ଜାନୁୟାରୀ ୧୬ ଷ୍ଟାର୍ଟ ଅପ୍‌ ଡେ

ନୂଆଦିଲ୍ଲୀ,୧୬।୧: ଗତବର୍ଷ ଦେଶରେ ୪୨ ୟୁନିକର୍ନ ଷ୍ଟାର୍ଟ ଅପ୍‌ ସୃଷ୍ଟି ହୋଇଥିଲା। ଏହି ସଫଳତା ସହ ଭାରତ ଏକ ବିଲିୟନ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ମାଇଲଖୁଣ୍ଟକୁ ସ୍ପର୍ଶ କରିବ। ଦେଶ ଖୁବ୍‌ଶୀଘ୍ର ୧୦୦ ୟୁନିକର୍ନ ସଫଳତା ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି। ଜାନୁୟାରୀ ୧୬କୁ ଜାତୀୟ ଷ୍ଟାର୍ଟ ଅପ୍‌ ଦିବସ ଭାବେ ପାଳନ କରିବାକୁ ମୋଦି ଘୋଷଣା କରିଛନ୍ତି। ପୂର୍ବରୁ ସୃଷ୍ଟି ହୋଇଥିବା ଷ୍ଟାର୍ଟ ଅଫ୍‌ଗୁଡ଼ିକ ମଧ୍ୟରୁ କେତେକ କମ୍ପାନୀ ବଡ଼ ହେବେ। କିନ୍ତୁ ଏକ ବର୍ଷ ମଧ୍ୟରେ ୪୨ଟି ୟୁନିକର୍ନ ସୃଷ୍ଟି ହୋଇଛନ୍ତି। ଏହିସବୁ ବିଲିୟନ ଡଲାର ବିଶିଷ୍ଟ କମ୍ପାନୀଗୁଡ଼ିକ ସୂଚାଇ ଦେଉଛନ୍ତି ଯେ, ଭାରତ ଆତ୍ମନିର୍ଭର ହୋଇଛି ଏବଂ ଆମ ଦେଶର ଆତ୍ମବିଶ୍ୱାସ ମଧ୍ୟ ବଢ଼ିଛି।
ଦେଶରେ ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମକୁ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶନିବାର ୧୫୦ରୁ ଅଧିକ ଷ୍ଟାର୍ଟ ଅପ୍‌ ସହ ଯୋଗାଯୋଗ କରିଛନ୍ତି। ଏହି ଅବସରରେ ଷ୍ଟାର୍ଟ ଅପ୍‌ଗୁଡ଼ିକୁ ନିଜ ଦେଶ ମଧ୍ୟରେ ସୀମିତ ନ ରଖି ଏହାର ପରିସରକୁ ବ୍ୟାପକ କରିବା ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏପରି କି କମ୍ପାନୀଗୁଡ଼ିକୁ ବିଶ୍ୱସ୍ତରୀୟ କରିବା ଲାଗି ଉଦ୍ୟମ କରାଯିବା ଉପରେ ସେ ପ୍ରାଧାନ୍ୟ ଦେଇଛନ୍ତି। ଭାରତର ବିବିଧତା ହେଉଛି ଆମର ଶକ୍ତି। ଏହା ହେଉଛି ଆମର ବିଶ୍ୱ ପରିଚୟ। ଏହି ବିବିଧତାର ବାର୍ତ୍ତାବହ ଭାବେ ଆମର ୟୁନିକର୍ନ ଓ ଷ୍ଟାର୍ଟ ଅପ୍‌ଗୁଡ଼ିକ ଦଣ୍ଡାୟମାନ ବୋଲି ମୋଦି କହିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସରକାରଙ୍କ ଅଭିନବତ୍ୱ ଉପରେ ଥିବା ଅଙ୍ଗୀକାରବଦ୍ଧତାକୁ ଗୁରୁତ୍ୱ ଦେଇଛନ୍ତି। ଅଟଳ ଇନୋଭେଶନ ମିଶନ, ନୂଆ ସ୍ପେସ୍‌ ଟେକ୍ନୋଲୋଜି ଏବଂ ଡ୍ରୋନ୍‌ ଟେକ୍ନୋଲୋଜି ନୀତି ମାଧ୍ୟମରେ ବହୁବିଧି ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଯାହାକି ଷ୍ଟାର୍ଟ ଅପ୍‌ଗୁଡ଼ିକୁ ସମୃଦ୍ଧ କରିବା ଦିଗରେ ସହାୟକ ହୋଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ନୂତନ ଡ୍ରୋନ୍‌ ନୀତି ଫଳାଫଳ ଦେଖାଇବା ଆରମ୍ଭ କରିଛି। ସେନା, ନୌସେନା ଏବଂ ବାୟୁସେନା ପ୍ରାୟ ୫୦୦ କୋଟି ଟଙ୍କା ମୂଲ୍ୟର ଅର୍ଡର ଡ୍ରୋନ୍‌ କମ୍ପାନୀଗୁଡିକୁ ଦେଇସାରିଛନ୍ତି।
ସେ କହିଛନ୍ତି, ବିଶ୍ୱର ଶ୍ରେଷ୍ଠ ୫୦ ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ ର଼୍ୟାଙ୍କିଙ୍ଗ୍‌ରେ ଭାରତ ଅଗ୍ରଗତି କରିଛି। ଏପରି କି ୨୦୧୩-୧୪ରେ ୪୦୦୦ ପେଟେଣ୍ଟକୁ ମଞ୍ଜୁରୀ ଦିଆଯାଇଥିବାବେଳେ ତାହା ଗତବର୍ଷ ଏହି ସଂଖ୍ୟା ବଢ଼ି ୨୮୦୦୦ରୁ ଊର୍ଦ୍ଧ୍ୱକୁ ଯାଇଥିଲା। ଏହି ସମୟ ମଧ୍ୟରେ ଟ୍ରେଡ୍‌ ମାର୍କ ପଞ୍ଜୀକରଣ ୭୦ ହଜାରରୁ ବଢ଼ି ଅଢ଼େଇ ଲକ୍ଷରେ ପହଞ୍ଚତ୍ଥିଲା। ଗ୍ରାମୀଣ ଅର୍ଥନୀତି ଏବଂ ନିମାଣ କ୍ଷେତ୍ର ସହ ଜଡିତ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟିଦେବାକୁ ପ୍ରଧାନମନ୍ତ୍ରୀ ଷ୍ଟାର୍ଟ ଅପ୍‌ଗୁଡ଼ିକୁ ମୋଦି ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri