Posted inଫୁରସତ

ଚଷମା ଲଗାଇଲେ ଗାଈ ଦେଉଛି ଅଧିକ କ୍ଷୀର

ଯେଉଁ ଗୋପାଳକମାନେ ଗାଈ ପାଳିଛନ୍ତି, ସେମାନେ ଚାହାନ୍ତି ସେମାନଙ୍କ ଗାଈ କେମିତି ଅଧିକରୁ ଅଧିକ କ୍ଷୀର ଦେଉ। ଆଉ ସେମାନେ ଏହାକୁ ବିକ୍ରି କରି ଲାଭବାନ ହୁଅନ୍ତୁ। ଏମିତିରେ ବଜାରରେ ଅଧିକ କ୍ଷୀର ଦେଉଥିବା ଗାଈଙ୍କ ମୂଲ୍ୟ ମଧ୍ୟ ସର୍ବାଧିକ ରହିଥାଏ।

ଏପରି ସ୍ଥିତିରେ, ଜଣେ ବ୍ୟକ୍ତି ଏମିତି ଏକ କୌଶଳ ଅପାଣାଇଛନ୍ତି; ଯାହା ଦ୍ୱାରା ଗାଈମାନେ ସ୍ବଳ୍ପ ଖର୍ଚ୍ଚରେ ଅଧିକ କ୍ଷୀର ଦେଉଛନ୍ତି। ତୁର୍କୀର ଜଣେ ଗୋପାଳକ ଅଧିକ କ୍ଷୀର ପାଇବା ପାଇଁ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି। ଗାଈଟିକୁ ସେ ହାଇଟେକ୍‌ କରିଦେଇଛନ୍ତି। ଫଳରେ ଗାଈଟି ଯେତିକି କ୍ଷୀର ଦେଉଥିଲା ତା’ଠାରୁ ୫ ଲିଟର ଅଧିକ କ୍ଷୀର ଦେବା ଆରମ୍ଭ କରିଛି।

ତୁର୍କୀ ଅକ୍ସାରାୟାର ବାସିନ୍ଦା ଇଜ୍ଜତ କୋକାକ୍‌ ଗାଈକୁ ଭର୍ଚୁଆଲ ରିଅଲିଟି ଚଷମା ପିନ୍ଧାଇଥିଲେ। ବର୍ତ୍ତମାନ ଏକ ଖୋଲା ସବୁଜ ପଡ଼ିଆରେ ଗାଈ ଚରିବାକୁ ଲାଗିଲା। ସେ ଅନୁଭବ କଲା ଏକ ବଡ଼ କ୍ଷେତରେ ଚରୁଛି। କିନ୍ତୁ ବାସ୍ତବରେ ସେପରି ନୁହେଁ, ଗୋପାଳକ ଜଣକ ଗାଈଟିକୁ ତାଙ୍କ ଘର ନିକଟ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଏମିତି କରିବା ଦ୍ୱାରା ଗାଈଟି ଅଧିକ କ୍ଷୀର ଦେବାକୁ ଲାଗିଲା। ଏହା ଦେଖି ଅନ୍ୟ ଗୋପାଳକମାନେ ମଧ୍ୟ ସେପରି ପନ୍ଥା ଆପଣାଇବାରେ ଲାଗିଲେ। ପରୀକ୍ଷାମୂଳକ ଭାବରେ ଦେଖାଯାଇଛି ଏପରି ଚଷମା ପିନ୍ଧୁଥିବା ଗାଈ ଅଧିକରୁ ଅଧିକ କ୍ଷୀର ଦେଉଛନ୍ତି। ଫଳରେ ଗୋପାଳମାନେ ବେଶ୍‌ ଦୁଇ ପଇସା ରୋଜଗାର କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri