Posted inଫୁରସତ

ବରର ସାଙ୍ଗମାନେ କନ୍ୟାଙ୍କୁ ଦେଲେ ଅଜବ ଉପହାର, ଖୋଲିବା ମାତ୍ରେ…

ଏବେ ବିବାହ ସିଜିନ୍‌ ଚାଳିଛି। ଏହି ସମୟରେ ବିବାହର ଅନେକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସାଧାରଣତଃ ବିବାହରେ ବରଙ୍କ ସାଙ୍ଗ ମାନେ କନ୍ୟା ସହ ଥଟ୍ଟା ମଜା କରିବାକୁ ପଛାନ୍ତି ନାହିଁ। ବିବାହରେ ନିମନ୍ତ୍ରିତ ଅତିଥିମାନେ ବର ଏବଂ କନ୍ୟାଙ୍କୁ ଉପହାର ଦେବାର ପ୍ରଥା ଅଛି। ବେଳେବେଳେ କିଛି ଲୋକ ଥଟ୍ଟା କରି ଅଜବ ଉପହାର ଦିଅନ୍ତି। ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି। ଏମିତି ଏକ ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ବର ଏବଂ କନ୍ୟା ମଞ୍ଚ ଉପରେ ବସିଥିବାର ଦେଖାଯାଏ। ତା’ପରେ ତାଙ୍କର ଜଣେ ବନ୍ଧୁ ଏକ ବଡ ବାକ୍ସରେ ଉପହାର ଦେଲେ। ଉପହାର ଦେଖି କନ୍ୟା ବହୁତ ଉତ୍ସାହିତ ହୋଇ ଏହାକୁ ନିଜେ ମଞ୍ଚରେ ଖୋଲିବାକୁ ସ୍ଥିର କଲେ। ବର ଉପହାର ଖୋଲିବା ମାତ୍ରେ ସେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ଗୋଟିଏ ବକ୍ସ ଭିତରେ ଆଉ ଏକ ବକ୍ସ ଥିଲା। ଏହା ପରେ ସେ ଏମିତି ସେ ଖୋଲି ଚାଲିଥିଲେ। ଏହିପରି ଭାବରେ ସେ ଅନେକ ପ୍ୟାକେଟ ଖୋଲିବା ପରେ ଶେଷ ପ୍ୟାକେଟରେ ଏକ ସର୍ଜିକାଲ ମାସ୍କ ଦେଖିଥିଲେ। ମାସ୍କ ଦେଖିବା ମାତ୍ରେ ଉଭୟ କନ୍ୟାଏବଂ ବର ହସିବାକୁ ଲାଗିଥିଲେ। ସେ ବିଶ୍ୱାସ କରିପାରିଲେ ନାହିଁ ଯେ ଏତେ ବଡ ଉପହାର ଭିତରେ ଏକ ଛୋଟ ମାସ୍କ ଅଛି। ବନ୍ଧୁ କରୋନା ଅବଧି ସମୟରେ ମାସ୍କ ଉପହାର ଦେବାକୁ ଉଚିତ୍‌ ଭାବିଥିଲେ। ଏହି ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଭିଡିଓ ଇନଷ୍ଟାଗ୍ରାମରେ ଘଣ୍ଟା ନାମକ ଏକ ଆକାଉଣ୍ଟ ଦ୍ୱାରା ଅପଲୋଡ ହେବା ମାତ୍ରେ ଲୋକମାନେ ଏହାକୁ ବହୁତ ପସନ୍ଦ କରିଥିଲେ। ଏହି ଭିଡିଓକୁ ୨ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଥିଲେ।

 

View this post on Instagram

 

A post shared by memes | news | comedy (@ghantaa)


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri