହ କରି ନ ଥିଲେ। ଏଥି ସହିତ ଲତା ଘରର ଦାୟିତ୍ୱ ହେତୁ ସେ ବିବାହ କରିପାରିବେ ନାହିଁ ବୋଲି ପିତାଙ୍କୁ କହିଥିଲେ। କେବଳ ଏହି ଗୋଟିଏ କାରଣ ପାଇଁ ଲତା ସାରା ଜୀବନ ଅବିବାହିତା ରହିଗଲେ।

୧୯୪୨ ମସିହାରେ ପିତାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ପରେ ଲତା କିଛି ବର୍ଷ ପାଇଁ ହିନ୍ଦୀ ଏବଂ ମରାଠୀ ଫିଲ୍ମରେ କାମ କରି ପରିବାର ପ୍ରତିପୋଷଣ କରିଥିଲେ।  ‘ମୀରା ବାଇ’ ‘ପହିଲି ମଙ୍ଗଳଗୌର’, ‘ଗଜା ଭାଉ’ ପରି ଫିଲ୍ମରେ କ୍ୟାରିୟରର ପ୍ରଥମ ଦିନରେ ଲତାଙ୍କୁ ମଧ୍ୟ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା। କିଛି ସଂଗୀତଜ୍ଞ ପ୍ରଥମେ ଲତାଙ୍କ ସ୍ବରକୁ ପସନ୍ଦ କରି ନ ଥିଲେ। ୧୯୪୭ ‘ଆପକି ସେବା ମୈ’ରେ ଗାଇଥିବା ଗୀତରେ ଲତା ପ୍ରଥମ ବଡ଼ ସଫଳତା ପାଇଲେ। ସେହିଦିନଠାରୁ ସେ ଆଉ ପଛକୁ ଚାହିଁନାହାନ୍ତି।

ଭାରତ ସରକାର ଲତାଙ୍କୁ ୧୯୬୯ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ସେହିପରି ୨୦୦୧ରେ ଭାରତରତ୍ନରେ ମଧ୍ୟ ଲତା ମଙ୍ଗେସକରଙ୍କୁ ପୁରସ୍କୃତ କରାଯାଇଥିଲା। ସିନେମା ଜଗତରେ ତାଙ୍କୁ ଜାତୀୟ ପୁରସ୍କାର, ଦାଦାସାହେବ ଫାଲ୍‌କେ ପୁରସ୍କାର ଏବଂ ଫିଲ୍ମ ଫେୟାର ପୁରସ୍କାର ସମେତ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri