Posted inଜାତୀୟ

ମୋରାଲ ପୋଲିସିଂକୁ ଅନୁମତି ନାହିଁ, ଧର୍ମପରିବର୍ତ୍ତନ କରି ବିବାହ କରିଥିବା ମହିଳାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ…

ଭୋପାଳ, ୩୦।୧ : ଦୁଇ ସାବାଳକ ନିଜ ପସନ୍ଦର ବିବାହ କରିପାରିବେ। ଏକ୍ଷେତ୍ରରେ ମୋରଲ ପୋଲିସିଂକୁ ଅନୁମତି ଦିଆଯିବ ନାହିଁ। ସେମାନଙ୍କ ଦାମ୍ପତ୍ୟ ଜୀନରେ କେହି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସ୍ବେଚ୍ଛାକୃତ ଭାବରେ ଧର୍ମ ପରିବର୍ତ୍ତନ କରି ଜଣେ ମୁସଲମାନ ପୁରୁଷଙ୍କୁ ବିବାହ କରିଥିବା ଜଣେ ମହିଳାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ କୋର୍ଟ ଦେଇଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟ ହାବେସ କର୍ପସ ନିଷ୍ପତ୍ତି ନେବାବେଳେ ବୟସ୍କ ବ୍ୟକ୍ତିଙ୍କ ବିବାହ କିମ୍ବା ଲିଭ-ଇନ ସମ୍ପର୍କ ମାଧ୍ୟମରେ ଏକାଠି ରହିବାର ସାମ୍ବିଧାନିକ ଅଧିକାରକୁ ସମର୍ଥନ କରିଥିଲେ।

ଜଷ୍ଟିସ ନନ୍ଦିତା ଦୁବେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଜଣେ ସ୍ବାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ବିଚାର କରି ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ସ୍ବାମୀ ତାଙ୍କ ପିଟିଶନରେ ଉଲ୍ଲେଖ କରିଥିଲେ ଯେ ତାଙ୍କ ସ୍ତ୍ରୀଙ୍କ ବାପାମାଆ ଜବରଦଖଲ କରି ସ୍ତ୍ରୀଙ୍କୁ ବନାରସକୁ ନେଇଯାଇଥିଲେ। ଆବେଦନକାରୀ ଦର୍ଶାଇଛନ୍ତି ଯେ ସେମାନେ ସହମତିରେ ବିବାହ କରିଛନ୍ତି ଏବଂ ସ୍ତ୍ରୀ ସ୍ବେଚ୍ଛାକୃତ ଭାବରେ ଇସଲାମ ଧର୍ମ ଗ୍ରହଣ କରିଛନ୍ତି।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ତ୍ରୀ କୋର୍ଟଙ୍କୁ ସୂଚନା ଦେଇଥିଲେ ଯେ ସେ ୧୯ ବର୍ଷ ବୟସ୍କା ଏବଂ ସ୍ବେଚ୍ଛାକୃତ ଭାବରେ ଆବେଦନକାରୀଙ୍କୁ ବିବାହ କରିବା ସହିତ ଇସଲାମ ଧର୍ମ ଗ୍ରହଣ କରିଥିଲେ। ସେ ଏହା ସ୍ପଷ୍ଟ କରିଛନ୍ତି ଯେ ଧର୍ମ ପରିବର୍ତ୍ତନ ପାଇଁ ତାଙ୍କୁ ବାଧ୍ୟ କରାଯାଇ ନାହିଁ। ସେ ନିଜ ଇଚ୍ଛା ଅନୁସାରେ ଏହା କରିଛନ୍ତି। ସେ କହିଛନ୍ତି ତାଙ୍କ ମାତାପିତା ଏବଂ ବୁଢ଼ୀ ମା ବୁଢ଼ା ବାପା ତାଙ୍କୁ ବନାରସକୁ ନେଇଯାଇଥିଲେ। ଯେଉଁଠାରେ ତାଙ୍କୁ ମାଡ ଦିଆଯାଇଥିଲା ଏବଂ ଆବେଦନକାରୀ ତାଙ୍କ ସ୍ବାମୀଙ୍କ ବିରୋଧରେ ବିବୃତ୍ତି ଦେବାକୁ ବାରମ୍ବାର ଧମକ ଦିଆଯାଇଥିଲା।

ସେ ସ୍ବେଚ୍ଛାକୃତ ଭାବରେ ବିବାହ କରିଥିବାରୁ ଆବେଦନକାରୀଙ୍କ ସହ ଯିବାକୁ ଚାହୁଁଛନ୍ତି ବୋଲି ଖଣ୍ଡପୀଠଙ୍କ ସମ୍ମୁଖରେ ସ୍ବୀକାର କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ଆଇନଜୀବୀ ଯୁକ୍ତି ଦର୍ଶାଇ ଥିଲେ, ମଧ୍ୟପ୍ରଦେଶ ଧମ ସ୍ବତନ୍ତ୍ରତା ଅଧିନିୟମ ୨୦୨୧ ଅନୁଯାୟୀ ଏହି ବିବାହ ଅମାନ୍ୟ ଅଟେ। ଆଇନର ଧାରା ୩ ଅନୁଯାୟୀ, କୌଣସି ବ୍ୟକ୍ତି ବିବାହ ଉଦ୍ଦେଶ୍ୟରେ ପରିବର୍ତ୍ତନ କରି ପାରିବେ ନାହିଁ। ଏହି ପ୍ରାବଧାନର ଉଲ୍ଲଂଘନ କ୍ଷେତ୍ରରେ ଯେ କୌଣସି ଧର୍ମପରିବର୍ତ୍ତନକୁ ଅମାନ୍ୟ ବୋଲି ଧରାଯିବ। ତେଣୁ ଧାରା ୩ ଏବଂ ଅଧିନିୟମର ୬ ଦ୍ୱାରା ଏହି ବିବାହ ଅମାନ୍ୟ। ଏହାର ବିଚାର କରି ଖଣ୍ଡପୀଠ କହିଛନ୍ତି ଯେ ସେ ଯାହା ହେଉନା କାହିଁକି, ଉଭୟ ଆବେଦନକାରୀ ଏବଂ କର୍ପସ ବୟସ୍କ ଅଟନ୍ତି। ଯେଉଁ କ୍ଷେତ୍ରରେ ଦୁଇଜଣ ବୟସ୍କ ବ୍ୟକ୍ତି ଏକାଠି ରହିବାକୁ ଇଚ୍ଛୁକ, ସେଠାରେ କୌଣସି ମୋରାଲ ପୋଲିସିଂକୁ ଅନୁମତି ଦିଆଯାଇପାରିବ ନାହିଁ। ବିବାହ କିମ୍ବା ଲିଭ-ଇନ ସମ୍ପର୍କ କ୍ଷେତ୍ରରେ ଏହା ପ୍ରଯୁର୍ଯ୍ୟ।

କର୍ପସ କୋର୍ଟରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ଆବେଦନକାରୀଙ୍କ ସହିତ ବିବାହ କରିଛନ୍ତି ଏବଂ ତାଙ୍କ ସହିତ ଜୀବନ ବିତାଇବାକୁ ଚାହାଁନ୍ତି। କର୍ପସ ଜଣେ ସାବାଳିକା। ତାଙ୍କର ବୟସ କୌଣସି ପକ୍ଷଙ୍କ ଦ୍ୱାରା ବିବାଦୀୟ ନୁହେଁ। ସମ୍ବିଧାନ ପ୍ରତ୍ୟେକ ବୟସ୍କ ନାଗରିକଙ୍କୁ ତାଙ୍କ ଇଚ୍ଛା ଅନୁଯାୟୀ ତାଙ୍କ ଜୀବନକୁ ଆଗେଇ ନେବାକୁ କ୍ଷମତା ଦିଅନ୍ତି। ଏଭଳି ପରିସ୍ଥିତିରେ, ରାଜ୍ୟ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀଙ୍କ ଦ୍ୱାରା ଉପସ୍ଥାବିତ ହୋଇଥିବା ଆପତ୍ତି ଏବଂ କର୍ପସଙ୍କୁ ନାରୀ ନିକେତନକୁ ପଠାଇବା ପାଇଁ ହୋଇଥିବା ଆବେଦନକୁ ଖାରଜ କରାଯାଉଥିବା ଖଣ୍ଡପୀଠ କହିଛନ୍ତି।

ଏହି ଦମ୍ପତି ନିରାପଦରେ ସେମାନଙ୍କ ଘରେ ପହଞ୍ଚିଥିବା ସୁନିଶ୍ଚିତ କରିବା ଲାଗି କୋର୍ଟ ରାଜ୍ୟ ସରକାର ତଥା ପୋଲିସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭବିଷ୍ୟତରେ କର୍ପସଙ୍କ ପିତାମାତା ମଧ୍ୟ ଏହି ଦମ୍ପତିଙ୍କୁ ଧମକ ନଦେବା ପାଇଁ ସୂଚିତ କରିବା ଲାଗି ପୋଲିସ ଅଧିକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନାମ ଧରି…

ସିର୍‌ସି/ନୂଆଦିଲ୍ଲୀ,୨୯ା୪:କେନ୍ଦ୍ରରେ କ୍ଷମତାସୀନ ଭାଜପା ଏଥର ମଧ୍ୟ ‘ରାମ ନାମ’ ଧରି ଲୋକ ସଭା ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ...

ଭାରତ ମହାସାଗର ହେବ ସ୍ଥାୟୀ ଗ୍ରୀଷ୍ମ ଲହର ଅଞ୍ଚଳ

ନୂଆଦିଲ୍ଲୀ,୨୯ା୪ (ପି.ଟି.):ଭାରତରେ କିଛିଦିନ ହେଲା ଗ୍ରୀଷ୍ମ ଲହର ଜାରି ରହିଥିବାବେଳେ ଓଡ଼ିଶା ସମେତ କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେଉଛି।...

ଅଶ୍ଳୀଳ ଭିଡିଓ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଫେରାର

ବେଙ୍ଗାଲୁରୁ,୨୯ା୪:ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ନାତି ତଥା ହାସନ ଏମ୍‌ପି ପ୍ରଜ୍ୱଳ ରେଭନ୍ନାଙ୍କ କେତେକ ଅଶ୍ଳୀଳ ଭିଡିଓ...

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri