ଛତିଶଗଡ଼, ଓଡ଼ିଶା ସବ୍‌ ଏରିଆ କମାଣ୍ଡର ହେଲେ ବ୍ରିଗେଡିୟର ଭିଗ୍ନେଶ ମହାନ୍ତି

ଭୁବନେଶ୍ୱର, ୧।୨ (ବ୍ୟୁରୋ): ଛତିଶଗଡ଼ ଓ ଓଡ଼ିଶା ସବ୍‌ ଏରିଆ କମାଣ୍ଡର ହେଲେ ବ୍ରିଗେଡିୟର ଭିଗ୍ନେଶ ମହାନ୍ତି। ବ୍ରିଗେଡିୟର୍‌ ପ୍ରଶାନ୍ତ ଚୌହାନଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟୀ ସବ୍‌ଏରିଆ କମାଣ୍ଡର ବ୍ରିଗେଡିୟର୍‌ ଚୌହାନ୍‌ ରାଜ୍ୟ ସରକାରଙ୍କ ସହ ଏକ ଉତ୍ତମ ସମ୍ପର୍କ ବିକାଶ, ଛତିଶଗଡ ଓ ଓଡ଼ିଶାରେ ସଶସ୍ତ୍ର ବାହିନୀକୁ ଦୃଢ଼ ତଥା ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେବେ ନୂଆ ଦାୟିତ୍ୱ ଗ୍ରହଣ କରିଥିବା ସେନା ପଦକପ୍ରାପ୍ତ ବ୍ରିଗେଡିୟର୍‌ ମହାନ୍ତି, ଏହାକୁ ଆହୁରି ଆଗକୁ ନେବେ ବୋଲି ଆଶା କରାଯାଉଛି। ତାଙ୍କର ୩ ଦଶନ୍ଧିରୁ ଅଧିକ ସମୟ ଧରି ସାମରିକ କ୍ୟାରିୟର ରହିଛି। ନ୍ୟାଶନାଲ ଡିଫେନ୍ସ ଏକାଡେମୀ (ଖଡକ୍‌ୱାସ୍ଲା), ଆର୍ମି ସ୍କୁଲ ଅଫ୍‌ ଆମ୍ୟୁଶନିଶନ(ୟୁକେ), ଡିଫେନ୍ସ ସର୍ଭିସ ଷ୍ଟାଫ୍‌ କଲେଜ (ୱେଲିଂଟନ) ଏବଂ ନ୍ୟାଶନାଲ ଡିଫେନ୍ସ କଲେଜ (ଫିଲିପାଇନ୍ସ)ରୁ ତାଲିମ ଗ୍ରହଣ କରିଛନ୍ତି। ସେ କଶ୍ମୀର ଉପତ୍ୟକାରେ ଜଣେ ଇଞ୍ଜିନିୟର ରେଜିମେଣ୍ଟ ଏବଂ ଇଷ୍ଟର୍ନ ଥିଏଟରରେ ଏକ ମାଉଣ୍ଟେନ ବ୍ରିଗେଡକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଭୁଟାନରେ ଭାରତୀୟ ସାମରିକ ତାଲିମ କଣ୍ଟିଜେଣ୍ଟର ଏକ ଅଂଶ ହୋଇଛନ୍ତି। ସେନା ମୁଖ୍ୟାଳୟ ସମେତ ଆର୍ମିର ବିଭିନ୍ନ ସଂଗଠନରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରାଯାଇଥିଲା। ତାଙ୍କର ଅଭିଜ୍ଞତା, ସାମର୍ଥ୍ୟକୁ ଆଧାର କରି ସେ ଭାରତୀୟ ସେନା ପାଇଁ ଏହି ଦୁଇ ରାଜ୍ୟରେ କାମ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri