ଏଇ ଭାରତରେ

ମ୍ରିଦୁ ଖୋସ୍‌ଲା। ବୟସ ୩୮। ମୁମ୍ବାଇର ରାସ୍ତାରେ ବୁଲୁଥିବା ବିଲେଇଙ୍କୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା କରୁଛନ୍ତି। ଏବେ ସୁଦ୍ଧା ଖୋସ୍‌ଲା ୧୦,୦୦୦ ବିଲେଇଙ୍କ ଚିକିତ୍ସା କରିସାରିଲେଣି। ସେ ୨୦୦୫ରେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବା ପରେ ନ୍ୟୁୟର୍କ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିରୁ ଫିଲ୍ମ ମେକିଂରେ ସ୍ନାତକୋତ୍ତର ଡିଗ୍ରୀ ଶେଷ କରି ଆମେରିକାରେ ଚାକିରି କରିଥିଲେ। ୨୦୦୮ରେ ମୁମ୍ବାଇ ଫେରିବା ପରେ ସହରରେ ପ୍ରାଣୀ ନିର୍ଯାତନ ତାଙ୍କୁ ଘୋର ଦୁଃଖ ଦେଇଥିଲା ଓ ସେ ପ୍ରଥମେ ଗୋଟିଏ ବିଲେଇକୁ ଉଦ୍ଧାର କରି ପୋଷିଥିତ୍ଲେ। ଏହାର ଦୁଇବର୍ଷ ପରେ ‘ଜିକ୍‌ଫର’ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ପରିତ୍ୟକ୍ତ ବିଲେଇଙ୍କୁ ଉଦ୍ଧାର କରି ଘରେ ରଖିବାରେ ଲାଗିଲେ। ୨୦୧୫ରେ ସେ ତାଙ୍କ ଭଉଣୀ ଓ ଜଣେ ସହପାଠୀଙ୍କ ସହ ମିଶି ଅର୍ଗମ ନଗରରେ କ୍ୟାଟ୍‌ କାଫେ ଷ୍ଟୁଡିଓ ପ୍ରତିଷ୍ଠା କରିଛନ୍ତି। ଏହି କାଫେର ଆୟ ଓ ବାହାରୁ ମିଳୁଥିବା ଆର୍ଥିକ ଅନୁଦାନରେ ବିଲେଇମାନଙ୍କ ଚିକିତ୍ସା ଖର୍ଚ୍ଚ ଭରଣା କରୁଛନ୍ତି। ସେମାନେ ୨,୦୦୦ରୁ ଊର୍ଦ୍ଧ୍ୱ ବିଲେଇଙ୍କୁ ଉଦ୍ଧାର କରି ସେମାନଙ୍କୁ ସ୍ବତନ୍ତ୍ର ଘରେ ରଖିଛନ୍ତି। ୨୦୧୭ରେ ସେମାନେ ଫିଲାଇନ ଫାଉଣ୍ଡେଶନ ଗଠନ କରି ତା’ ମାଧ୍ୟମରେ ଭେଟେରିନାରି ଡାକ୍ତରଙ୍କଠାରୁ ଆରମ୍ଭ କରି ସବୁ ପ୍ରକାର ଚିକିତ୍ସା ବ୍ୟବସ୍ଥା କରୁଛନ୍ତି। ଏବେ ସୁଦ୍ଧା ୧୦ହଜାର ବିଲେଇଙ୍କ ଚିକିତ୍ସା କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri