ପ୍ରେମ ପ୍ରତାରଣା ପାଇଁ ଚାଲିଗଲା ୨ ଜୀବନ

ଭୁବନେଶ୍ୱର,୧।୨(ବ୍ୟୁରୋ): ଦୁଇବର୍ଷ ହେବ ଜଣେ ଗାୟିକାଙ୍କୁ ପ୍ରେମ କରୁଥିଲେ। ଉଭୟଙ୍କ ବିବାହ ବି ସ୍ଥିର ହୋଇଯାଇଥିଲା। ହେଲେ ପ୍ରେମିକାଙ୍କ ପ୍ରତାରଣା ଶେଷରେ ଜଣେ ମଡେଲଙ୍କ ପ୍ରାଣ ନେଇଗଲା। ସୋମବାର ଇନ୍‌ଫୋସିଟି ଥାନା ନନ୍ଦନବିହାର ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ମଡେଲ ହେଲେ ସୌମ୍ୟରଞ୍ଜନ ପାଣିଗ୍ରାହୀ(୩୧)। ସେ ରହୁଥିବା ଘରୁ ତାଙ୍କର ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିବା ସହ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏଥିସହ ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ. ୮/୨୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ନିକଟରୁ ମିଳିଥିବା ସୁଇସାଇଡାଲ ନୋଟ୍‌ରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ପ୍ରେମିକାଙ୍କ ପ୍ରତାରଣା ପାଇଁ ପୁଅର ଜୀବନ ଯାଇଥିବା ବାପା ସୁଧାକର ପାଣିଗ୍ରାହୀ କହିଛନ୍ତି। ଅପରପକ୍ଷରେ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସମିତା ମିଶ୍ର କହିଛନ୍ତି।
ସୂଚନା ଅନୁଯାୟୀ, ସୌମ୍ୟଙ୍କ ପରିବାର ନନ୍ଦନବିହାରରେ ଘର ଭଡ଼ା ନେଇ ରହୁଛନ୍ତି। ସୌମ୍ୟ ମୁମ୍ବାଇରେ ଦୁଇବର୍ଷ ହେବ ମଡେଲିଂ କରୁଥିଲେ। କରୋନା ପାଇଁ ସେ ଭୁବନେଶ୍ୱର ଚାଲି ଆସିଥିଲେ। ସ୍ଥାନୀୟ ଥାନା ଅନ୍ତର୍ଗତ ଇନଫୋସିସ୍‌ ନିକଟରେ ଚା’ ଖଟି ନାମରେ ଏକ କାଫେ ଖୋଲିଥିଲେ। ଦୁଇବର୍ଷର ରହଣି ଭିତରେ ତାଙ୍କର ଜଣେ ଗାୟିକାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ପରିବାର ଲୋକେ ଜାଣିବା ପରେ ସେମାନଙ୍କ ବିବାହ ପାଇଁ ଯୋଜନା କରିଥିଲେ। ହେଲେ ଯୁବତୀ ଜଣକ କିଛିଦିନ ହେବ ସୌମ୍ୟଙ୍କୁ ପ୍ରତାରଣା କରିବାରୁ ସେ ଭାଙ୍ଗି ପଡ଼ିଥିଲେ। ରବିବାର ରାତିରେ ସେ ତାଙ୍କ ରୁମ୍‌କୁ ଯାଇ ଶୋଇଥିଲେ। ସୋମବାର ସକାଳେ ବହୁ ସମୟ ପର୍ଯ୍ୟନ୍ତ କବାଟ ଖୋଲି ନ ଥିଲେ। ପରିବାର ଲୋକେ କବାଟ ଭାଙ୍ଗି ଦେଖିବାବେଳକୁ ସୌମ୍ୟ ଫ୍ୟାନରେ ଝୁଲୁଥିଲେ। ପରିବାର ଲୋକଙ୍କଠାରୁ ଖବର ପାଇ ପୋଲିସ ସାଇଣ୍ଟିଫିକ୍‌ ଟିମ ସହ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲା।
ଚିଠିରେ ପ୍ରତାରଣାର କାହାଣୀ
ସୌମ୍ୟଙ୍କ ରୁମ୍‌ରୁ ମିଳିଥିବା ସୁଇସାଇଡାଲ ନୋଟ୍‌ରେ ରହିଛି ପ୍ରତାରଣାର କାହାଣୀ। ସେଥିରେ ଲେଖାଯାଇଛି, ‘ଓମ୍‌ ନମଃ ଶିବାୟ। ଆଇ ଆମ୍‌ ସରି ମମି, ଡାଡି। ମତେ କ୍ଷମା କରିଦେବ। ସୋନାଲି ମୋ ଲାଇଫ୍‌ ସହ ଗୋଟିଏ ବର୍ଷ ହେଲା ବହୁତ ଖେଳିଲା। ଟିକେ ଟିକେ ଭୁଲ୍‌ ଲାଗି ମାସ ମାସ ତଡ୍‌ପାଇଲା। ମୁଁ ଆଉ ଦୁନିଆକୁ ଫେସ୍‌ କରିପାରିବିନି। ମୁଁ ବଞ୍ଚତ୍କି ବି ନ ବଞ୍ଚତ୍ଲା ପରି ଜୀବନ ବିତାଉଛି। ଡାଡି, ତମେ ମମିକୁ ବହୁତ ଭଲପାଅ। ତମେ ଦୁଇଜଣ ଖୁସିରେ ରୁହ। ଆୟାନ୍‌କୁ ମୁଁ ବହୁତ୍‌ ମିସ୍‌ କରିବି। ମୋର ଭଗବାନଙ୍କ ଉପରେ ଭରସା ତୁଟିଗଲା। ଠାକୁରଙ୍କୁ ୩୦ବର୍ଷ ହେଲା ଡାକୁଥିଲି, କିନ୍ତୁ ସିଏ ଖାଲି ମୋ ମନରେ କଷ୍ଟ ହିଁ ଦେଇଛନ୍ତି। ସୋନାଲି ଲକିକୁ ଛାଡ଼ିକି ଆସିଲା ଅଜୟ ପାଇଁ। ଅଜୟ ଥିଲାବେଳେ ମୋତେ ତା’ ଜାଲରେ ଫସାଇଦେଲା। ଅଜୟ ପାଢ଼ୀ ପ୍ଲିଜ୍‌ ମୋତେ ମାଫ୍‌ କରିଦେବ। ତମକୁ ମୁଁ ବହୁତ କଷ୍ଟ ଦେଇଛି। ସୋନାଲି ଆଜି ସାରସ୍ବତ ପାଇଁ ମୋତେ ଛାଡ଼ିକି ଗଲା। ମୁଁ ମୋ’ କର୍ମର ଫଳ ଭୋଗିବି। ପ୍ଲିଜ୍‌ ଡାଡି, ମମି ମୋତେ ମାଫ୍‌ କରିଦେବ। ଏହାକୁ ମୋ ସୁଇସାଇଡ୍‌ ନୋଟ ରୂପରେ ଗ୍ରହଣ କରିବ। ପୋଲିସକୁ ମୋର ଅନୁରୋଧ, ସୋନାଲିର ଠିକ୍‌ ତଦନ୍ତ ହେଉ। ୨୯ଦିନ ମୋତେ ଧୋକା ଦେଇ ସେ ସାରସ୍ବତ ପାଖକୁ ଯାଇଥିଲା। ସମସ୍ତଙ୍କ ଆଗରେ ଭଲ ହେଇକି ମୋତେ ଖରାପ କରିଦେଲା।’
ଧନକୁ ଝୁରି ହୋଇ
କାନ୍ଦୁଥିଲେ ମା’
ସୌମ୍ୟଙ୍କ ମୃତ୍ୟୁ ପରେ ତାଙ୍କ ଘର କାନ୍ଦ ବୋବାଳିରେ ଫାଟି ପଡୁଥିଲା। ପରିବାର ଲୋକେ ପୁଅ ମନେ ପକେଇ ବହୁତ ଲୁହ ଝରାଉଥିଲେ। ତାଙ୍କ ମା କାନ୍ଦି କାନ୍ଦି କହୁଥିଲେ, ମୋ ଧନ ଗେଲ ନ କଲେ ଛାଡ଼ିବନି ଲୋ, କୋଉ ଅଫେରା ରାଇଜେ ତୁ ଅଛୁରେ। ମୋ ଧନ ମୋତେ ଛାଡି କୁଆଡେ ଗଲାକି। ଏପରି କେତେ କଥା କହି ସେ ଅନବରତ ଲୁହ ଝରାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ କଟିବା ପରେ ସୂର୍ଯ୍ୟମଣିଙ୍କ ଘର ଆଗରେ ମେଳି

ଖଲ୍ଲିକୋଟ,୨୮ା୪(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକା ପ୍ରାର୍ଥୀ ରୂପେ ସୂର୍ଯ୍ୟମଣି ବୈଦ୍ୟଙ୍କ ନାମ ଘୋଷଣା ହୋଇଥିଲା କିନ୍ତୁ ଟିକେଟ୍‌ ପାଇଁ ନାମ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri