ରୋଗ ପ୍ରତିରୋଧକ ଶକ୍ତିକୁ ଦ୍ୱନ୍ଦ୍ୱରେ ପକାଉଛି ଫାଷ୍ଟ ଫୁଡ୍‌

ଲଣ୍ଡନ, ୧୧ା୧:ଜୀବାଣୁ, ଭୂତାଣୁ ସହ ଲଢ଼ି ଆମକୁ ସୁସ୍ଥ ରଖିବାରେ ଇମ୍ୟୁନୋ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି କାମ କରିଥାଏ। ଆମେ ପ୍ରତିଦିନ କୋଟି କୋଟି ସଂଖ୍ୟାରେ ରୋଗ ସୃଷ୍ଟିକାରୀ କାରକର ସାମ୍‌ନା କରୁଥିଲେ ହେଁ ଇମ୍ୟୁନୋ ସିଷ୍ଟମ ଯୋଗୁ ସେଥିଜନିତ ଅସୁସ୍ଥତାରୁ ମୁକ୍ତି ପାଇଥାଉ। କିନ୍ତୁ ଏହି ପ୍ରାକୃତିକ ସୁରକ୍ଷାକବଚ କୌଣସି ରୋଗ ସହ ଲଢ଼ିବା ବଦଳରେ ଆମ ସୁସ୍ଥ କୋଷିକାକୁ ଆକ୍ରମଣ କଲେ ତାହା ବେଶ୍‌ ଘାତକ ହୋଇଥାଏ। ଏହାକୁ ଅଟୋ-ଇମ୍ୟୁନୋ ଡିଜିଜ୍‌ କୁହାଯାଏ। ଅର୍ଥାତ୍‌ ଆମ ରୋଗ ପ୍ରତିରୋଧକ ଶକ୍ତି ଆମ ପାଇଁ ହିଁ ଘାତକ ସାବ୍ୟସ୍ତ ହୋଇଥାଏ। କେଉଁଠି ସୁସ୍ଥ କୋଷିକା ଏବଂ କେଉଁଟି ରୋଗ ସୃଷ୍ଟିକାରୀ କାରକ ତାହାକୁ ଆମ ଇମ୍ୟୁନୋ ସିଷ୍ଟମ ଚିହ୍ନିପାରି ନ ଥାଏ। ବିଶ୍ୱରେ ଅଟୋ-ଇମ୍ୟୁନୋ ରୋଗର ଶିକାର ହେଉଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ପାଶ୍ଚାତ୍ୟ ଖାଦ୍ୟାଭ୍ୟାସ ତଥା ଫାଷ୍ଟ୍‌ଫୁଡ୍‌ ଏହାର ପ୍ରମୁଖ କାରଣ ବୋଲି ଲଣ୍ଡନର ଫ୍ରାନ୍ସିସ୍‌ କ୍ରିକ୍‌ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି।
ଜେମ୍ସ ଲି ଏବଂ କାରୋଲା ଭିନେସାଙ୍କ କହିବା ମୁତାବକ, ୪ ଦଶନ୍ଧି ପୂର୍ବରୁ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଅଟୋ-ଇମ୍ୟୁନୋ ରୋଗ ବଢ଼ିଚାଲିଥିଲା। ଏବେ ସମଗ୍ର ବିଶ୍ୱରେ ବହୁ ସଂଖ୍ୟାରେ ଲୋକ ଏଥିରେ ପୀଡ଼ିତ ହେଉଛନ୍ତି। ମଧ୍ୟପ୍ରାଚ୍ୟ ଏବଂ ଏସୀୟ ଦେଶଗୁଡ଼ିକରେ ଲୋକେ ଏପରି ରୋଗର ଶିକାର ହେଉଛନ୍ତି। ବିଶେଷ କରି ପାଚନତନ୍ତ୍ରର ଅଧିକାଂଶ ଭାଗରେ ସଂକ୍ରମଣ, ଟାଇପ୍‌-୧ ଡାଇବେଟିସ୍‌, ଜଏଣ୍ଟ ବା ଗଣ୍ଠିଗୁଡ଼ିକରେ ଦୀର୍ଘସ୍ଥାୟୀ ସଂକ୍ରମଣ(ର୍ୟୁମାଟଏଡ୍‌ ଆର୍ଥ୍ରାଇଟିସ୍‌), ସ୍ନାୟୁର ସୁରକ୍ଷା ଆବରଣକୁ ନଷ୍ଟ କରିଦେଉଥିବା ରୋଗ ମଲ୍ଟିପଲ୍‌ ସ୍କ୍ଲେରୋସିସ୍‌ ଆଦି ରୋଗରେ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ଏଥିପାଇଁ ଆମ ଖାଦ୍ୟାଭ୍ୟାସ ବିଶେଷ କରି ଦାୟୀ। ଏବେ ଫାଷ୍ଟଫୁଡ୍‌ ପ୍ରତି ସାରା ବିଶ୍ୱରେ ଲୋକପ୍ରିୟତା ବୃଦ୍ଧିପାଇଛି। ଫାଷ୍ଟଫୁଡ୍‌ରେ ସାଧାରଣତଃ ଫାଇବର ଭଳି ସ୍ବାସ୍ଥ୍ୟ ଉପଯୋଗୀ ଉପାଦାନ ନ ଥାଏ। ବିଭିନ୍ନ ଶାରୀରିକ କାର୍ଯ୍ୟକୁ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ଅନ୍ତନଳୀରେ ମହଜୁଦ୍‌ ସୂଷ୍ମ-ଅଣୁଜୀବ(ମାଇକ୍ରୋବିଓମି) ଫାଇବର ଅଭାବରୁ ପ୍ରଭାବିତ ହୋଇଥାଏ। ମାଇକ୍ରୋବିଓମିରେ ପରିବର୍ତ୍ତନ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି କରିଥାଏ। ଫଳରେ ଶରୀରରେ କେଉଁଟି ସୁସ୍ଥ ଏବଂ କେଉଁଟି ଅସୁସ୍ଥ କୋଷିକା ତାହା ଇମ୍ୟୁନୋ ସିଷ୍ଟମ ଚିହ୍ନି ପାରି ନ ଥାଏ। ତେଣୁ ଶରୀରରେ କୌଣସି ପ୍ରକାର ସଂକ୍ରମଣ ହେଲେ ତାହା ରୋକିବା ବଦଳରେ ସୁସ୍ଥ କୋଷିକାକୁ ନଷ୍ଟ କରିଥାଏ। ଏହାଦ୍ୱାରା ଶରୀରର ବିଭିନ୍ନ ଅଙ୍ଗ ପ୍ରଭାବିତ ହୁଏ ଏବଂ ଜଣେ ଅଧିକ ରୋଗଗ୍ରସ୍ତ ହୋଇଥାଏ ବୋଲି ଅଧ୍ୟୟନରୁ ଜଣାପଡ଼ିଛି।
ବ୍ରିଟେନରେ ୪୦ ଲକ୍ଷ ଲୋକ ଅଟୋ-ଇମ୍ୟୁନୋ ରୋଗରେ ପୀଡ଼ିତ। ବିଶ୍ୱସ୍ତରରେ ଏହି ମାମଲା ପ୍ରତିବର୍ଷ ୩ରୁ ୯ ପ୍ରତିଶତ ବୃଦ୍ଧି ପାଉଛି। ପୂର୍ବ ଅଧ୍ୟୟନର ଏକ ରିପୋର୍ଟ ଅନୁସାରେ ଅଟୋ-ଇମ୍ୟୁନୋ ରୋଗ ପାଇଁ ପରିବେଶ ପ୍ରଦୂଷଣଜନିତ କାରଣ ମଧ୍ୟ ଦାୟୀ। ବିଶେଷ କରି ମାଇକ୍ରୋ ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର ଏହାର ଏକ ପ୍ରମୁଖ କାରଣ। ଯୁବବର୍ଗ ବହୁଳ ମାତ୍ରାରେ ଏପରି ରୋଗର ଶିକାର ହେଉଛନ୍ତି। ସମ୍ପ୍ରତି ମେଡିକାଲ ସାଇନ୍ସରେ ଅଟୋ-ଇମ୍ୟୁନୋ ରୋଗଗୁଡ଼ିକର ଉପଚାର ବାହାରି ନ ଥିବା ଜେମ୍ସ ଲି କହିଛନ୍ତି। ଏହାକୁ ନିୟନ୍ତ୍ରଣରେ ରଖିବାକୁ ଜଣେ ନିୟମିତ ଔଷଧ ସେବନ ତଥା ଚିକିତ୍ସା ଆବଶ୍ୟକ କରିଥାଏ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

‘ଜଞ୍ଜିରରେ ହୋଇଛି ବନ୍ଧା…ମାଡ଼ରେ ଶରୀର ରୁଟି ଭଳି ଫୁଲିଯାଇଛି…’, ମାସୁଦ ଆଝାରଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ବଢୁଛି ଚର୍ଚ୍ଚା

ଇସଲାମାବାଦ,୧୪।୧୨: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମାସୁଦ ଆଝାରଙ୍କ ଏକ ଚାଞ୍ଚଲ୍ୟକର ଅଡିଓ କ୍ଲିପ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri