ଓବିସି ସଂରକ୍ଷଣ ନେଇ ରାଜ୍ୟପାଳଙ୍କୁ ଫେରାଦ

ଭୁବନେଶ୍ୱର, ୨୯।୧(ବ୍ୟୁରୋ): ବେକାରୀ ସମସ୍ୟା, ଓବିସି ସଂରକ୍ଷଣ ଓ ଜାତି ଜନଗଣନାକୁ ନେଇ ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ୩ଜଣିଆ ପ୍ରତିନିଧି ଦଳ ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟି ନେଇ ଆଲୋଚନା କରିଛନ୍ତି। ରାଜ୍ୟରେ ପଛୁଆବର୍ଗଙ୍କୁ ନାମଲେଖା ଓ ନିଯୁକ୍ତିରେ ୨୭ ଭାଗ ସ୍ଥାନ ସଂରକ୍ଷଣ ଦିଆଯାଉ। ଜାତି ଜନଗଣନା ନ ହେବା ଯୋଗୁ ରାଜ୍ୟର ପଛୁଆବର୍ଗ ୨୦୨୧ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣରୁ ବଞ୍ଚତ୍ତ ହୋଇଛନ୍ତି। ତେଣୁ ପଛୁଆବର୍ଗ ଜନଗଣନା କରିବା ପାଇଁ ସରକାର ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାକୁ ସେମାନେ ଅନୁରୋଧ କରିଛନ୍ତି। ଏଥିସହ ବିହାର, ଉତ୍ତରପ୍ରଦେଶ ଜଳୁଥିବା ବେକାରୀ ବିରୋଧ ନିଆଁ ଓଡ଼ିଶାକୁ ବ୍ୟାପିବା ପୂର୍ବରୁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ନିଯୁକ୍ତି ଉପରେ ସମୟୋଚିତ ପଦକ୍ଷେପ ନେବାକୁ ସ୍ମାରକପତ୍ରରେ ଦାବି କରାଯାଇଛି। ସେହିପରି ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନ ଦେଇ ବେକାର ଯୁବତୀଯୁବକଙ୍କୁ ନିୟମିତ ନିଯୁକ୍ତି ସୁଯୋଗ ଦେବାପାଇଁ ବେହେରା ଦାବି କରିଛନ୍ତି।
ସେ କହିଛନ୍ତି, ଦେଶରେ ବେକାରୀ ସମସ୍ୟା ଉତ୍କଟ ରୂପ ଧରିଥିବାବେଳେ ବିହାର, ଉତ୍ତରପ୍ରଦେଶ ଓ ରାଜସ୍ଥାନର ବେକାରୀମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି। କେତେବେଳେ ଟ୍ରେନ୍‌ରେ ନିଆଁ ଲଗାଉଛନ୍ତି ତ ଆଉ କେତେବେଳେ ଧାରଣାରେ ବସି ରହୁଛନ୍ତି। ରେଲ୍‌ଓ୍ବେରେ ୩୫ ହଜାର ୨୮୧ ପଦବୀ ପାଇଁ ହୋଇଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଯୁବତୀଯୁବତକଙ୍କୁ ପୁନଶ୍ଚ କମ୍ପ୍ୟୁଟର ପରୀକ୍ଷା କରିବା ପାଇଁ ନୋଟିସ ପରେ ଏହି ଆନ୍ଦୋଳନ ତେଜିବାରେ ଲାଗିଛି। ଆନ୍ଦୋଳନକୁ ଦମନ କରିବା ପାଇଁ ବିହାର, ଉତ୍ତରପ୍ରଦେଶ ପୋଲିସ ବେକାରୀ ଯୁବତୀଯୁବକଙ୍କୁ ଲାଠି ମାଡ କରିବା ସହିତ ୫ ହଜାର ଯୁବତୀଯୁବକଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି କରିଛନ୍ତି। ଏବେ ଏହି ଆନ୍ଦୋଳନର ନିଆଁ ବିଭିନ୍ନ ରାଜ୍ୟକୁ ବ୍ୟାପିବାରେ ଲାଗିଲାଣି। ଓଡ଼ିଶାରେ ମଧ୍ୟ ବେକାରୀଙ୍କ ଆନ୍ଦୋଳନ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିବ ବୋଲି ସେ ଚେତାବନୀ ଦେଇଛନ୍ତି। ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୧ ଲକ୍ଷ ବେକାରଙ୍କୁ ନିଯୁକ୍ତି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟରେ ୧ଲକ୍ଷ ୩୧ ହଜାର ପଦବୀ ଖାଲି ପଡ଼ିଥିବାବେଳେ ନିୟମିତ ନିଯୁକ୍ତି ଅତି ନଗଣ୍ୟ। ବହୁ ସୂତା କଳ, ଚିନିକଳ ଓ ଟେକ୍ସଟାଇଲ ମିଲ ଓ ଝୋଟକଳ ବନ୍ଦ ହୋଇପଡ଼ିରହିଥିବାରୁ ଲୋକଙ୍କୁ କାମ ମିଳୁନାହିଁ। ତେଣୁ ସେମାନେ ବାଧ୍ୟହୋଇ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି ବୋଲି ବେହେରା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri