ଘରୋଇ ସଂସ୍ଥା ହାତକୁ ଯିବ ଭକ୍ତନିବାସ

ପୁରୀ ଅଫିସ,୬।୧: ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପାଇଁ ଥିବା ଭକ୍ତନିବାସକୁ ପ୍ରଶାସନ ଏବେ ଘରୋଇକରଣ କରିବାକୁ ଯୋଜନା ଚଳାଇଛି। ସୁଲଭ ମୂଲ୍ୟରେ ରହଣି ପାଇଁ ଥିବା ବଗଲା ଧର୍ମଶାଳାକୁ ବିକ୍ରି କରିଦିଆଯିବା ପରେ ଏହି ବିକଳ୍ପ ଶେଷ ହୋଇଥିଲା। ଏବେ ପୁଣି ଭକ୍ତନିବାସର ଘରୋଇକରଣ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଗତ ମାର୍ଚ୍ଚ ୨୮ରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଭକ୍ତନିବାସ ଘରୋଇକରଣ ଏବଂ ପିପିପି (ପବ୍ଲିକ୍‌-ପ୍ରାଇଭେଟ୍‌ ପାର୍ଟନରଶିପ୍‌) ମୋଡ୍‌ରେ ଚଳାଇବା ଲାଗି ଆଲୋଚନା ହୋଇଥିଲା। ଏନେଇ ନଭେମ୍ବର ୧୭ରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ମନ୍ଦିର ପ୍ରଶାସନ ଅଧୀନରେ ଥିବା ୩ଟି ଭକ୍ତନିବାସ ମଧ୍ୟରୁ ଗୋଟିଏର ପରିଚାଳନା ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନ ନିଜ ପାଖରେ ରଖିଥିବା ବେଳେ ଅନ୍ୟ ଦୁଇଟିକୁ ଦୀର୍ଘମିଆଦୀ ଲିଜ୍‌ରେ ଦେବା ପାଇଁ ସ୍ଥିର କରିଛି। ଭକ୍ତନିବାସକୁ ଘରୋଇ ସଂସ୍ଥାକୁ ଦୀର୍ଘ ମିଆଦୀ ଲିଜ୍‌ ଆକାରରେ ପ୍ରଦାନ କରିବା ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ପାଇଁ ଲାଭଦାୟକ ହୋଇପାରେ ମାତ୍ର ଏହା ଯାତ୍ରୀ ଓ ପର୍ଯ୍ୟଟକଙ୍କ ସ୍ବାର୍ଥବିରୋଧୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି। କଂଗ୍ରେସ ନେତା ସ୍ବାଧୀନ ପଣ୍ଡା କହିଛନ୍ତି, ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରି ୧୦ହଜାର ଗରିବ ଭକ୍ତଙ୍କ ରହଣି ବ୍ୟବସ୍ଥା କରିବା କଥା କହିଥିଲେ, ଯାହାକୁ ଏପର୍ଯ୍ୟନ୍ତ ପୂରଣ କରିପାରିଲେ ନାହିଁ। ଅନ୍ୟପକ୍ଷରେ ଭକ୍ତନିବାସକୁ ଘରୋଇ ସଂସ୍ଥା ହାତକୁ ଟେକି ଦିଆଯାଉଛି। ଏହାଦ୍ୱାରା ଯାତ୍ରୀ ଶୋଷଣର ଶିକାର ହେବେ ଏବଂ ଶ୍ରୀମନ୍ଦିର ପ୍ରଶାସନ ବଦନାମ ହେବ ବୋଲି ପଣ୍ଡା କହିଛନ୍ତି। ସେହିପରି ସୂଚନା ଅଧିକାର କର୍ମୀ ଦିଲୀପ କୁମାର ବରାଳ କହିଛନ୍ତି, ଘରୋଇ କମ୍ପାନୀ ହାତକୁ ଦୀର୍ଘମିଆଦ ଲିଜ୍‌ ଆକାରରେ ଭକ୍ତନିବାସକୁ ଟେକିଦେବାର ଅର୍ଥ ସରକାରଙ୍କ ପାଇଁ ଏହା ଏକ ଲାଭଦାୟକ ସଂସ୍ଥା ହୋଇନାହିଁ। ଯଦି ଏହି କଥା ସତ୍ୟ ତେବେ ଗୋଟିଏ ପରେ ଗୋଟିଏ ଭକ୍ତନିବାସ ନିର୍ମାଣ କରାଯାଇ ସରକାରୀ ଅର୍ଥକୁ ନଷ୍ଟ କରାଯାଉଛି କାହିଁକି। ଲୋକଙ୍କ ଲାଗି ସ୍ବଳ୍ପ ମୂଲ୍ୟରେ ରହିବା ପାଇଁ ଶ୍ରୀକ୍ଷେତ୍ରରେ ବ୍ୟବସ୍ଥା କରିବା ପରିବର୍ତ୍ତେ ସରକାର ଭକ୍ତନିବାସର ବ୍ୟବସାୟୀକରଣ କରିବାକୁ ଚାହୁଁଛନ୍ତି ବୋଲି ବରାଳ କହିଛନ୍ତି। ବିଗତ ଦିନରେ ଭକ୍ତନିବାସର କର୍ମଚାରୀମାନେ ଅନେକଥର ଶ୍ରୀମନ୍ଦିର ପ୍ରଶାସନ ଦରମା ଆବଣ୍ଟନରେ ପାତରଅନ୍ତର କରୁଥିବା ଅଭିଯୋଗ ଆଣିଥିଲେ। ତେଣୁ ଏଭଳି ଅସନ୍ତୋଷ ମଧ୍ୟରେ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା କହିଛନ୍ତି, ଭକ୍ତନିବାସକୁ ପିପିପି ମୋଡ୍‌ରେ ଚଳାଇବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ପ୍ରସ୍ତାବ କେବଳ ଆଲୋଚନା ପର୍ଯ୍ୟାୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

୧୭ ବର୍ଷ ପରେ ଫେରିଲେ ‘ଡାର୍କ ପ୍ରିନ୍ସ’, ଢାକା ରାଜନୀତିରେ ଭୂକମ୍ପ, ଭାରତ ପାଇଁ ଆଶା ନା ସତର୍କ ଘଣ୍ଟି? ଜାଣନ୍ତୁ…

ଢାକା,୨୫।୧୨: ବାଂଲାଦେଶ ରାଜନୀତିରେ ଏକ ବଡ଼ ଘଟଣାକ୍ରମରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ବେଗମ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରାୟ ୧୭...

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri