ମା’ଙ୍କୁ ମାରି ଜାଳି ଦେଲେ ପୁଅ

ଭୁବନେଶ୍ୱର,୧୯।୧(ବ୍ୟୁରୋ):  ରାଜଧାନୀରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ। ଏଠି ଅପରାଧୀ କୌଣସି ବାହାର ଶତ୍ରୁ ନୁହେଁ, ବରଂ ନିଜ ପୁଅ। ସାମାନ୍ୟ କିଛି ଟଙ୍କା ନ ଦେବାରୁ ଉତ୍‌କ୍ଷିପ୍ତ ହୋଇ ଜନ୍ମକଲା ମା’ଙ୍କୁ ପୁଅ ହତ୍ୟା କରି ଜାଳି ଦେଇଛନ୍ତି। ବଡ଼ଗଡ଼ ଥାନା କଳିଙ୍ଗ ବସ୍ତିରେ ମଙ୍ଗଳବାର ସନ୍ଧ୍ୟାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତା ମା’ ହେଲେ ରଶ୍ମିତା ଜେନା(୫୪)। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଅର୍ଦ୍ଧଦଗ୍ଧ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ପୋଲିସ ଅଭିଯୁକ୍ତ ପୁଅ ପ୍ରଶାନ୍ତ ଜେନା(୩୨)ଙ୍କୁ ଗିରଫ କରିଛି। ଏନେଇ ପୋଲିସ ଏକ ହତ୍ୟା ମାମଲା(ନଂ.୨୨/୨୦୨୨) ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ ରାତି ହୋଇଯିବାରୁ ବୁଧବାର ସକାଳେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ବିଭିନ୍ନ ନମୁନା ସଂଗ୍ରହ କରିବ ବୋଲି ବଡ଼ଗଡ଼ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି।
ମିଳିଥିତ୍ବା ସୂଚନା ଅନୁଯାୟୀ, ଯାଜପୁର ଜିଲାର ବିଷ୍ଣୁଚରଣ ଜେନା କଳିଙ୍ଗ ବସ୍ତିରେ ଘର କରି ୩୦ବର୍ଷ ହେବ ପରିବାର ସହ ରହୁଛନ୍ତି। ତାଙ୍କର ୩ପୁଅ ଓ ଗୋଟିଏ ଝିଅ। ଝିଅ ବାହା ହୋଇଯାଇଥିବାବେଳେ ୨ପୁଅ ଓ ସ୍ତ୍ରୀ ରଶ୍ମିତା ଘରେ ରହୁଛନ୍ତି। ମଝିଆ ପୁଅ ବାହା ହେବାପରେ ଘରଠୁ ଅଲଗା ହୋଇ ରହୁଛନ୍ତି। ଅଭିଯୁକ୍ତ ବଡ଼ପୁଅ ପ୍ରଶାନ୍ତ ବିବାହ କରି ନ ଥିଲେ। ସେମାନେ ସମସ୍ତେ ଅଟୋ ଡ୍ରାଇଭର ଭାବେ କାମ କରନ୍ତି। ହେଲେ ପ୍ରଶାନ୍ତ ୨ବର୍ଷ ହେଲା କୌଣସି କାମ ନ କରି ଘରେ ରହୁଥିଲେ। ସେ ଅଧିକାଂଶ ସମୟରେ ପରିବାରରେ ଝଗଡ଼ା କରୁଥିଲେ। ଏପରିକି ମାସେ ତଳେ ଏକ ଫାର୍ସାରେ ପରିବାର ଲୋକଙ୍କୁ ସେ ମାରିଦେବାକୁ ଉଦ୍ୟମ କରିଥିଲେ। ପୋଲିସ ତାଙ୍କୁ ଥାନାକୁ ନେବା ପରେ ତାଙ୍କ ମା’ ଯାଇ ପ୍ରଶାନ୍ତଙ୍କୁ ଆଣିଥିଲେ। ମଙ୍ଗଳବାର ସା ୫ଟା ବେଳେ ବିଷ୍ଣୁଚରଣ ପାଖ ବଜାରକୁ ଯାଇଥିଲେ। ସାନ ପୁଅ ଘରେ ନ ଥିଲେ। ପ୍ରଶାନ୍ତ ମା’ଙ୍କୁ ଟଙ୍କା ମାଗିବା ସହ ଖାଇବାକୁ ମାଗିଥିଲେ। ମା’ ତାଙ୍କୁ ଟଙ୍କା ନ ଦେବାରୁ ସେମାନଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା। ରଶ୍ମିତା ତାଙ୍କୁ ଗାଳି ଦେବାରୁ ସେ ଉତ୍‌କ୍ଷିପ୍ତ ହୋଇ ପାଖରେ ଥିବା ଏକ ପୁରୁଣା ରେଡିଓରେ ମା’ଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ପ୍ରଶାନ୍ତ ଘରେ ଥିବା ମା’ଙ୍କ ଲୁଗା ଓ କନ୍ଥା ଆଦିରେ କିରୋସିନ ଢାଳି ମୃତଦେହକୁ ନିଆଁ ଲଗାଇ ଦେଇଥିଲେ। ନିଆଁ ଅଧିକ ଜଳି ଆଜବେଷ୍ଟସ ଫାଟିଯିବାରୁ ବାହାରକୁ ଧୂଆଁ ବାହାରିଥିଲା। ଏହାଦେଖି ପଡ଼ୋଶୀ ଘଟଣାସ୍ଥଳରେ ପହଞ୍ଚତ୍ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ନିକଟସ୍ଥ ଚାରିଛକରେ ଥିବା ସାନ ପୁଅ ଓ ବାପା ଦୌଡ଼ି ଆସି ପ୍ରଶାନ୍ତଙ୍କୁ କାବୁ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଅଭିଯୁକ୍ତ ପ୍ରଶାନ୍ତଙ୍କୁ ଗିରଫ କରିବା ସହ ମୃତଦେହ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri