କେବିଏନ୍‌ ଗ୍ୟାଙ୍ଗ୍‌ ମୁଖ୍ୟ ବୁବୁ ଜେନା ଗିରଫ

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ରାଜଧାନୀରେ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିବା ସହ ଏହାର ଭିଡିଓ ଭାରଇରାଲ କରି ଚର୍ଚ୍ଚାକୁ ଆସିଥିବା କେବିଏନ୍‌ (କୋଇ ଭି ନହିଁ) ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା ଶେଷରେ ଧରାପଡିଛନ୍ତି। ଶୁକ୍ରବାର ନୟାପଲ୍ଲୀ ଥାନା ପୋଲିସ ତାଙ୍କୁ ଖଣ୍ଡିଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡା ଅଞ୍ଚଳରୁ ଗିରଫ କରିଛି। ଏଥିସହ ଗଣ୍ଡମୁଣ୍ଡା ଅଞ୍ଚଳରେ ଥିବା ତାଙ୍କ ଘରେ ଚଢ଼ାଉ କରି ଏକ ଖଣ୍ଡା ଜବତ କରିଛି। ବୁବୁଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ୧୨ରୁ ଅଧିକ ମାମଲା ଥିବା ପୋଲିସ କହିଛି। ତେବେ ବୁବୁଙ୍କୁ ମିଶାଇ କେବିଏନ୍‌ ଗ୍ୟାଙ୍ଗର ୧୦ ଜଣଙ୍କୁ ପୋଲିସ ଏଯାବତ୍‌ ଗିରଫ କରିଥିବାବେଳେ ଆଉ ୧୯ ଜଣ ଫେରାର ଅଛନ୍ତି। ସେମାନଙ୍କୁ ଧରିବାକୁ ପୋଲିସ ଅଧିକ ତଦନ୍ତ କରୁଛି। ବୁବୁଙ୍କୁ ୭ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି। ଏଥିସହ ଡିସିପି କହିଛନ୍ତି, ମାରଣାସ୍ତ୍ର ଦେଖାଇ ଭିଡିଓ ଶୁଟ୍‌ କରି ସୋସିଆଲ ମିଡିଆରେ ଛାଡ଼ିବା ଏକ ଅପରାଧ। ଏପରି କାର୍ଯ୍ୟ ଯିଏ କରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ୩ ମାସ ତଳେ ପ୍ରଥମେ ଭୁବନେଶ୍ୱରେ ଆତଙ୍କ ସୃଷ୍ଟି କଲାଭଳି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଉକ୍ତ ଭିଡିଓରେ ଥିବା ୨୦ରୁ ଊର୍ଦ୍ଧ୍ୱ ଯୁବକଙ୍କ ହାତରେ ବନ୍ଧୁକ, ଖଣ୍ଡା ଆଦି ମାରଣାସ୍ତ୍ର ରହିଥିଲା। ବିଳମ୍ବିତ ରାତିରେ ସେମାନେ ରାଜଧାନୀ ରାସ୍ତା ଉପରେ ଖୁଲମ୍‌ଖୁଲା ସେସବୁ ମାରଣାସ୍ତ୍ର ବୁଲାଇ ବୁଲୁଥିଲେ। କାର୍‌ ଝରକାରେ ବନ୍ଧୁକ ଦେଖାଇ ବ୍ଲାକ୍‌ ଫାୟାରିଂ ବି କରୁଥିଲେ। ଏହି ଦୃଶ୍ୟ ତାମିଲ ଫିଲ୍ମର ଅପରାଧୀଙ୍କଠାରୁ ବି କମ୍‌ ନ ଥିଲା। ରକ୍ତ ଚରିତ୍ର ଭଳି ଗୀତରେ ଭିଡିଓଗୁଡିକୁ ଏଡିଟିଂ କରାଯାଇଥିଲା। ଏହି ଗ୍ୟାଙ୍ଗ୍‌ ଭୁବନେଶ୍ୱର ୟୁନିଟ-୮, ଡେଲ୍‌ଟା ଛକ, ସିଆର୍‌ପି ଛକ, ନୟାପଲ୍ଲୀ, ବରମୁଣ୍ଡା, ପୁରୁଣା ଭୁବନେଶ୍ୱର ଆଦି ଅଞ୍ଚଳରେ ଆତଙ୍କ ଖେଳାଇବା ସହ ଏହାର ଦୃଶ୍ୟକୁ ଭିଡିଓ କରି ସୋସିଆଲ ମିଡିଆରେ ଛାଡି ନିଜର ଉପସ୍ଥିତି ଜାରି କରିବାକୁ ଚେଷ୍ଟା କରିଥିଲେ। ଗ୍ୟାଙ୍ଗର ସଦସ୍ୟମାନେ ସାବେଳେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକାଠି ହେଉଥିଲେ। ଏହାକୁ ନେଇ ରାଜଧାନୀବାସୀ ଭୟଭୀତ ହୋଇପଡିବା ସହ ସହରର ସୁରକ୍ଷା ଓ ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠିଥିଲା। ଏହାପରେ କମିଶନରେଟ ପୋଲିସର ଚେତା ପଶିଥିଲା। ସେପ୍ଟେମ୍ବର ୨୧ରେ ନୟାପଲ୍ଲୀ ସିଆର୍‌ପି ଛକ ପ୍ରିୟଦର୍ଶନୀ ମାର୍କେଟରେ ହୋଇଥିବା ଆକ୍ରମଣ ଘଟଣାରେ ବୁବୁ ଫେରାର ହୋଇଯାଇଥିଲେ। ଏହି ଗ୍ୟାଙ୍ଗକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ଫଳରେ ଉକ୍ତ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଧରିବାକୁ ଡିସିପି ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ। ଉକ୍ତ ଟିମ୍‌ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ଘର ଭାଙ୍ଗିବା ସହ ମାରଣାସ୍ତ୍ର ଜବତ କରି ଆସୁଛି। ଯେତେଥର ଚଢ଼ାଉ ହେଉଛି, ସେମାନଙ୍କ ଘରୁ ସେତେ ଅସ୍ତ୍ରଶସ୍ତ୍ର ବାହାରୁଥିବାରୁ ଏହା କେବିଏନ୍‌ ଗ୍ୟାଙ୍ଗ୍‌ର ସ୍ଥିତି ଏବେ ବି ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri