Posted inଜାତୀୟ

‘ମୋଦି ଜିନ୍ଦାବାଦ’ କହିବା ପରେ ମନ୍ତ୍ରୀଙ୍କୁ ଛାଡ଼ିଲେ

ନୂଆଦିଲ୍ଲୀ,୬।୧: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଫ୍ଲାଏଓଭରରେ ଫସିବାକୁ ନେଇ ଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିବା ବେଳେ ପଞ୍ଜାବର ଜଣେ ମନ୍ତ୍ରୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଭାଜପା କର୍ମୀଙ୍କ ମଧ୍ୟରେ ଘେରି ହୋଇ ‘ମୋଦି ଜିନ୍ଦାବାଦ’ କହୁଛନ୍ତି ପଞ୍ଜାବର ଜଣେ ବରିଷ୍ଠ କଂଗ୍ରେସ ମନ୍ତ୍ରୀ।

ଉପ ମୁଖ୍ୟମନ୍ତ୍ରୀ ଓ ପି ସୋନି କାରରେ ଅମ୍ରିତସର ଯାଉଥିବା ବେଳେ ତାଙ୍କୁ ଅଟକାଇ ଥିଲେ ଭାଜପା କର୍ମୀ। ପ୍ରଧାନମନ୍ତ୍ରୀଙ୍କ ପାଇଁ ଢ଼ିଲା ସୁରକ୍ଷା ବ୍ୟବସ୍ଥା ବିରୋଧରେ ସେମାନେ ବିକ୍ଷୋଭ କରୁଥିଲେ। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଉପମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଚାରି ଆଡ଼ୁ ଘେରି ରହିଥିବା ଭାଜପା କର୍ମୀମାନେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଉଛନ୍ତି। ଗାଡ଼ିରେ ଥାଇ କଂଗ୍ରେସ ନେତା ‘ମୋଦି ଜିନ୍ଦାବାଦ’ ସ୍ଲୋଗାନ ଦେବା ପରେ ବାଟ ଛାଡ଼ିଥିଲେ ବିକ୍ଷୋଭକାରୀ।

ଉଲ୍ଲେଖଯୋଗ୍ୟ, ପଞ୍ଜାବର ଫିରୋଜପୁରରେ ଆୟୋଜିତ ଏକ ରାଲିରେ ଯୋଗ ଦେବା ପାଇଁ ଯାଉଥିଲେ ପ୍ରଧାନମନ୍ତ୍ରୀ ମୋଦି। ବିକ୍ଷୋଭକାରୀମାନେ ରାସ୍ତା ନ ଛାଡ଼ିବାରୁ ଲକ୍ଷ୍ୟ ସ୍ଥଳଠାରୁ ୧୦ କିମି ଦୂରରେ ଏକ ଫ୍ଲାଏଓଭରରେ ଫସି ଯାଇଥିଲେ। ୨୦ ମିନିଟ୍‌ ଅପେକ୍ଷା ପରେ ଫେରି ଯାଇଥିଲେ ଭଠିଣ୍ଡା ବିମାନବନ୍ଦରକୁ।

ପ୍ରଧାନମନ୍ତ୍ରୀଙ୍କ ଜୀବନକୁ ବିପଦରେ ପକାଇବା ପାଇଁ ଭାଜପା ପଞ୍ଜାବ ସରକାରଙ୍କୁ କେନ୍ଦ୍ର ସମାଲୋଚନା କରିଛି। କିନ୍ତୁ ଏହାକୁ ଖଣ୍ଡନ କରିବା ସହ କଂଗ୍ରେସ କହିଛି, ପ୍ରଧାନମନ୍ତ୍ରୀ ଅନ୍ତିମ ମୁହୂର୍ତ୍ତରେ ପ୍ଲାନ ବଦଳି ଦେଇଥିଲେ। ଏହା ଦ୍ୱାରା ସେ ସୁରକ୍ଷା ପ୍ରୋଟୋକଲ ଭଙ୍ଗ କରିଛନ୍ତି। ତାଙ୍କୁ ପ୍ରଥମେ ହେଲିକପ୍ଟର ଯୋଗେ ଯିବାର ଥିଲା। କିନ୍ତୁ ଖରାପ ପାଣିପାଗ ଯୋଗୁ ଅନ୍ତିମ ମୁହୂର୍ତ୍ତରେ ଯୋଜନାରେ ପରିବର୍ତ୍ତନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ: ପ୍ରେମିକ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ…

ଭଦ୍ରକ,୨୬।୧୨(ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିଠାରେ ବୁଧବାର ସନ୍ଧ୍ୟାରେ ଜଣେ ନାବାଳିକା ବୈତରଣୀ ନଦୀକୁ ଡେଇଁବା ଘଟଣା ଗୁରୁବାର ନୂଆ ମୋଡ଼ ନେଇଛି। ଭଦ୍ରକ ଜିଲା...

ଅଧା ରହିଲା ଚିଲିକା ବୁଲା, ସଡ଼କ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ୨ ଗୁରୁତର

ପୁରୀ,୨୬।୧୨: ସକାଳୁ ସକାଳୁ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ବଳଙ୍ଗା-ନିମାପଡ଼ା ରାସ୍ତାର ନୂଆହାଟରେ ବାଇକକୁ ଧକ୍କା ଦେଲା ଅଜଣାଗାଡି । ତେବେ ଦୁର୍ଘଟଣାରେ ଜଣଙ୍କର...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଆଜିଠାରୁ ମହଙ୍ଗା ହେଲା ଟ୍ରେନ ଯାତ୍ରା, ୨୧୫ କିମି ମଧ୍ୟରେ ଯାତ୍ରା କରୁଥିଲେ ଭଡା….

ନୂଆଦିଲ୍ଲୀ,୨୬।୧୨: ଆଜି, ଶୁକ୍ରବାର ଠାରୁ ଟ୍ରେନ ଯାତ୍ରା ମହଙ୍ଗା ହୋଇଯାଇଛି। ରେଳ ମନ୍ତ୍ରଣାଳୟ ଭଡା ବୃଦ୍ଧି ଘୋଷଣା କରିଛି, ଯାହା ଆଜି ଠାରୁ ଲାଗୁ ହେବ...

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri