Posted inଖେଳ

ଶାସ୍ତ୍ରୀଙ୍କ ପାଖରେ ନାହିଁ ଧୋନୀଙ୍କ ଫୋନ୍‌ ନମ୍ବର: କାରଣ ଜାଣିଲେ…

ଓମାନ,୨୭।୧:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାକୟ ମହେନ୍ଦ୍ର ସିଂ ଧୋନୀଙ୍କ ଜଣେ କିମ୍ବଦନ୍ତୀ କ୍ରିକେଟର ଭାବେ ଜଣାଶୁଣା। ତାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆକୁ ୩ଟି ଆଇସିସି ଟ୍ରଫିରେ ଜିତିଛି। ଦେଶ-ବିଦେଶରେ ତାଙ୍କର ବହୁ ପ୍ରଶଂସକ ମଧ୍ୟ ଅଛନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଧୋନୀ ତାଙ୍କ ସହିତ କେବେ ଫୋନ ରଖନ୍ତି ନାହିଁ। ଭାରତୀୟ କ୍ରିକେଟ ଦଳର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ ଏହି ଦାବି କରିଛନ୍ତି। ପାକିସ୍ତାନର ପୂର୍ବତନ ପେସର୍‌ ଶୋଏବ ଅଖତରଙ୍କ ଏକସାକ୍ଷାତକାରରେ ସେ ଏହା କହିଛନ୍ତି। ଏକ ଭିଡିଓରେ ଶାସ୍ତ୍ରୀ କହିଛନ୍ତି, ଧୋନୀ ନିଜ ପାଖରେ ମୋବାଇଲ ରଖୁ ନ ଥିବାରୁ ତାଙ୍କ ଫୋନ ନମ୍ବର ମୋ ପାଖରେ ନାହିଁ।
ନିକଟରେ ଶାସ୍ତ୍ରୀ ଓମାନରେ ଶୋଏବ ଅଖତରଙ୍କ ସହ ଏକ ବିଶେଷ ବାର୍ତ୍ତାଳାପ କରିଥିଲେ। ଶୋଏବ ଅଖତର ଏହି ଭିଡିଓକୁ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରିଛନ୍ତି। ଅଖତର ଧୋନୀଙ୍କ ବିଷୟରେ ପଚାରବାରୁ ଶାସ୍ତ୍ରୀ କହିଛନ୍ତି ସେ ତାଙ୍କ ଭଳି ଖେଳାଳିଙ୍କୁ କେବେ ଦେଖି ନାହାଁନ୍ତି। ଧୋନୀ ଯେ କୌଣସି ପରିସ୍ଥିତିରେ ମଧ୍ୟ ରାଗନ୍ତି ନାହିଁ। ସର୍ବଦା କୁଲ୍‌ ରହିବାକୁ ଚେଷ୍ଟା କରନ୍ତି। ପ୍ରତ୍ୟେକ ପରିସ୍ଥିତିରେ ସେ ସର୍ବଦା ସମାନ ରୁହନ୍ତି। ତେବେ ଶୂନରେ ଆଉଟ୍‌ ହୁଅନ୍ତୁ କି ୧୦୦ ରନ ସ୍କୋର କରନ୍ତୁ, ବିଶ୍ୱକପ ଟ୍ରଫି ଉଠାନ୍ତୁ କିମ୍ବା ପ୍ରଥମ ରାଉଣ୍ଡରେ ହାରିଯାଆନ୍ତୁ, ଏଥିରେ କିଛି ଫରକ ପଡେ ନାହିଁ।ି ମୁଁ ଅନେକ ଖେଳାଳିଙ୍କୁ ଦେଖିଛି କିନ୍ତୁ ଆଜି ପର୍ଯ୍ୟନ୍ତ ଧୋନୀଙ୍କ ଭଳି କେହି ଦେଖି ନାହାଁନ୍ତି। ମୁଁ ସଚିନଙ୍କୁ ମଧ୍ୟ ଦେଖିଥିଲି, ଯିଏ ଜଣେ ମହାନ କ୍ରିକେଟର ଥିଲେ କିନ୍ତୁ ସେ ବେଳେବେଳେ ରାଗି ଯାଉଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

ଟି୨୦ ବିଶ୍ୱକପ ଦଳ ଚୟନକୁ ସମର୍ଥନ କଲେ ରୋହିତ

ମୁମ୍ବାଇ,୨ା୫: ଟି୨୦ କ୍ରିକେଟ ବିଶ୍ୱକପ ପାଇଁ ଦଳ ଚୟନକୁ ସମର୍ଥନ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଗୁରବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା...

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍...

ଏହି ଫଟୋ ଶେୟାର କରି କପିରାଇଟ୍‌ ଲଗାଇବାକୁ ଏକ୍ସ ମାଲିକଙ୍କୁ ଦାବି କଲେ ଚହଲ: ଜାଣନ୍ତୁ କାହିଁକି

ନୂଆଦିଲ୍ଲ,୨।୫: ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୨୪ରେ ଭଲ ବୋଲିଂ ପ୍ରଦର୍ଶନ କରୁଛନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୪ରେ ଚୟନ ଆକାରରେ ତାଙ୍କର ଭଲ ବୋଲିଂ ପାଇଁ...

ଆଇପିଏଲ୍‌ ୨୦୨୪ ମଝିରେ ସିଏସ୍‌କେକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ୫ମ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ଅନେକ ମାମଲାରେ ଦୁର୍ବଳ ନଜର...

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri