ପ୍ରେମିକାଙ୍କୁ ଲାଇଭ୍‌ ଭିଡିଓ କରି ପ୍ରେମିକଙ୍କ ଆତ୍ମହତ୍ୟା

କାକଟପୁର,୧।୨(ଡି.ଏନ୍‌.ଏ.): ପ୍ରେମରେ ତିକ୍ତତା ଶେଷରେ ପୁରୀ ଜିଲା କାକଟପୁର ଅଞ୍ଚଳରେ ଜଣେ ଯୁବକଙ୍କ ଜୀବନ ଯାଇଛି। ପ୍ରେମିକାଙ୍କୁ ଲାଇଭ୍‌ ଭିଡିଓ କରି ପ୍ରେମିକ ଜଣକ ଆତ୍ମହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ଜଗତ୍‌ସିଂହପୁର ଅଞ୍ଚଳର ପ୍ରତ୍ୟୟ ଜେନା। ସେ ଦୀର୍ଘଦିନ ହେବ କାକଟପୁରରେ ରହି ଏକ ଡ୍ରେସ୍‌ ଦୋକାନରେ କାମ କରୁଥିଲେ। ଖବରପାଇ କାକଟପୁର ଥାନା ପୋଲିସ ପହଞ୍ଚତ୍ ପ୍ରେମିକ ପ୍ରତ୍ୟୟଙ୍କ ଝୁଲନ୍ତା ମୃତଦେହ ଜବତ କରିଥିଲେ। ପରେ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଏ ନେଇ ପୋଲିସ ଏକ ମାମଲା ରୁଜୁ କରିଛି।
ଅନୁଯାୟୀ, ସବୁଦିନ ଭଳି ରବିବାର ରାତିରେ ଦୋକାନ ବନ୍ଦ କରି ଦୋକାନ ଉପର ଘରେ ରହୁଥିବା ନିଜ ରୁମ୍‌କୁ ପ୍ରତ୍ୟୟ ଚାଲିଯାଇଥିଲେ। କିନ୍ତୁ ବିଳମ୍ବିତ ରାତିରେ ନିଜ ପ୍ରେମିକାଙ୍କୁ ଭିଡିଓ କଲ୍‌ କରି କଥା ହେଉଥିବା ସମୟରେ କୌଣସି କଥାକୁ ନେଇ ହଠାତ ପ୍ରତ୍ୟୟ ଉତ୍ତ୍ୟକ୍ତ ହୋଇ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ଦେଖି ପ୍ରେମିକା ଜଣଙ୍କ ଭିଡିଓ କଲର ସ୍କ୍ରିନସଟ ନେଇ ପ୍ରେମିକର ସାଙ୍ଗମାନଙ୍କୁ ପଠାଇ ତୁରନ୍ତ ପ୍ରତ୍ୟୟଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ। ସାଙ୍ଗମାନେ ପ୍ରତ୍ୟୟଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ସୋମବାର ସକାଳେ ପ୍ରତ୍ୟୟଙ୍କ ଘର ଲୋକ ପହଞ୍ଚି ପୋଲିସକୁ ଜଣାଇବା ସହ ପୁଅ ରହୁଥିବା ରୁମ୍‌କୁ ଯାଇ ଡାକିଥିଲେ ମଧ୍ୟ ଶୁଣି ନ ଥିଲେ। ପରେ ପୋଲିସ ସହ ଫୋରେନସିକ ଟିମ, ପୁରୀ ଆଡିଶନାଲ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନିମାପଡ଼ା ଏସ୍‌ଡିପିଓ ଦେବାଶିଷ ମିଶ୍ର, ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ କବାଟ ଭଙ୍ଗାଯାଇଥିଲା। ତେବେ ପ୍ରତ୍ୟୟଙ୍କ ମୃତ୍ୟୁ ହୋଇଯାଇଥିବାରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଛି। ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ପୁରୀ ଆଡିଶନାଲ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଅନୁଗୋଳରେ ପାଣ୍ଡିଆନଙ୍କ ରୋଡ୍‌ ଶୋ

ଅନୁଗୋଳ,୧୩ା୫(ଅମିତ କୁମାର ସାମଲ): ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୋମବାର ଅନୁଗୋଳ ଜିଲାରେ ଦଳୀୟ ନିର୍ବାଚନ ପ୍ରଚାରର ମଙ୍ଗ ଧରିବେ। ଅପରାହ୍ନ...

ପ୍ରଥମ ଥର ମତଦାନକୁ ନେଇ ଉତ୍ସାହିତ ଛାତ୍ରୀ

ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ଚଳିତ ନିର୍ବାଚନରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୁବତୀଯୁବକ ପ୍ରଥମ ଥର ପାଇଁ ନିଜର ମତଦାନ କରିବା ପାଇଁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି...

ପରିଚୟ ପତ୍ର ଥାଇ ବି ଭୋଟ ଦେଇପାରିଲେନି ଭୋଟର

ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ପ୍ରତି ୫ ବର୍ଷକୁ ଥରେ ସାଧାରଣ ନିର୍ବାଚନ ହୋଇଥାଏ। ଏହି ମହାନ ପର୍ବରେ ସାମିଲ ହୋଇ ନିଜର ଗଣତନ୍ତ୍ର ଅଧିକାରକୁ ସାବ୍ୟସ୍ତ କରିବା...

ଓଡ଼ିଶା ପକ୍ଷରୁ ହୋଇନାହିଁ ଗାଡ଼ି ବ୍ୟବସ୍ଥା: କୋଟିଆରେ ମତଦାନ ପାଇଁ ଆସୁନାହାନ୍ତି ଗ୍ରାମବାସୀ

ପଟାଙ୍ଗି,୧୩।୫(ସରୋଜ ଧଳ):ପ୍ରଥମ ପର୍ଯ୍ୟାୟର ନିର୍ବାଚନର ମତଦାନ ସାରା ରାଜ୍ୟରେ ଆରମ୍ଭ ହୋଇଯାଇଥିବାବେଳେ କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ନେରେଡି ଓ୍ବାଲ୍‌ସା ଗ୍ରାମବାସୀ...

ଧାଡିରେ ଠିଆହୋଇ ମତଦାନ କଲେ ଜିଲାପାଳ: ଚାରିଆଡୁ ପ୍ରଶଂସା

ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ପୌରପରିଷଦ କୁମୁଟିଗୁଡା ଭୋଟ କେନ୍ଦ୍ରରେ ମାଲକାନଗିରି ଜିଲାପାଳ ସଚିନ ପାୱାର ଆଜି ଦୀର୍ଘ ସମୟ ଧାଡିରେ ଠିଆହୋଇ ମତଦାନ କରିଥିବା ଦେଖିବାକୁ...

କଳାହାଣ୍ଡିରେ ଚାଲିଛି ଭୋଟ୍‌ ଗ୍ରହଣ

ଭବାନୀପାଟଣା,୧୩ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଭବାନୀପାଟଣା, ଜୁନାଗଡ଼,ଧର୍ମଗଡ଼,ଲାଞ୍ଜିଗଡ଼ ଓ ନର୍ଲା ୫ଟି ବିଧାନସଭା ଆସନ ଗୋଟିଏ ଲୋକ ସଭା ଆସନ ପାଇଁ ସୋମବାର ଭୋଟ...

ଅସୁସ୍ଥ ବାପାଙ୍କୁ କୋଳରେ ଧରି ଭୋଟ କେନ୍ଦ୍ରକୁ ଆଣିଲେ ଝିଅ

ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ପୌରପରିଷଦ ଅଞ୍ଚଳ ଜୟପୁରୀୟାଗୁଡା ଭୋଟ କେନ୍ଦ୍ରରେ ଜଣେ ଦିବ୍ୟାଙ୍ଗ ଅସୁସ୍ଥ ବୁଦ୍ଧଙ୍କୁ ତାଙ୍କ ଝିଅ କୋଳରେ ଧରି ଭୋଟ କେନ୍ଦ୍ରକୁ ପ୍ରବେଶ...

୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର

ଛତ୍ରପୁର,୧୩ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସୋମବାର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଗଞ୍ଜାମ ଜିଲାର ଛତ୍ରପୁର, ବ୍ରହ୍ମପୁର, ଗୋପାଳପୁର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri