ଲିଜ୍‌ଧାରୀଙ୍କୁ ୧୦ କୋଟି ଜରିମାନା

ଯାଜପୁର ଅଫିସ,୧୯।୧: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବହୁଚର୍ଚ୍ଚିତ ଆରୁହା ପାହାଡ଼ରୁ କଳାପଥର ଲୁଟ୍‌ ଓ ଜାଲିଆତି ଅଭିଯୋଗର ଲୋକାୟୁକ୍ତ ମାମଲା ଭିନ୍ନମୋଡ ନେଇଛି। ଏହି ମାମଲାରେ ପ୍ରାୟ ୧୦ ଅଧିକାରୀ ଓ କର୍ମଚାରୀ ଛନ୍ଦି ହୋଇଛନ୍ତି। ସେମାନେ ମାମଲାରୁ ମୁକ୍ତି ପାଇବାକୁ ଏକ ନୂଆ ଯୋଜନା ପ୍ରସ୍ତୁତ କରିଥିବା ଅନୁମାନ କରାଯାଉଛି। ଧର୍ମଶାଳା ତହସିଲ କାର୍ଯ୍ୟାଳୟରୁ ୨୯ା୯ା୨୦୨୧ରେ ଲିଜ୍‌ଧାରୀଙ୍କୁ ୨ଟି ନୋଟିସରେ ୧୦.୦୨ କୋଟି ଟଙ୍କା ଜରିମାନା ନିର୍ଦ୍ଦେଶ ହୋଇଛି। ତେବେ ଏହି ନୋଟିସକୁ ଫାଇଲରେ ଚାପି ରଖି ଗତ ୫ ଦିନ ହେଲା ଲିଜ୍‌ଧାରୀ ତ୍ରିନାଥ ଜେନାଙ୍କୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ପୁରୁଣା ତାରିଖରେ ଜରିମାନା ନୋଟିସ ଜାରି ହୋଇଛି କିମ୍ବା ଜାଣିଶୁଣି ସାଢେ ୩ ମାସ ପର୍ଯ୍ୟନ୍ତ ଏହି ନୋଟିସକୁ ଚାପି ରଖାଯାଇ ଲିଜ୍‌ଧାରୀଙ୍କୁ ସୁରକ୍ଷା ଦିଆଯାଉଥିଲା ବୋଲି ଅଭିଯୋଗକାରୀ ପ୍ରଶ୍ନ କରିଛନ୍ତି।
ଲୋକାୟୁକ୍ତରେ ଆରୁହା କଳାପଥର ଲୁଟ୍‌ ଅଭିଯୋଗକୁ ନେଇ ଏକ ମାମଲା(ନଂ.୧୩୫୫/୨୦୨୦)ରୁଜୁ ହୋଇଥିଲା। ଲୋକାୟୁକ୍ତ ନିର୍ଦ୍ଦେଶକ ଏହି ମାମଲାର ତଦନ୍ତ କରି ଗତ ନଭେମ୍ବରରେ ରିପୋର୍ଟ ଦାଖଲ କରିଥିଲେ। ରିପୋର୍ଟରେ ପୂର୍ବତନ ଜିଲାପାଳ, ୪ ପୂର୍ବତନ ତହସିଲଦାର, ୨ ଭୂତତ୍ତ୍ବବିତ୍‌, ୩ ରାଜସ୍ବ ନିରୀକ୍ଷକଙ୍କ ସମେତ ଲିଜ୍‌ଧାରୀ ଲୁଟ୍‌ କାରବାରରେ ସମ୍ପୃକ୍ତ ଥିବା ଦର୍ଶାଇଥିଲେ। ଏନେଇ ଉପରୋକ୍ତ ଅଧିକାରୀମାନଙ୍କୁ ଜବାବ୍‌ ତଲବ ହୋଇଥିଲା। ଗତ ୧୨ ତାରିଖରେ ସମ୍ପୃକ୍ତ ଅଧିକାରୀମାନେ ଲୋକାୟୁକ୍ତରେ ସତ୍ୟପାଠ ଦାଖଲ କରିଥିଲେ। ଏବେ ପୁଣି ଏକ ନୂଆ କଥା ସାମ୍‌ନାକୁ ଆସିଛି। ଧର୍ମଶାଳା ତହସିଲଦାର ସଇରାତ ନୋଟିସ ୩୭୪୯ ଓ ୩୭୪୮ରେ ଲିଜ୍‌ଧାରୀ ଜେନାଙ୍କୁ ଯଥାକ୍ରମେ ୨୪,୮୬,୬୫୨ ଟଙ୍କା ଏବଂ ୯,୭୭,୯୯,୭୩୦ ଟଙ୍କା ଜରିମାନା ତୁରନ୍ତ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ନିର୍ଦ୍ଦେଶ ପତ୍ରରେ ୨୨ା୭ା୨୦୨୧ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ୩୦ା୭ା୨୦୨୧ରେ ଯାଜପୁର ଜିଲାପାଳଙ୍କ ନିର୍ଦ୍ଦେଶରେ ଲୋକାୟୁକ୍ତ ମାମଲା ଉପରେ ତଦନ୍ତ ହୋଇଥିଲା। ଅତିରିକ୍ତ ଜିଲାପାଳ(ରାଜସ୍ବ)ଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲାସ୍ତରୀୟ ବିଶେଷଜ୍ଞ କମିଟି ମାମଲା ଉପରେ ଛାନ୍‌ଭିନ୍‌ କରି ୩୧,୫୪୮.୩୦ ଘନମିଟର ପଥର ଅନୁମତିଠାରୁ ଅଧିକ ଉତ୍ତୋଳନ ହୋଇଥିବା ଦୁଇଟି ରିପୋର୍ଟ ଦାଖଲ କରିଥିଲେ। ତଦନୁସାରେ ଘନମିଟର ପିଛା ୧୫୫୦ ଟଙ୍କା ଦରରେ ୪,୮୮,୯୯,୮୬୫ ଜରିମାନା ସହ ୧୦୦ ପ୍ରତିଶତ ରାଜସ୍ବକୁ ମିଶାଇ ୯,୭୭,୯୯,୭୩୦ ଟଙ୍କା ଦେବାକୁ ଧାର୍ଯ୍ୟ ହୋଇଥିଲା। ଅନ୍ୟ ଏକ ଜରିମାନା ନୋଟିସରେ ୫୯୨୦.୬୦ ଘନମିଟର ଅଧିକ ପଥର ଉତ୍ତୋଳନ ହୋଇଛି ା ଘନମିଟର ପିଛା ୨୧୦ ଟଙ୍କା ଦରରେ ୧୨,୪୩,୩୨୬ ଟଙ୍କା ଏବଂ ୧୦୦ ପ୍ରତିଶତ ରାଜସ୍ବକୁ ମିଶାଇ ୨୪,୮୬,୬୫୨ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି।
ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲାପାଳ(ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ ଏବଂ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ମଙ୍ଗଳବାର ଏକାଧିକ ଥର ଫୋନ କରିଥିଲେ ହେଁ ଉଭୟ ଫୋନ କଲ୍‌କୁ ଗ୍ରହଣ କରି ନ ଥିଲେ। ଅନ୍ୟପକ୍ଷେ ଲିଜ୍‌ଧାରୀ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ଲିଜ୍‌ ପାଇଥିବା ଅଞ୍ଚଳରେ ସେ ଧାର୍ଯ୍ୟ ଅନୁଯାୟୀ ପଥର ଉତ୍ତୋଳନ କରୁଛନ୍ତି। ଲିଜ୍‌ ବାହାରେ ଅନ୍ୟମାନେ ପଥର ଚୋରି କରିଥିବା ନେଇ ସେ ପୂର୍ବରୁ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଅନ୍ୟର ଦୋଷଦୁର୍ବଳତା ଲୁଚାଇବାକୁ ଯାଇ ସମସ୍ତ ଅଭିଯୋଗ ତାଙ୍କ ଉପରେ ଲଦି ଦିଆଯାଉଛି। ଲୋକାୟୁକ୍ତ ଛାନ୍‌ଭିନ୍‌ କରିବା ପରେ ଗତ ୫ଦିନ ହେଲା ଜରିମାନା ନୋଟିସ ସେ ପାଇଛନ୍ତି। ଏନେଇ ସେ ସାର୍ଟିଫାଏଡ କପି ଦେବାକୁ ଧର୍ମଶାଳା ତହସିଲଦାରଙ୍କୁ ଅନୁରୋଧ କରିଛନ୍ତି।
ଡଙ୍କାରୀ ପାହାଡ଼ରୁ ବେଆଇନ କଳାପଥର ଉତ୍ତୋଳନ ବାବଦକୁ ୫୮ କୋଟି ୬୨ ଲକ୍ଷ ୭୯ ହଜାର ୬୩୩ ଟଙ୍କା ରାଜସ୍ବ ଜମା କରିବାକୁ ୨୦୧୬ ମେ ରେ ନୋଟିସ ଜାରି ହୋଇଥିଲା। ଏହାବାଦ୍‌ ଏନ୍‌ଜିଟି ମଧ୍ୟ ୨୫ କୋଟି ଟଙ୍କାର ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତା’ର ସୁଫଳ ଏଯାଏ ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri