ନିର୍ବାଚନ ପାଇଁ ପିସିସି ସଂଯୋଜକ ନିଯୁକ୍ତ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ନିର୍ବାଚନ ପରିଚାଳନା ପାଇଁ କଂଗ୍ରେସ ତା’ର ସାଙ୍ଗଠନିକ ଜିଲା ପାଇଁ ସଂଯୋଜକ ନିଯୁକ୍ତ କରିଛି। ପିସିସିର ପଞ୍ଚାୟତ ଓ ପୌର ନିର୍ବାଚନ ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ଏହି ନିଯୁକ୍ତି ଦିଆଯାଇଛି। ଅନୁଗୋଳ ଜିଲା ପାଇଁ ରାମଚନ୍ଦ୍ର ଖୁଣ୍ଟିଆ, ବାଲେଶ୍ୱର ପାଇଁ ନବଜ୍ୟୋତି ପଟ୍ଟନାୟକ, ବରଗଡ଼ ପାଇଁ ସତ୍ୟ ଭୂଷଣ ସାହୁ ଓ ପ୍ରଦୀପ ଦେବତା, ଭଦ୍ରକ ପାଇଁ ମଧୁସ୍ମିତା ସେଠୀ, ଭୁବନେଶ୍ୱର ପାଇଁ ଗଣେଶ୍ୱର ବେହେରା ଓ ପଞ୍ଚାନନ କାନୁନଗୋ, ବଲାଙ୍ଗୀର ଓ ସୋନପୁର ପାଇଁ ସମରେନ୍ଦ୍ର ମିଶ୍ର ଓ ବୌଦ୍ଧ ପାଇଁ ମନୋରଞ୍ଜନ ଦାଶ, କଟକ ଓ କଟକ ସିଟି ପାଇଁ ଯଥାକ୍ରମେ ମାନସ ଚୌଧୁରୀ ଓ ମହମ୍ମଦ ମୋକିମ, ସମ୍ବଲପୁର ଓ ଦେବଗଡ଼ ପାଇଁ ଶରତ ପଟ୍ଟନାୟକ, ଢେଙ୍କାନାଳ ପାଇଁ ସୁରେଶ ମହାପାତ୍ର ଓ ବାଙ୍କନିଧି ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ଗଞ୍ଜାମ ଦାୟିତ୍ୱରେ ରମେଶ ଚନ୍ଦ୍ର ଜେନା, ଗଜପତିରେ ଦାଶରଥି ଗମାଙ୍ଗୋ ସଂଯୋଜକଭାବେ କାର୍ଯ୍ୟ କରିବେ। ଜଗତ୍‌ସିଂହପୁର ଜିଲାରେ ଚିରଞ୍ଜୀବ ବିଶ୍ୱାଳ, ଯାଜପୁର ଶରତ ରାଉତ ଓ ଝାରସୁଗୁଡ଼ା ପାଇଁ କିଶୋର ଚନ୍ଦ୍ର ପଟେଲ, କଳାହାଣ୍ଡିରେ ଭକ୍ତଚରଣ ଦାସ ଓ ଅଧିରାଜ ମୋହନ ପାଣିଗ୍ରାହୀ, କନ୍ଧମାଳ ବିସ୍ମୟ ମହାପାତ୍ର ଓ କେନ୍ଦ୍ରାପଡ଼ା ମହମ୍ମଦ ମୋକିମ ଓ ଗଣେଶ୍ୱର ବେହେରା, କେନ୍ଦୁଝର ଓ ମୟୁରଭଞ୍ଜ ଜୟଦେବ ଜେନା, ଖୋର୍ଦ୍ଧା ସୁରେଶ କୁମାର ରାଉତରାୟ, କୋରାପୁଟ ଓ ନବରଙ୍ଗପୁର ଦାୟିତ୍ୱରେ ତାରାପ୍ରସାଦ ବାହିନୀପତି, ମାଲକାନଗିରି ଭୁଜବଳ ମାଝି, ନୂଆପଡ଼ା ସନ୍ତୋଷ ସିଂ ସାଲୁଜା, ନୟାଗଡ଼ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୁରୀ ଜିଲା ଜାନକୀ ବଲ୍ଲଭ ପଟ୍ଟନାୟକ, ରାୟଗଡ଼ା ସପ୍ତଗିରି ଉଲ୍ଲାକା, ରାଉରକେଲା ଜର୍ଜ ତୀର୍କି ଓ ସୁନ୍ଦରଗଡ଼ ପାଇଁ ଡ. ସିଏସ୍‌ ରାଜନଙ୍କୁ ସଂଯୋଜକ ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri