ସଚେତନତା ଅଭାବରୁ ବଢୁଛି ରୋଗ

ଭୁବନେଶ୍ୱର, ୩୦।୧(ବ୍ୟୁରୋ): ୨୦୦୫ରେ କୁଷ୍ଠମୁକ୍ତ ଭାରତ ଘୋଷଣା ହୋଇଥିଲା। କିନ୍ତୁ ଏବେବି ଦେଶର ବିଭିନ୍ନ ସ୍ଥାନରେ କୁଷ୍ଠ ରୋଗୀ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ବିଶ୍ୱରେ ଯେତିକି ନୂଆ କୁଷ୍ଠ ରୋଗୀ ଚିହ୍ନଟ ହେଉଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୬୦% ଭାରତରେ ରହିଛନ୍ତି। ସେହିଭଳି ୨୦୦୬-୨୦୦୭ର ଓଡ଼ିଶା ନିଜକୁ କୁଷ୍ଠ ରୋଗମୁକ୍ତ ରାଜ୍ୟ ଭାବେ ଘୋଷଣା କରିଥିଲା। ହେଲେ ରାଜ୍ୟରେ ଏବେ କୃଷ୍ଠ ରୋଗ ନିଜର ଦୃଢ଼ ଉପସ୍ଥିତି ଜାହିର କଲାଣି। ୨୦୨୦-୨୦୨୧ ରାଷ୍ଟ୍ରୀୟ କୁଷ୍ଠ ରୋଗ ବିଲୋପ କାର୍ଯ୍ୟକ୍ରମ (ଏନ୍‌ଏଲ୍‌ଇପି) ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ୬,୧୪୮ ନୂତନ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତିି। ଏମାନଙ୍କ ମଧ୍ୟରେ ୪୨୧ଜଣ ଶିଶୁ ରହିଛନ୍ତି। କୋଭିଡ୍‌ ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଗତବର୍ଷ ରାଜ୍ୟରେ ତିନିମାସ ଧରି ଚାଲିଥିବା ଘରକୁ ଘର ସର୍ଭେରେ ୧,୬୨୫ କୁଷ୍ଠ ରୋଗୀ ଚିହ୍ନଟ ହୋଇଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ୨୦୧୯ରେ ପ୍ରକାଶିତ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ପ୍ରୋଫାଇଲ (ଏନ୍‌ଏଚ୍‌ପି) ଅନୁସାରେ, କୃଷ୍ଠ ରୋଗ ବ୍ୟାପିବା ହାରରେ ଦେଶରେ ଛତିଶଗଡ଼ ପରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ସଚେତନତା ଅଭାବରୁ କୃଷ୍ଠ ରୋଗ ବ୍ୟାପୁଛି। ଏହାର ବିଲୋପ ପାଇଁ ଏକ ଦୃଢ଼ ଏକୀକୃତ ରଣନୀତି ଓ କାର୍ଯ୍ୟାନ୍ବୟନ ଯୋଜନା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି।

କୁଷ୍ଠ ରୋଗ କାର୍ଯ୍ୟକ୍ରମରେ କାର୍ଯ୍ୟ କରିଥିବା ବିଜୟ କୁମାର ସ୍ବାଇଁ କହିଛନ୍ତି, ସଚେତନତାର ଅଭାବ ଓ ଭେଦଭାବ ଓଡ଼ିଶାରେ କୁଷ୍ଠ ରୋଗକୁ ବଢ଼ାଇଛି। ଏହି ରୋଗର ଚିହ୍ନଟ ଓ ଚିକିତ୍ସା ବଡ଼ ଚ୍ୟାଲେଞ୍ଜ ପାଲଟିଥିବାବେଳେ କୋଭିଡ୍‌-୧୯ ମହାମାରୀ ପରିସ୍ଥିତିକୁ ଆହୁରି ଖରାପ କରି ଦେଇଥିଲା। କୁଷ୍ଠ ରୋଗ ଠିକ୍‌ ସମୟରେ ଚିହ୍ନଟ ହେଲେ ଅଧିକାଂଶ ମାମଲା ୬ରୁ ୧୨ ମାସ ମଧ୍ୟରେ ଆରୋଗ୍ୟ ହୋଇପାରିବ। ତେବେ ଏ କ୍ଷେତ୍ରରେ ସ୍ବେଚ୍ଛାକୃତ ରିପୋର୍ଟ କରିବା ଗୁରୁତ୍ୱପୂର୍ଣ୍ଣ। ଏଥିଲାଗି ଏହି ରୋଗ ସହିତ ଜଡ଼ିତ ଅନ୍ଧବିଶ୍ୱାସ ଓ ଭେଦଭାବର ମୁକାବିଲା କରିବା ଏବଂ ସଂକ୍ରମିତ ଲୋକଙ୍କୁ ଚିକିତ୍ସା ନିମନ୍ତେ ଆଗକୁ ଆସିବାକୁ ଉତ୍ସାହିତ କରିବା ପାଇଁ ଏକ ଦୃଢ଼ ସଚେତନତା ଅଭିଯାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

କୁଷ୍ଠ ରୋଗର ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ପ୍ରତି ବ୍ଲକସ୍ତରରେ ଜଣେ ପ୍ରଶିକ୍ଷିତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ କୁଷ୍ଠ ରୋଗ ସମ୍ବନ୍ଧୀୟ କାର୍ଯ୍ୟରେ ସ୍ବାସ୍ଥ୍ୟ କର୍ମୀଙ୍କୁ ସହାୟତା କରୁଛନ୍ତି। ଏତଦ୍‌ ବ୍ୟତୀତ କୁଷ୍ଠ ରୋଗର ଅସ୍ତ୍ରୋପଚାର ଓ ଚିକିତ୍ସା ପାଇଁ ଜିଲା ସରକାରୀ ଚିକିତ୍ସାଳୟରେ ଆବଶ୍ୟକ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ

ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

ଭରସା କଲେ ନବୀନ ୩ ଜଣଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ବ୍ରଜରଜନଗର ୨୯ା୧୨( ବିଜୟ ବରାଡ଼): ଝାରସୁଗୁଡା ଜିଲା ବିଜୁ ଜନତା ଦଳକୁ ସକ୍ରିୟ କରିବା ପାଇଁ ବିଜେଡିର ସଭାପତି ନବୀନ ପଟନାୟକ ବ୍ରଜରଜନଗର ପୌରାଞ୍ଚଳରୁ ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri